ETV Bharat / bharat

ହିମାଚଳ ପ୍ରଦେଶରେ ଲାଗୁ ହେଲା ନାଇଟ କର୍ଫ୍ୟୁ

author img

By

Published : Jan 6, 2022, 7:12 AM IST

ଦେଶର ବିଭିନ୍ନ ରାଜ୍ୟ ପରେ ଏବେ ହିମାଚଳପ୍ରଦେଶକୁ ମଧ୍ୟ ଫେରିଲା ନାଇଟ କର୍ଫ୍ୟୁ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନାଇଟ କର୍ଫ୍ୟୁ ଲାଗୁ ସହ କଟକଣା କଡାକଡି କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ହିମାଚଳ ପ୍ରଦେଶରେ ଲାଗୁ ହେଲା ନାଇଟ କର୍ଫ୍ୟୁ
ହିମାଚଳ ପ୍ରଦେଶରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ଶିମଲା: ଦେଶରେ ଉପରମୁହାଁ ରହିଛି କୋରୋନା ଗ୍ରାଫ୍ । ସୁପରଫାଷ୍ଟ ସ୍ପିଡରେ ବଢୁଛି ସଂକ୍ରମଣ । କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ, କର୍ଣ୍ଣାଟକ, ଓଡିଶା ଓ ତାମିଲନାଡୁ ଭଳି ଅନେକ ରାଜ୍ୟ କଟକଣା କଡାକଡି କରିବା ସହ ନାଇଟ କର୍ଫ୍ୟୁ ଜାରି କରିଛନ୍ତି । ଏହି ଲିଷ୍ଟରେ ଏବେ ସାମିଲ ହୋଇଛି ହିମାଚଳ ପ୍ରଦେଶ । କୋଭିଡ୍‌କୁ ଚେକ୍ ଦେବା ପାଇଁ ଜୟରାମ ଠାକୁର ସରକାର ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ପାଇଁ ବୁଧବାର ନିଷ୍ପତ୍ତି ନେଇଛନ୍ତି ।

ନୂଆ ଗାଇଡଲାଇନ ଅନୁଯାୟୀ, ହିମାଚଳପ୍ରଦେଶରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ । ରାଜ୍ୟରେ ସମସ୍ତ ଇଣ୍ଡୋର ସ୍ପୋର୍ଟ୍ସ କମ୍ଲେକ୍ସ, ଷ୍ଟାଡିୟମ, ସୁଇମିଂ ପୁଲ, ଜିମ୍ ଏବଂ ସିନେମା ହଲ ଗୁଡିକ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ ରହିବ । ବିବାହ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ୫୦ ପ୍ରତିଶତ ଲୋକଙ୍କୁ ସାମିଲ ପାଇଁ ଅନୁମତି ରହିଛି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ବର୍ତ୍ତମାନ ଦେଶବ୍ୟାପୀ ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି । ହିମାଚଳ ପ୍ରଦେଶରେ ପଜିଟିଭ ମାମଲା ବୃଦ୍ଧି ପାଉଛି । ଆଗକୁ ସ୍ଥିତି ଅଧିକ ଉଦବେଗ୍‌ଜନକ ରହିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ସାମ୍ଭାବ୍ୟ ପରିସ୍ଥିତିର ମୁକାବିଲା ନିମନ୍ତେ ହିମାଚଳ ପ୍ରଦେଶରେ କଟକଣା କଡାକଡି କରିଛନ୍ତି ରାଜ୍ୟ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.