ETV Bharat / bharat

‘ବିଜେପିର ଦଳ ଭଙ୍ଗା ରଣନୀତିର ଶିକାର ହେଲେ ଆମ ଲୋକ’

author img

By

Published : Jul 3, 2023, 4:56 PM IST

ବିଜେପିର ଅନ୍ୟ ଦଳ ଭଙ୍ଗା ରଣନୀତିର ଶିକାର ହେଲେ ଆମ ଲୋକ: ଶରଦ ପାଓ୍ବାର
ବିଜେପିର ଅନ୍ୟ ଦଳ ଭଙ୍ଗା ରଣନୀତିର ଶିକାର ହେଲେ ଆମ ଲୋକ: ଶରଦ ପାଓ୍ବାର

ମହାରାଷ୍ଟ୍ରର କାରାଦରେ ଶକ୍ତି ପ୍ରଦର୍ଶନ କଲେ ପାଓ୍ବାର । କହିଲେ ବିଜେପିର ଅନ୍ୟ ଦଳ ଭାଙ୍ଗିବା ରଣନୀତିର ଶିକାର ହେଲେ ଆମ ଲୋକ । ଆମେ ଏହି ବିଭାଜନକାରୀ ଶକ୍ତି ବିରୋଧରେ ଲଢିବୁ । ଅଧିକ ପଢନ୍ତୁ

ମୁମ୍ବାଇ: ଗତକାଲିର ସଙ୍କଟ ପରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ବାର । ମହାରାଷ୍ଟ୍ରର କାରାଦରେ ନିଜ ରାଜନୈତିକ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଏକ ଜନସଭାକୁ ସମ୍ବୋଧିତ କରି ଶରଦ କହିଛନ୍ତି, ବିଜେପି ଅନ୍ୟ ଦଳକୁ ଭାଙ୍ଗିବା ପାଇଁ ଯେଉଁ ରଣନୀତି ଜାରି ରଖିଛି ସେଥିରେ ଆମର କିଛି ଲୋକ ମଧ୍ୟ ଶିକାର ହୋଇଗଲେ । ରାଜ୍ୟ ଓ ଦେଶରେ ସାମ୍ପ୍ରଦାୟିକ ବିଭାଜନକାରୀ ଶକ୍ତି ବିରୋଧରେ ଲଢେଇ କରିବାର ସମୟ ଆସିଛି ।

ଆଜି(ସୋମବାର) ଗୁରୁପୂର୍ଣ୍ଣିମା ଅବସରରେ 82 ବର୍ଷୀୟ ଶରଦ ପାଓ୍ବାର ତାଙ୍କ ରାଜନୈତିକ ଗୁରୁ ତଥା ରାଜ୍ୟର ପ୍ରଥମ ମୁଖ୍ଯମନ୍ତ୍ରୀ ଯଶୋବନ୍ତରାଓ ଚୌହାନଙ୍କ ସମାଧୀ ପୀଠ (ପ୍ରୀତିସଙ୍ଗମ)ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପରେ ସେ ଏହି ଜନସଭାକୁ ସମ୍ବୋଧିତ ମଧ୍ୟ କରିଛନ୍ତି । ସେ ଏଠାରେ ଶକ୍ତି ପ୍ରଦର୍ଶନ କରିବା ସହ ସେ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ ଏପରି ବିଦ୍ରୋହରେ ଭୟଭୀତ ନୁହନ୍ତି ବରଂ ପୁଣି ଥରେ ରାଜ୍ୟରେ ସେ ଏନସିପିର ପୁନଃନିର୍ମାଣ କରିବେ ବୋଲି କହିଛନ୍ତି ।

ଶରଦ କହିଛନ୍ତି, ମହାରାଷ୍ଟ୍ର ଓ ଦେଶରେ ସାମ୍ପ୍ରଦାୟିକ ଆଧାରରେ ସମାଜକୁ ବିଭାଜନ କରିବାର ପ୍ରାୟସ ଜାରି ରହିଛି । ଶାନ୍ତିପ୍ରିୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରାଯାଉଛି । ଏହି ଶକ୍ତି ବିରୋଧରେ ଲଢେଇ ଜାରି ରଖିବା ଉଚିତ୍‌ । ଦେଶରେ ଲୋକତନ୍ତ୍ର ବଞ୍ଚାଇ ରଖିବା ସହ ଏହାକୁ ସୁରକ୍ଷା ପ୍ରଦାନ କରିବାର ପ୍ରୟାସ କରିବାକୁ ହେବ । ଏବେ ଏକ ଭିନ୍ନ ପ୍ରବୃତ୍ତି ମୁଣ୍ଡ ଟେକିବା ଆରମ୍ଭ କରିଛି । କିଛି ରାଜ୍ୟରେ ଲୋକତାନ୍ତ୍ରିକ ମୂଲ୍ୟବୋଧରେ ଚାଲିଥିବା ଦଳକୁ ଭାଙ୍ଗିବାର ପ୍ରୟାସ କରାଯାଉଛି । ଏହା ଏକ ଅଦ୍ଭୁତ ମାନସିକତା । ଭାରତୀୟ ଜନତା ପାର୍ଟିର ଏହି ଅନ୍ୟ ଦଳ ଭାଙ୍ଗିବା ରଣନୀତିରେ ଏନସିପିର କଛି ନେତା ମଧ୍ୟ ଶିକାର ହୋଇଗଲେ ବୋଲି ଶରଦ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Maha coup: ଫଡନାଭିସଙ୍କୁ ଭେଟିଲେ ଅଜିତ ଓ ଭୁଜବଳ, ବିଭାଗ ବଣ୍ଟନ ନେଇ ଆଲୋଚନା ଜାରି

ଶରଦ କହିଛନ୍ତି, 2019ରେ ମହାରାଷ୍ଟ୍ରରେ ଶିବସେନା ଏନସିପି ଓ କଂଗ୍ରେସ ମହାବିକାଶ ଅଗାଡି ମେଣ୍ଟରେ ସରକାର ଗଠନ କଲେ । ହେଲେ ଏହାକୁ ଭାଙ୍ଗି ଦିଆଗଲା । ସେମାନେ(ବିଜେପି) କେବଳ ଏପରି ମହାରାଷ୍ଟ୍ରରେ କରିନାହାନ୍ତି ବରଂ ମଧ୍ୟ ପ୍ରଦେଶରେ ମଧ୍ୟ ସେମାନେ କମଲନାଥ ସରକାରକୁ ସମାନ ରଣନୀତିରେ ଭାଙ୍ଗିବାରେ ସଫଳ ହୋଇଥିଲେ । ଆଗାମୀ କିଛି ମାସ ମଧ୍ୟରେ ଆମେ ଏକ ବ୍ୟବସ୍ଥା ବିକଶିତ କରିବାରେ ସଫଳ ହେବୁ । ଲୋକଙ୍କ ସହଯୋଗରେ ଆମେ ଲୋକଙ୍କ ପ୍ରସଙ୍ଗ କଥା କହୁଥିବା ଏକ ବ୍ୟବସ୍ଥା ପ୍ରସ୍ତୁତ କରିବୁ । ଆମେ ଏହି ବିଭାଜନକାରୀ ମାନସିକତାକୁ ମଧ୍ୟ ତାର ଉଦ୍ଦେଶ୍ୟରେ ସଫଳ ହେବାକୁ ଦେବୁନାହିଁ ବୋଲି ଶରଦ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.