ETV Bharat / bharat

ମଙ୍ଗଳଗ୍ରହରେ ଓହ୍ଲାଇଲା ରୋଭର୍‌; ପଠାଇଲା ପ୍ରଥମ ଫଟୋ

author img

By

Published : Feb 19, 2021, 7:46 AM IST

Updated : Feb 19, 2021, 9:14 AM IST

ସଫଳତା ପୂର୍ବକ ମଙ୍ଗଳ ଗ୍ରହରେ ଅବତରଣ କଲା ମାର୍ସ ପର୍ସିଭରେନ୍ସ ରୋଭର୍‌ । ଆମେରିକା ମହାକାଶ ଗବେଷଣା ସଂସ୍ଥା (ନାସା) ପକ୍ଷରୁ ଏନେଇ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ରୋଭରର ଲ୍ୟାଣ୍ଡିଂକୁ ନେଇ ବୈଜ୍ଞାନିକ ମାନଙ୍କ ମଧ୍ୟରେ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ପୁରାତନ ଯୁଗରେ ଅଣୁଜୀବର ଜୀବନ ସଂପର୍କରେ ତଥ୍ୟ ଆବିଷ୍କାର ରହିଛି ଲକ୍ଷ୍ୟ ।

ମଙ୍ଗଳଗ୍ରହରେ ସଫଳତାର ସହ ଅବତରଣ କଲା ରୋଭର୍‌; ପଠାଇଲା ପ୍ରଥମ ଫଟୋ
ମଙ୍ଗଳଗ୍ରହରେ ସଫଳତାର ସହ ଅବତରଣ କଲା ରୋଭର୍‌; ପଠାଇଲା ପ୍ରଥମ ଫଟୋ

ୱାଶିଂଟନ: ସଫଳତା ପୂର୍ବକ ମଙ୍ଗଳ ଗ୍ରହରେ ଅବତରଣ କଲା ମାର୍ସ ପର୍ସିଭରେନ୍ସ ରୋଭର୍‌ । ଆମେରିକା ମହାକାଶ ଗବେଷଣା ସଂସ୍ଥା (ନାସା) ପକ୍ଷରୁ ଏନେଇ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ରୋଭରର ଲ୍ୟାଣ୍ଡିଂକୁ ନେଇ ବୈଜ୍ଞାନିକମାନେ ଚିନ୍ତିତ ଥିବାବେଳେ ସଫଳତା ପୂର୍ବକ ଲ୍ୟାଣ୍ଡ କରିଛି ରୋଭର । ଏହାସହ ତାହାର ପ୍ରଥମ ଫଟୋ ଫଠାଇଛି । ଯାହାକୁ ନେଇ ବୈଜ୍ଞାନିକ ମାନଙ୍କ ମଧ୍ୟରେ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି ।

ମଙ୍ଗଳଗ୍ରହରେ ସଫଳତାର ସହ ଅବତରଣ କଲା ରୋଭର୍‌; ପଠାଇଲା ପ୍ରଥମ ଫଟୋ

ରୋଭରର ସଫଳତା ପୂର୍ବକ ଲ୍ୟାଣ୍ଡିଂକୁ ନେଇ ନାସାର ଆଡମିନିଷ୍ଟ୍ରେଟର ଷ୍ଟିଭ୍‌ ଜୁରଜିକ୍‌ ଟିମ୍‌କୁ ଶୁଭେଚ୍ଛା ଦେଇଛନ୍ତି । ଏହାସହ ସମସ୍ତ ବାଧାବିଘ୍ନ ସତ୍ତ୍ବେ ଟିମ୍‌ର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଅନ୍ୟପଟେ ରୋଭର୍‌ ମଙ୍ଗଳଗ୍ରହରେ ଲ୍ୟାଣ୍ଡ କରି ପ୍ରଥମ ଫଟୋ ପଠାଇଛି । ମାର୍ସ ପର୍ସିଭରେନ୍ସ ରୋଭରରେ ଇଞ୍ଜିନିୟରିଂ କ୍ୟାମେରା ଖଞ୍ଜା ଯାଇଥିବାବେଳେ ଆଗକୁ ଏହା ହାଇ ରିଜୋଲ୍ୟୁସନର ଫଟୋ ପଠାଇବ ବୋଲି ନାସା ପକ୍ଷରୁ କୁହାଯାଇଛି । ରୋଭର ମଙ୍ଗଳଗ୍ରହରେ‌ ପୁରାତନ ଯୁଗରେ ଅଣୁଜୀବର ଜୀବନ ସଂପର୍କରେ ତଥ୍ୟ ଆବିଷ୍କାର ନେଇ ଲକ୍ଷ୍ୟ ରଖାଯାଇଛି । ଏହାସହ ପୃଥିବୀ ପୃଷ୍ଠକୁ ଫେରିବା ସମୟରେ ସାବଧାନତା ସହ ଭଙ୍ଗା ପଥର ଓ ଧୂଳି ସଂଗ୍ରହ କରିବ ବୋଲି ନାସା ପକ୍ଷରୁ କୁହାଯାଇଛି ।

ମଙ୍ଗଳଗ୍ରହରେ ସଫଳତାର ସହ ଅବତରଣ କଲା ରୋଭର୍‌; ପଠାଇଲା ପ୍ରଥମ ଫଟୋ
ମଙ୍ଗଳଗ୍ରହରେ ସଫଳତାର ସହ ଅବତରଣ କଲା ରୋଭର୍‌; ପଠାଇଲା ପ୍ରଥମ ଫଟୋ

ଅନ୍ୟପଟେ ରୋଭର୍‌ର ଅବତରଣକୁ ନେଇ ନାସାକୁ ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏନେଇ ରାଷ୍ଟ୍ରପତି ଟ୍ବିଟ କରି କହିଛନ୍ତି ଯେ, 'ନାସା ଏବଂ ଏଥିରେ ଜଡିତ ସମସ୍ତଙ୍କୁ ଅଭିନନ୍ଦନ । ଯେଉଁମାନଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଏହି ଐତିହାସିକ ଅବତରଣ ସମ୍ଭବ ହୋଇପାରିଛି । ଆଜି ପୁଣି ଥରେ ପ୍ରମାଣିତ ହୋଇଛି ଯେ ବିଜ୍ଞାନ ଏବଂ ଆମେରିକାର ଚତୁରତା ସହିତ କିଛି ବି ଅସମ୍ଭବ ନୁହେଁ '।

ମଙ୍ଗଳଗ୍ରହରେ ସଫଳତାର ସହ ଅବତରଣ କଲା ରୋଭର୍‌; ପଠାଇଲା ପ୍ରଥମ ଫଟୋ
ମଙ୍ଗଳଗ୍ରହରେ ସଫଳତାର ସହ ଅବତରଣ କଲା ରୋଭର୍‌; ପଠାଇଲା ପ୍ରଥମ ଫଟୋ
Last Updated :Feb 19, 2021, 9:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.