ETV Bharat / bharat

ଆଜିଠୁ 4ଦିନିଆ ଭାରତ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ

author img

By

Published : May 31, 2023, 9:15 AM IST

ଆଜିଠୁ 4ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ । ଅଧିକ ପଢନ୍ତୁ

Nepal PM official visit to India
ଆଜିଠୁ 4ଦିନିଆ ଭାରତ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଭାରତ ଆସୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ । ଆଜିଠୁ 4ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆସୁଛନ୍ତି ପ୍ରଚଣ୍ଡ । ଏହି ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ 2ଟା 50ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବେ । ନେପାଳ ପ୍ରଧାନମନ୍ତ୍ରୀ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ନେପାଳ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଭାରତ ଆସୁଛନ୍ତି ପୁଷ୍ପ କମଳ ଦହଲ । ଏହି ଗସ୍ତରେ ଦୁଇ ଦେଶର ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଦୁଇ ଦେଶର ସମ୍ପର୍କ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବା ନେଇ ସୂଚନା ମିଳିଛି । ଏହା ସହ ଏହି 4 ଦିନିଆ ଗସ୍ତରେ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଅପରାହ୍ନ 2ଟା 50ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବେ ନେପାଳ ପ୍ରଧାନମନ୍ତ୍ରୀ । ଆଜିଠୁ ଜୁନ 3 ତାରିଖ ଯାଏ ଭାରତ ଗସ୍ତରେ ଆସୁଛନ୍ତି ପୁଷ୍ପ କମଳ ଦହଲ । ଆଜି ଭାରତରେ ପହଞ୍ଚିବା ପରେ ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଆସନ୍ତାକାଲି (ଗୁରୁବାର) ପ୍ରଥମେ ପୂର୍ବାହ୍ନ 10ଟା 30ରେ ରାଜଘାଟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।

ଏହା ବି ପଢନ୍ତୁ...Madhya Pradesh Poll: ଦଳରେ ବଢିବ ପ୍ରିୟଙ୍କାଙ୍କ ପ୍ରଭାବ ! କର୍ଣ୍ଣାଟକ ଫର୍ମୁଲାରେ ହେବ ଫାଇଟ

ଏହା ବି ପଢନ୍ତୁ...Rajasthan Politics: ରାହୁଲଙ୍କ ଇମୋସନାଲ ଅପିଲ, ଗେହଲଟ-ପାଇଲଟ କଳିରେ ଲାଗିଲା ବିରାମ !

ନେପାଳ ପ୍ରଧାନମନ୍ତ୍ରୀଙ୍କ ଏହି 4ଦିନିଆ ଭାରତ ଗସ୍ତରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ 2 ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହେବ । ବିଭିନ୍ନ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ କିଛି ଚୁକ୍ତି ହେବା ନେଇ ସୂଚନା ମିଳିଛି । ଆଜି ଅପରାହ୍ନ 4ଟାରେ ମୌଲାନା ଆଜାଦ ରୋଡରେ ଉପରାଷ୍ଟ୍ରପତିଙ୍କ ବାସଭବନରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ସାକ୍ଷାତ କରିବେ । ଏହା ପରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ।

ଦ୍ବିତୀୟ ଦିନ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ ଇନ୍ଦୋରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେ ଉଜୈନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଭାରତ ଏବଂ ନେପାଳ ମଧ୍ୟରେ ଥିବା ଦ୍ବିପାକ୍ଷିକ ଭାଗିଦାରୀ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ । ସମସ୍ତ ସହଯୋଗ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କ ଅଧିକ ସୃଦୁଢ ହୋଇଛି । ଏହା ପରେ ଜୁନ 3 ଅପରାହ୍ନ 4ଟାରେ କାଠମାଣ୍ଡୁ ଅଭିମୁଖେ ବାହାରିବେ । ଗତବର୍ଷ ଡିସେମ୍ବରରେ ପୁଷ୍ପ କମଲ ଦହଲ ପ୍ରଚଣ୍ଡା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.