ETV Bharat / bharat

ପଞ୍ଜାବ ବାଚସ୍ପତିଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା

author img

By

Published : Aug 31, 2022, 2:03 PM IST

ପଞ୍ଜାବ ବାଚସ୍ପତିଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା
ପଞ୍ଜାବ ବାଚସ୍ପତିଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା

ପଞ୍ଜାବରେ ଆପ୍ ନେତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି । ଏହି ତାଲିକାରେ ରହିଛନ୍ତି ବାଚସ୍ପତି କୁଲତର ସିଂହ ସାନ୍ଧୱା । ଅଧିକ ପଢନ୍ତୁ

ଚଣ୍ଡୀଗଡ: ପଞ୍ଜାବରେ ଆପ୍‌ ପାଇଁ ବଢିଲା ଅଡୁଆ । ବିଧାନସଭା ବାଚସ୍ପତିଙ୍କ ସମେତ ୯ ଜଣ ଆପ୍ ନେତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା(non-bailable warrants) ଜାରି କଲେ କୋର୍ଟ । ବାଚସ୍ପତି କୁଲତର ସିଂହ ସାନ୍ଧୱା( Kultar Singh Sandhawan), ଉପବାଚସ୍ପତି, ଦୁଇ କ୍ୟାବିନେଟ ମନ୍ତ୍ରୀ ଗୁରମିତ ସିଂହ ମୀତ୍ ହାୟର, ଲଲଜିତ ସିଂହ ଭୁଲ୍ଲରଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ତରନତରନ ଜିଲ୍ଲା କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି । ଏହି ତାଲିକାରେ ଆମ୍ ଆଦମୀ ପାର୍ଟିର କିଛି ବିଧାୟକ ଏବଂ କାର୍ଯ୍ୟକର୍ତ୍ତାଙ୍କ ନାଁ ମଧ୍ୟ ରହିଛି ।

୨୦୨୦ ଅଗଷ୍ଟରେ ଅମୃତସର ଏବଂ ତରନତରନରେ ମଦ ମୃ୍ତ୍ୟୁ ଘଟଣାରେ ଏହି ଆପ୍ ନେତାମାନେ ଧାରଣା ପ୍ରଦର୍ଶନ କରିଥିଲେ । ଏନେଇ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ କୋର୍ଟରେ ହାଜର ହେବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ କେହି ଦେଖା ଦେଇନଥିଲେ । ଏହି ପରିପ୍ରେକ୍ଷୀରେ ତରନତରନ ଜିଲ୍ଲା କୋର୍ଟ ଆପ୍ ନେତାମାନଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି ।

ସୂଚନା ମୁତାବକ, ବିଧାନସଭା ବାଚସ୍ପତି କୁଲତର ସିଂହ ସାନ୍ଧୱା, ଉପବାଚସ୍ପତି ଜୟ କ୍ରିଷ୍ଣା ରୋଡି(Jai Krishna Rodi), କ୍ୟାବିନେଟ ମନ୍ତ୍ରୀ ଲାଲଜିତ୍ ସିଂହ ଭୁଲ୍ଲାର(Laljit Singh Bhullar), ହରଭଜନ ସିଂହ(Harbhajan Singh), ଗୁରମିତ ସିଂହ ମୀତ୍ ହାୟର, ବିଧାୟକ ଦଲବୀର ସିଂହ, ମନଜିତ୍ ସିଂହ ଓ କୁଲୱନ୍ତ ସିଂହ ପ୍ରମୁଖ ୯ ଜଣ ନେତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ । ଅନ୍ୟପଟେ ଆପ୍ ନେତାମାନେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ହୁବାଲ୍ଲି ଇଦ୍‌ଗା ମଇଦାନରେ ଗଣେଶ ପୂଜାକୁ ଅନୁମତି, ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ଉଲ୍ଲେଖଯୋଗ୍ୟ, ୨୦୨୦ରେ ବିଷାକ୍ତ ମଦ ପିଇବା ଯୋଗୁଁ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ପ୍ରତିବାଦ କରି ଆପ୍ ନେତାମାନେ ଜିଲ୍ଲା ପ୍ରଶାସନ ମୁଖ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିଲେ । ଏନେଇ ୧୮୮ ଧାରାରେ ବାଚସ୍ପତି ଏବଂ ଅନ୍ୟ ନେତାମାନଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଥିଲା । ଏହି ମାମଲାରେ କୋର୍ଟରେ ନ ହାଜର ହେବା ଯୋଗୁଁ ମଙ୍ଗଳବାର ଅଦଲାତ ସମସ୍ତଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.