ETV Bharat / bharat

ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳରେ ମହଜୁଦ ଅଛି 19.58 କୋଟିରୁ ଊର୍ଦ୍ଧ୍ବ ଟିକା

author img

By

Published : Apr 29, 2022, 9:19 AM IST

ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳରେ ମହଜୁଦ ଅଛି 19.58 କୋଟିରୁ ଉର୍ଦ୍ଧ୍ବ ଟିକା: କେନ୍ଦ୍ର
ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳରେ ମହଜୁଦ ଅଛି 19.58 କୋଟିରୁ ଉର୍ଦ୍ଧ୍ବ ଟିକା: କେନ୍ଦ୍ର

ମହାମାରୀକୁ ମାତ୍‌ ଦେବାକୁ ଦେଶରେ ଜାରି ରହିଛି ଟୀକାକରଣ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏବେ ସୁଦ୍ଧା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ 19.58 କୋଟିରୁ ଅଧିକ ଟିକା ମହଜୁଦ ଅଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କୋରୋନାର ସ୍ଥିତି ଦେଶରେ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦୈନିକ 3 ହଜାର ଉପରେ ରହୁଥିବା ବେଳେ ଟୀକାକରଣକୁ ମଧ୍ୟ ଜୋରଦାର କରୁଛନ୍ତି କେନ୍ଦ୍ର ସରକାର । ମହାମାରୀକୁ ମାତ୍‌ ଦେବାକୁ ଦେଶରେ ଜାରି ରହିଛି ଟୀକାକରଣ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏବେ ସୁଦ୍ଧା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ 19.58 କୋଟିରୁ ଅଧିକ ଟିକା ମହଜୁଦ ଅଛି । ଏହାସହ 193.04 କୋଟିରୁ ଅଧିକ (1,93,04,24,025) ଟିକା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମାଗଣାରେ କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯାଇଛି ।

ମହାମାରୀରେ ରୋକ୍ ଲଗାଇବା ପାଇଁ 2021 ଜାନୁଆରୀ 16 ତାରିଖରୁ ପ୍ରଥମେ ଦେଶରେ ଟୀକାକରଣ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ପରେ 2021 ଜୁନ୍ 21ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ (COVID-19 Vaccine) । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ କୋରୋନା ଟିକା ଦିଆଯାଇଥିଲା ।

ପରେ ଫେବୃଆରୀ ୨ରେ ଫ୍ରଣ୍ଟଲାଇନ କୋରୋନା ଯୋଦ୍ଧାଙ୍କୁ କରାଯାଇଥିଲା ଭ୍ୟାକ୍ସିନେସନ । ପରେ ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ ହୋଇଥିଲା । ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କୋରୋନା ଟିକା ଦିଆଯାଇଥିଲା । କେନ୍ଦ୍ର ସରକାର ମେ’ ୧ ତାରିଖରୁ ୧୮ ବର୍ଷରୁ ଅଧିକ ଲୋକଙ୍କୁ ମହାମାରୀରୁ ବର୍ତ୍ତିବା ପାଇଁ କୋରୋନା ଟୀକାକରଣ ଆରମ୍ଭ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.