ETV Bharat / bharat

ମଙ୍ଗଳରେ ଓହ୍ଲାଇଲା ହେଲିକପ୍ଟର, ବିତାଇଲା ପ୍ରଥମ ଶୀତୁଆ ରାତି

author img

By

Published : Apr 6, 2021, 12:53 PM IST

ମଙ୍ଗଳ ପୃଷ୍ଠରେ ଓହ୍ଲାଇଲା ହେଲିକପ୍ଟର। ଏହାର ନାମ 'ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର'। ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର ନାସା ଏହି ହେଲିକପ୍ଟରକୁ ଅବତରଣ କରାଇଛି। ଅଧିକ ପଢନ୍ତୁ...

ମଙ୍ଗଳ ପୃଷ୍ଠରେ ଓହ୍ଲାଇଲା ହେଲିକପ୍ଟର, ବିତାଇଲା ପ୍ରଥମ ଶୀତୁଆ ରାତି
ମଙ୍ଗଳ ପୃଷ୍ଠରେ ଓହ୍ଲାଇଲା ହେଲିକପ୍ଟର, ବିତାଇଲା ପ୍ରଥମ ଶୀତୁଆ ରାତି

ହ୍ୟୁଷ୍ଟନ: ମଙ୍ଗଳ ପୃଷ୍ଠରେ ଓହ୍ଲାଇଲା ହେଲିକପ୍ଟର। ଏହାର ନାମ 'ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର'। ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର ନାସା ଏହି ହେଲିକପ୍ଟରକୁ ଅବତରଣ କରାଇଛି। କଙ୍ଗାରୁର ଥଳିରେ ଛୁଆ ରହିଲା ପରି ବୈଜ୍ଞାନିକମାନେ ମାର୍ସ ପର୍ସିଷ୍ଟେନ୍ସ ରୋଭର ପେଟରେ ଏହି ହେଲିକପ୍ଟର ଖଞ୍ଜିଥିଲେ।

ଏହି ହେଲିକପ୍ଟରର ଓଜନ 1.8 କେଜି। କିଛିଦିନ ତଳେ ମଙ୍ଗଳ ଗ୍ରହର ବାୟୁମଣ୍ଡଳ ସଂକ୍ରାନ୍ତରେ ଏହି ରୋଭର ସୂଚନା ଦେଇଥିଲା। ଏହା ମାଇନସ 90 ଡିଗ୍ରୀ ସେଲସିୟସ ତାପମାତ୍ରାରେ ବଞ୍ଚି ପାରିବ।

''ଆମେ ପ୍ରଥମ ରାତିକୁ ଅତିକ୍ରମ କଲୁ। ଯାହା ଆମ ପାଇଁ ଏକ ବିରାଟ ଉପଲବ୍ଧି ସହ ସଫଳତା। ଏହାକୁ ଆମେ ଅପେକ୍ଷା କରିଥିଲୁ'' ବୋଲି ଇଞ୍ଜିନ୍ୟୁଟି ଡେପୁଟି ଅପରେସନ ମୁଖ୍ୟ କହିଛନ୍ତି। ଆମେ ନିଜ ଶକ୍ତିକୁ ବଞ୍ଚାଇବା ପାଇଁ ରାତିସାରା ନିଜକୁ ଉଷୁମ ରଖିବାରେ ସକ୍ଷମ ହେବା ସହ ଜାଗ୍ରତ ରହିଥିଲୁ। ହେଲେ ଦୃଢତାର କହିପାରୁଛୁ ଯେ ଆଜି ଆମେ ଏଠି ଜୀବିତ ଓ ସୁସ୍ଥ ଅଛୁ। ଚଳିତ ମାସ 11 ତାରିଖରେ ମଙ୍ଗଳ ପୃଷ୍ଠର 4 ଇଞ୍ଚ ଉପରେ ଏହି ହେଲିକପ୍ଟର ଉଡାଣ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.