ETV Bharat / bharat

ଅଦାଲତ ପାଇଁ କୌଣସି ମାମଲା ଛୋଟ କିମ୍ବା ବଡ ନୁହେଁ: ପ୍ରଧାନ ବିଚାରପତି

author img

By

Published : Feb 4, 2023, 10:42 PM IST

ଅଦାଲତ ପାଇଁ କୌଣସି ମାମଲା ଛୋଟ କିମ୍ବା ବଡ ନୁହେଁ: ପ୍ରଧାନ ବିଚାରପତି
ଅଦାଲତ ପାଇଁ କୌଣସି ମାମଲା ଛୋଟ କିମ୍ବା ବଡ ନୁହେଁ: ପ୍ରଧାନ ବିଚାରପତି

ପ୍ରତ୍ୟେକ ମାମଲାର ଗୁରୁତ୍ବ ରହିଥାଏ । ଅଦାଲତ ପାଇଁ କୌଣସି ମାମଲା ଛୋଟ କିମ୍ବା ବଡ ନୁହେଁ । କୋଭିଡ ସମୟରେ ସର୍ବୋଚ୍ଚ ଅଦାଲତ 3ଲକ୍ଷ ମାମଲାର ଶୁଣାଣି କରିଥିବା କହିଲେ ପ୍ରଧାନ ବିଚାରପତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅଦାଲତ ପାଇଁ ସବୁ ମାମଲାର ଗୁରୁତ୍ବ ରହିଛି । କୌଣସି ମାମଲା ଛୋଟ କିମ୍ବା ବଡ ନୁହେଁ । କୋଭିଡ ମହାମାରୀ ସମୟରେ ମଧ୍ୟ ସର୍ବୋଚ୍ଚ କୋର୍ଟରେ ପ୍ରାୟ 3 ଲକ୍ଷରୁ ଅଧିକ ମାମଲାର ଶୁଣାଣି ହୋଇଛି ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ । ସୁପ୍ରିମକୋର୍ଟର 73ତମ ବାର୍ଷିକୀ ପାଳନ ସମାବେଶକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି କହିଛନ୍ତି, "କୋର୍ଟ ପାଇଁ କୌଣସି ବଡ଼ କିମ୍ବା ଛୋଟ ମାମଲା ନଥାଏ । ପ୍ରତ୍ୟେକ ମାମଲା ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଏହା ନାଗରିକଙ୍କ ଅଭିଯୋଗ ସହିତ ସଂଯୁକ୍ତ । ନିତ୍ୟ ବ୍ୟବହାର୍ଯ୍ୟ ବିଷୟ ଯାହା ସାମ୍ବିଧାନିକ ଏବଂ ନ୍ୟାୟିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥାଏ ତାହା କୋର୍ଟ ପାଇଁ ଜରୁରୀ । ଏହିପରି ଅଭିଯୋଗଗୁଡିକରେ ବିଚାର ପ୍ରକ୍ରିୟା ବେଳେ ଅଦାଲତ ଏକ ସାମ୍ବିଧାନିକ କର୍ତ୍ତବ୍ୟ, ବାଧ୍ୟତାମୂଳକ ଦାୟିତ୍ବ ତୁଲାଇଥାନ୍ତି ।’’

ସିଙ୍ଗାପୁର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସୁନ୍ଦରେଶ ମେନନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏକ ପରିବର୍ତ୍ତନଶୀଳ ବିଶ୍ୱରେ ନ୍ୟାୟପାଳିକାର ଭୂମିକା ନେଇ ସେ ତାଙ୍କ ସମ୍ବୋଧନରେ ଉଲ୍ଲେଖ କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଭାରତର ନ୍ୟାୟପାଳିକା ଓ କୋଭିଡ ସୟମରେ ଏହାର ଉଲ୍ଲେଖନୀୟ ଭୂମିକାକୁ ପ୍ରଶଂସା କରିଥିଲେ । କୋଭିଡ ମହାମାରୀର ସଂକ୍ରମଣ ମଧ୍ୟରେ ମଧ୍ୟ କୋର୍ଟ ତାର କାର୍ଯ୍ୟ ଜାରି ରଖିଥିଲା । 2020 ମସିହା ମାର୍ଚ୍ଚ 23ରୁ, 2022 ଅକ୍ଟୋବର 31 ମଧ୍ୟରେ କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ (ଭର୍ଚ୍ଚୁଆଲି) ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରାୟ 3.37 ଲକ୍ଷ ମାମଲାର ଶୁଣାଣି ହୋଇଥିବା ପ୍ରଧାନ ବିଚାରପତି କହିଥିଲେ ।

ସେହିପରି ଚଳିତ ବଜେଟରେ ଭାରତ ସରକାର ଇ-କୋର୍ଟ କୋର୍ଟ ପ୍ରତିଷ୍ଠା ପାଇଁ 7 ହଜାର କୋଟିର ବ୍ୟବବରାଦ କରିଥିବା ମଧ୍ୟ ସେ କହିଥିଲେ । ଏହା ଫଳରେ ଦେଶରେ ସାଧାରଣ ଲୋକଙ୍କ ନିକଟରେ ନ୍ୟାୟିକ ଅନୁଷ୍ଠାନର ପହଞ୍ଚ ଅଧିକ କ୍ରିୟାଶୀଳ ହୋଇପାରିବ । ଦେଶରେ ନ୍ୟାୟ ବିତରଣ ବ୍ୟବସ୍ଥାର ଦକ୍ଷତା ବୃଦ୍ଧିରେ ସହାୟକ ହେବ । ଦେଶରେ ନ୍ୟାୟିକ ବ୍ୟବସ୍ଥାର ଉପଲବ୍ଧତା ବଢିଲେ ଏହା ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚି ପାରିବା ସମ୍ଭବ ହୋଇପାରିବ ବୋଲି ପ୍ରଧାନ ବିଚାରପତି କହିଥିଲେ ।

ନିକଟରେ ଏକ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ କହିଥିଲେ, ସର୍ବୋଚ୍ଚ କୋର୍ଟଙ୍କ ରାୟ ଅନ୍ୟ ଭାରତୀୟ ତଥା ଆଞ୍ଚଳିକ ଭାଷାରେ ଅନୁବାଦ କରିବାର ଆବଶ୍ୟକ ରହିଛି । ଏହା ଉପରେ ଆମକୁ କାମ କରିବାକୁ ହେବ । ଏପରି ହୋଇପାରିଲେ ସମସ୍ତଙ୍କ ପାଖରେ ନ୍ୟାୟିକ ବ୍ୟବସ୍ଥା ପହଞ୍ଚି ପାରିବ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିବା ସହ ଯଥାର୍ଥ ପରାମର୍ଶ ବୋଲି ଦର୍ଶାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.