ETV Bharat / bharat

Pakistani Boy Crossed Border:ସେନାର ମହାନତା, ଭାରତୀୟ ସୀମା ଅତିକ୍ରମ କରିଥିବା ପକିସ୍ତାନୀ ଶିଶୁକୁ ଫେରାଇଲା

author img

By

Published : Jul 2, 2022, 3:17 PM IST

Pakistani Boy Crossed Border:ସେନାର ମହାନତା, ଭାରତୀୟ ସୀମା ଅତିକ୍ରମ କରିଥିବା ପକିସ୍ତାନୀ ଶିଶୁକୁ ଫେରାଇଲା ସେନା
Pakistani Boy Crossed Border:ସେନାର ମହାନତା, ଭାରତୀୟ ସୀମା ଅତିକ୍ରମ କରିଥିବା ପକିସ୍ତାନୀ ଶିଶୁକୁ ଫେରାଇଲା ସେନା

ମହାନତା ଦେଖାଇଲା ଭାରତୀୟ ସେନା । ୩ ବର୍ଷର ପାକିସ୍ତାନୀ ଶିଶୁକୁ ନିଜ ଦେଶକୁ ଫେରାଇଲା ସେନା । ଅଧିକ ପଢନ୍ତୁ

ଚଣ୍ତିଗଡ : ପୁଣି ମହାନତା ଦେଖାଇଲା ଭାରତୀୟ ସେନା । ୩ ବର୍ଷର ପାକିସ୍ତାନୀ ଶିଶୁକୁ ନିଜ ଦେଶକୁ ଫେରାଇଲା ସେନା । ଏଭଳି ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଫିରୋଜପୁର ସେକ୍ଟରରେ ।

ସୂଚନା ଅନୁସାରେ,ଗତ ରାତିରେ ପାକିସ୍ତାନର ୩ ବର୍ଷର ଶିଶୁ ଅଜଣାତରେ ଏଲଓସି ପାର କରି ଭାରତ ସୀମାକୁ ପଶି ଆସିଥିଲା । ସୀମାରେ ପଇଁତରା ମାରୁଥିବା ଭାରତୀୟ ସେନା ଶିଶୁଟିକୁ ନିଜ ହେପାଜତକୁ ନେଇଥିଲେ । ପରେ ସୁରକ୍ଷାକର୍ମୀ ଶିଶୁଟିକୁ କ୍ୟାମ୍ପକୁ ଆଣି କିଛି ଖାଦ୍ୟ ଦେବା ସହିତ ପିଇବା ପାଇଁ ପାଣି ଦେଇଥିଲେ ।

ଏହାପରେ ଶିଶୁଟିର ନାମ ଓ ଠିକଣା ପଚାରିଥିଲେ । ତେବେ ଶିଶୁଟି ବହୁତ ଛୋଟ ଥିବାରୁ ନିଜ ପରିବାରର ଠିକଣା କହିପାରି ନ ଥିଲା । ଶିଶୁଟି ଭୀଷଣ ଭାବେ ଡରି ଯାଇଥିଲା ଏବଂ ତା ପାଟିରୁ କେବଳ ବାପା ଶବ୍ବଟି ବାହାରିଥିଲା । ଭାରତୀୟ ସେନା ବିଳମ୍ବ ନକରି ପକିସ୍ତାନ ରେଞ୍ଚରଙ୍କ ସହ ଯୋଗାଯୋଗ କରା ଯାଇଥିଲା । ଏହାପରେ ଶିଶୁଟିକୁ ନିଜ ଦେଶକୁ ପଠାଇବାର ପ୍ରକ୍ରିୟା ଆରମ୍ଭ କରିଥିଲା ସେନା । ଶିଶୁ ଟିକୁ ପାକିସ୍ତାନ ସେନାକୁ ହସ୍ତାନ୍ତର କରା ଯାଇଥିଲା । ଶେଷରେ ପରିବାରୁ ଅଲଗା ହୋଇ ଯାଇଥିବା ଶିଶୁଟି ପୁଣିଥରେ ନିଜ ପରିବାର ଲୋକଙ୍ସକ ପାଖକୁ ଖୁସିରେ ଫେରି ଯାଇଥିଲା । ଭାରତୀୟ ସେନାର ଏହି ମହାନତାକୁ ବିଭିନ୍ନ ମହଲରେ ପ୍ରଶଂସା କରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.