ETV Bharat / bharat

ହୁବାଲ୍ଲି ଇଦ୍‌ଗା ମଇଦାନରେ ଗଣେଶ ପୂଜାକୁ ଅନୁମତି, ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

author img

By

Published : Aug 31, 2022, 11:35 AM IST

ହୁବାଲ୍ଲି ଇଦ୍‌ଗା ମଇଦାନରେ ପାଳନ ହେବ ଗଣେଶ ଚତୁର୍ଥୀ । ପୂଜା ପାଇଁ ଅନୁମତି ଦେଲେ କର୍ଣ୍ଣାଟକ ହାଇକୋର୍ଟ । ହାଇକୋର୍ଟଙ୍କୁ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ମୁସଲିମ ସଂଗଠନ । ଅଧିକ ପଢନ୍ତୁ

ହୁବାଲ୍ଲି ଇଦ୍‌ଗା ମଇଦାନରେ ଗଣେଶ ପୂଜାକୁ ଅନୁମତି, ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ
ହୁବାଲ୍ଲି ଇଦ୍‌ଗା ମଇଦାନରେ ଗଣେଶ ପୂଜାକୁ ଅନୁମତି, ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ବେଙ୍ଗାଲୁରୁ: କର୍ଣ୍ଣାଟକ ସ୍ଥିତ ହୁବାଲ୍ଲି ଇଦ୍‌ଗା ମଇଦାନରେ ପୂଜା ପାଇବେ ଗଜାନନ । ଇଦ୍‌ଗା ମଇଦାନରେ ଗଣେଶ ଚତୁର୍ଥୀ ପାଳନ ହେବ । ମଙ୍ଗଳବାର ରାତି ଅଧିଆ ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଏଠାରେ ପୂଜା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ପୂର୍ବରୁ ଏହି ପଡିଆରେ ପୂଜା ପାଇଁ ଯେଉଁ ରାୟ ଦେଇଥିଲେ ତାହାକୁ କୋର୍ଟ କାଏମ ରଖିଛନ୍ତି । ବିଚାରପତି ଜଷ୍ଟିସ ଅଶୋକ ଏସ କିନାଗି କହିଛନ୍ତି, ''ହୁବାଲ୍ଲା ମାମଲା ବେଙ୍ଗାଲୁରୁ ଇଦ୍‌ଗା ମାମଲା ଠାରୁ ଭିନ୍ନ । ହୁବାଲ୍ଲି ଇଦ୍‌ଗାହ ଜମି(Hubballi Idgah Maidan)ର ମାଲିକାନାକୁ ନେଇ କୌଣସି ବିବାଦ ନାହିଁ । ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏଠାରେ ପ୍ରଯୁଜ୍ୟ ନୁହେଁ ।'' କୋର୍ଟଙ୍କ ଏହି ରାୟ ପରେ ହୁବାଲ୍ଲି ପଡିଆରେ ଗଣେଶ ପୂଜା ପ୍ରସ୍ତୁତି ଆରମ୍ଭ ହୋଇଛି ।

ଆଜି ସକାଳେ ହୁବାଲ୍ଲା ଇଦଗା ମଇଦାନରେ(Hubballi Idgah Maidan) ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଛି । 'ଉତ୍ସବ ସମିତି' ସଭାପତି ସଞ୍ଜୀବ ବଡେସ୍କରଙ୍କ ନେତୃତ୍ବରେ ମୂର୍ତ୍ତି ସ୍ଥାପନ ହୋଇଛି । ଉତ୍ସବ ସମିତି ସମେତ ଅନେକ ହିନ୍ଦୁ ସଂଗଠନର ନେତା ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିବାଦକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅନ୍ୟପଟେ ହାଇକୋର୍ଟ ପୂଜା ସଂକ୍ରାନ୍ତରେ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ଅନଜୁମାନ ମୁସଲିମ ସଂଗଠନ(Anjuman Islam organization) । ମୁସଲିମ ସଂଗଠନ ହୁବାଲ୍ଲି ମଇଦାନରେ ପୂଜାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି ।

ଉଲ୍ଲେଖଯୋଗ୍ୟ ବେଙ୍ଗାଲୁରୁର ଇଦ୍‌ଗା ମଇଦାନରେ ଗଣେଶ ପୂଜାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଏହି ମାମଲାରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏଠାରେ ଗଣେଶ ଉତ୍ସବ ପାଳନ କରିବାକୁ ମନା କରିଦେଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ହୁବାଲ୍ଲା ଇଦ୍‌ଗା ପଡିଆରେ ଲାଗୁ କରିବାକୁ ଦାବି କରି ଅନଜୁମାନ ମୁସଲିମ ସଂଗଠନ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା । ଏଥିରେ ହାଇକୋର୍ଟ କହିଥିଲେ ଯେ, ''ବେଙ୍ଗାଲୁରୁ ଇଦ୍‌ଗା ପଡିଆ ମାଲିକାନାକୁ ନେଇ ବିବାଦ ରହିଛି, କିନ୍ତୁ ହୁବାଲ୍ଲା ମଇଦାନକୁ ନେଇ କୌଣସି ବିବାଦ ନାହିଁ ।'' ସେଥିପାଇଁ କୋର୍ଟ ଏଠାରେ ପୂଜା ପାଇଁ ଅନୁମତି ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.