ETV Bharat / bharat

ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳରେ ମହଜୁଦ ଅଛି 19.18 କୋଟିରୁ ଊର୍ଦ୍ଧ୍ବ ଟିକା

author img

By

Published : May 1, 2022, 12:29 PM IST

ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳରେ ମହଜୁଦ ଅଛି 19.18 କୋଟିରୁ ଊର୍ଦ୍ଧ୍ବ ଟିକା
ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳରେ ମହଜୁଦ ଅଛି 19.18 କୋଟିରୁ ଊର୍ଦ୍ଧ୍ବ ଟିକା

ଦେଶରେ ଭୟଙ୍କର ଭାବେ ମାଡି ଚାଲିଛି କୋରୋନା । ମହାମାରୀକୁ ମାତ ଦେବାକୁ ଦେଶରେ ଜାରି ରହିଛି ଟୀକାକରଣ । ଏବେ ସୁଦ୍ଧା 19.18 କୋଟିରୁ ଅଧିକ (19,18,32,775) ଟିକା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମହଜୁଦ ରହିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ଭାବେ ମାଡି ଚାଲିଛି କୋରୋନା । ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦୈନିକ 3 ହଜାର ଉପରେ ରହୁଥିବା ବେଳେ ଟୀକାକରଣକୁ ମଧ୍ୟ ଜୋରଦାର କରୁଛନ୍ତି କେନ୍ଦ୍ର ସରକାର । ମହାମାରୀକୁ ମାତ ଦେବାକୁ ଦେଶରେ ଜାରି ରହିଛି ଟୀକାକରଣ । ଏବେ ସୁଦ୍ଧା 19.18 କୋଟିରୁ ଅଧିକ (19,18,32,775) ଟିକା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମହଜୁଦ ରହିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ଏହାସହ 193.28 କୋଟିରୁ ଅଧିକ (1,93,28,90,965) ଟିକା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମାଗଣାରେ ଯୋଗାଇ ଦିଆଯାଇଛି ।

ମହାମାରୀରେ ରୋକ୍ ଲଗାଇବା ପାଇଁ 2021 ଜାନୁଆରୀ 16 ତାରିଖରୁ ପ୍ରଥମେ ଦେଶରେ ଟୀକାକରଣ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ପରେ 2021 ଜୁନ୍ 21ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ (COVID-19 Vaccine) । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ କୋରୋନା ଟିକା ଦିଆଯାଇଥିଲା ।

ପରେ ଫେବୃଆରୀ ୨ରେ ଫ୍ରଣ୍ଟଲାଇନ କୋରୋନା ଯୋଦ୍ଧାଙ୍କୁ କରାଯାଇଥିଲା ଭ୍ୟାକ୍ସିନେସନ । ପରେ ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ ହୋଇଥିଲା । ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କୋରୋନା ଟିକା ଦିଆଯାଇଥିଲା । କେନ୍ଦ୍ର ସରକାର ମେ’ ୧ ତାରିଖରୁ ୧୮ ବର୍ଷରୁ ଅଧିକ ଲୋକଙ୍କୁ ମହାମାରୀରୁ ବର୍ତ୍ତିବା ପାଇଁ କୋରୋନା ଟୀକାକରଣ ଆରମ୍ଭ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.