ETV Bharat / bharat

ଭାରତୀୟ ପାଇଁ ନରମିଲା ବିଟ୍ରେନ, ଏଣିକି ରହିବାକୁ ପଡିବନି କ୍ବାରେଣ୍ଟାଇନ

author img

By

Published : Oct 8, 2021, 9:47 AM IST

ଯାତ୍ରା ପ୍ରତିବନ୍ଧକକୁ କୋହଳ କଲା ବ୍ରିଟେନ,
ଯାତ୍ରା ପ୍ରତିବନ୍ଧକକୁ କୋହଳ କଲା ବ୍ରିଟେନ,

କୋଭିସିଲ୍ଡର ୨ଟି ଡୋଜ ନେଇଥିବା ଭାରତୀୟ ଏବେ ବ୍ରିଟେନରେ କ୍ବାରେଣ୍ଟାଇନରେ ରହିବାର ଆବଶ୍ୟକତା ନାହିଁ । ନିୟମ କୋହଳ କଲା ବ୍ରିଟେନ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଭାରତୀୟ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଅକ୍ଟୋବର ୧୧ରୁ କୌଣସି ବି ଭାରତୀୟ ଯଦି ବ୍ରିଟେନରେ ପହଞ୍ଚନ୍ତି ତେବେ ସେମାନଙ୍କୁ ଆଉ କ୍ବାରେଣ୍ଟାଇନରେ ରହିବାକୁ ପଡିବନି । ବ୍ରିଟେନ ଅନୁମୋଦିତ କୋଭିସିଲ୍ଡର ୨ଟି ଡୋଜ ନେଇଥିବା ଭାରତୀୟ ଏବେ ବ୍ରିଟେନରେ କ୍ବାରେଣ୍ଟାଇନରେ ରହିବାର ଆବଶ୍ୟକତା ନାହିଁ । ଏନେଇ ଗତକାଲି ସୂଚନା ଦେଇଛନ୍ତି ଭାରତର ହାଇକମିଶନର ।

ତେବେ ପୂର୍ବରୁ ଭାରତର କୋରୋନା ଟିକା କୋଭିସିଲ୍ଡକୁ ବ୍ରିଟେନ ଅନୁମୋଦନ ଦେଉନଥିବାରୁ ଭାରତ ଓ ବ୍ରିଟେନ ମଧ୍ୟରେ ମତାନ୍ତର ଦେଖାଦେଇଥିଲା । ବ୍ରିଟେନ ସରକାର କୋଭିସିଲ୍ଡକୁ ମଞ୍ଜୁରୀ ନ ଦେବା ସହ ଭାରତରୁ ବ୍ରିଟେନ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କୁ 10 ଦିନ ବାଧ୍ୟତାମୂଳକ କ୍ବାରେଣ୍ଟାଇନରେ ରହିବାକୁ ପଡିବ ବୋଲି ଆଦେଶ ଜାରି କରିଥିଲେ ୟୁକେ ସରକାର ।

ଏହାର ଜବାବରେ ଭାରତ ସରକାର ଯେସାକୁ ତେସା ନୀତି ଆପଣାଇଥିଲେ । ଯଦି ଅକ୍ଟୋବର 4 ସୁଦ୍ଧା ଭାରତର ସମସ୍ୟାର ସମାଧାନ ନହୁଏ ତେବେ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପ୍ରତି ମଧ୍ୟ ସମାନ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଥିଲା ଭାରତ ।

ଭାରତର ଚେତାବନୀ ପରେ ଭ୍ୟାକ୍ସିନ ନୀତିରେ ପରିବର୍ତ୍ତନ ଆଣିଥିଲା ବ୍ରିଟେନ । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର କୋରୋନା ଭ୍ୟାକ୍ସିନ କୋଭିସିଲ୍ଡକୁ ନିଜ ଯାତ୍ରା ନିୟମରେ ବ୍ରିଟେନ ପକ୍ଷରୁ ମାନ୍ୟତା ଦେଇଥିଲା । ସବୁଠୁ ବଡ କଥା ହେଉଛି ଯେ କୋଭିସିଲ୍ଡର ଦୁଇଟିଯାକ ଡୋଜ୍‌ ନେଇଥିବା ଯାତ୍ରୀଙ୍କୁ ୧୦ ଦିନ କ୍ବାରେଣ୍ଟାଇନରେ ରହିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏବେ ଏହି ନିୟମକୁ ବାଦ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.