ETV Bharat / bharat

ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳକୁ ଦିଆଯାଇଛି 192.51 କୋଟିରୁ ଉର୍ଦ୍ଧ୍ବ ଟିକା: କେନ୍ଦ୍ର

author img

By

Published : Apr 24, 2022, 1:32 PM IST

ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳକୁ ଦିଆଯାଇଛି 192. 51 କୋଟିରୁ ଉର୍ଦ୍ଧ୍ବ ଟିକା: କେନ୍ଦ୍ର
ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳକୁ ଦିଆଯାଇଛି 192. 51 କୋଟିରୁ ଉର୍ଦ୍ଧ୍ବ ଟିକା: କେନ୍ଦ୍ର

ଦେଶରେ ଦିନକୁ ଦିନ କୋରୋନାର ସ୍ଥିତି ଭୟଙ୍କର ହେବାରେ ଲାଗିଛି । ମହାମାରୀକୁ ମାତ୍‌ ଦେବାକୁ ଦେଶରେ ଜାରି ରହିଛି ଟୀକାକରଣ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏବେ ସୁଦ୍ଧା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ 192. 51 କୋଟିରୁ ଅଧିକ ଟିକା ଯୋଗାଇ ଦିଆଯାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କୋରୋନାର ସ୍ଥିତି ଭୟଙ୍କର ହେବାରେ ଲାଗିଛି । ମହାମାରୀକୁ ମାତ୍‌ ଦେବାକୁ ଦେଶରେ ଜାରି ରହିଛି ଟୀକାକରଣ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏବେ ସୁଦ୍ଧା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ 192. 51 କୋଟିରୁ ଅଧିକ ଟିକା ଯୋଗାଇ ଦିଆଯାଇଛି । 192.51 କୋଟିରୁ ଅଧିକ (1,92,51,46,165) ଟିକା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମାଗଣାରେ କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯାଇଛି ।

ଏବେ ସୁଦ୍ଧା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକରେ 19.75 Cr (19,75,29,350) ଟିକା ମହଜୁଦ ରହିଛି । ମହାମାରୀରେ ରୋକ୍ ଲଗାଇବା ପାଇଁ 2021 ଜାନୁଆରୀ ୧୬ ତାରିଖରୁ ପ୍ରଥମେ ଦେଶରେ ଟୀକାକରଣ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ପରେ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ (COVID-19 Vaccine) । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମଚାରୀ ଟିକା ନେଇଥିଲେ । ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.