ETV Bharat / bharat

ଓକିଲ ଓ ପୋଲିସ ଦେଉଛନ୍ତି ନିର୍ଯାତନା ! ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ପୂର୍ବତନ ମହିଳା ଜଜ

author img

By ETV Bharat Odisha Team

Published : Dec 19, 2023, 10:30 PM IST

ଓକିଲ ଓ ପୋଲିସ ଦେଉଛନ୍ତି ନିର୍ଯାତନା ! ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ପୂର୍ବତନ ମହିଳା ଜଜ
ଓକିଲ ଓ ପୋଲିସ ଦେଉଛନ୍ତି ନିର୍ଯାତନା ! ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ପୂର୍ବତନ ମହିଳା ଜଜ

A former woman Judge written a letter to the Chief Justice : ଓକିଲ ଓ ପୋଲିସ ଦେଉଛନ୍ତି ନିର୍ଯାତନା ! ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ପୂର୍ବତନ ମହିଳା ଜଜ । କିଛି ଦିନ ପୂର୍ବରୁ ସେବାରୁ ହୋଇଥିଲେ ବରଖାସ୍ତ । ଅଧିକ ପଢନ୍ତୁ

ଜୟପୁର: ନ୍ୟାୟ ମାଗୁଛନ୍ତି ନ୍ୟାୟଦାତା । ନିର୍ଯାତନାରୁ ମଧ୍ୟ ମୁକ୍ତ ନୁହନ୍ତି ବିଚାରପତି । ସେ ବି ପୁଣି କୌଣସି ଦୁର୍ବୃତ୍ତ କିମ୍ବା ଅସାମାଜିକଙ୍କ ଠାରୁ ନୁହେଁ ବରଂ ଆଇନଜୀବୀ ଓ ପୋଲିସର ନିର୍ଯାତନାର ଶିକାର ହୋଇଛନ୍ତି । ଏପରି ଏକ ଅଭାବନୀୟ ଅଭିଯୋଗ ରାଜସ୍ଥାନରୁ ଆସିଛି । ରାଜସ୍ଥାନର ନାଗୌର କୋର୍ଟର ପୂର୍ବତନ ମହିଳା ବିଚାରପତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଆଇନଜୀବୀ, ପୋଲିସ ଏବଂ ନ୍ୟାୟିକ ଅଧିକାରୀଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ।

ପୂର୍ବତନ ମହିଳା ବିଚାରପତି ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଓକିଲମାନେ ଧମକ ଦେଇଥିଲେ ଓ ଦୁର୍ବ୍ୟବହାର କରିଥିଲେ । ପୋଲିସ ମଧ୍ୟ ଏଥିରେ ସମ୍ପୃକ୍ତ । ତାଙ୍କୁ ବାରମ୍ବାର ଏମାନେ ଧମକ ସହ ନିର୍ଯାତନା ଦେଉଛନ୍ତି । ତେବେ ଅନ୍ୟପଟେ ଓକିଲଙ୍କ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ଆସିଛି । ମହିଳା ବିଚାରପତିଙ୍କ ଆଚରଣ ଠିକ୍ ନୁହେଁ । ଅନେକ ଥର ବରିଷ୍ଠ ବିଚାରପତିମାନେ ପୂର୍ବତନ ମହିଳା ବିଚାରପତିଙ୍କୁ ସାନ୍ତ୍ୱନା ଦେଇଛନ୍ତି । ତଥାପି ସେ ପ୍ରତିଦିନ ଓକିଲମାନଙ୍କ ସହିତ ବିବାଦ କରୁଥିଲେ ବୋଲି ଓକିଲଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏହି କାରଣ ପାଇଁ ହାଇକୋର୍ଟରେ ମଧ୍ୟ ମାମଲା ଦାଏର ହୋଇଥିଲା । ହାଇକୋର୍ଟ ଓକିଲଙ୍କ ଅଭିଯୋଗରେ ସତ୍ୟତା ପାଇବା ପରେ ମହିଳା ବିଚାରପତିଙ୍କୁ ସେବାରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି । ଏହା ପରେ ସମ୍ପୃକ୍ତ ମହିଳା ସମଗ୍ର ଅଭିଯୋଗକୁ ଖଣ୍ଡନ କରିବା ସହ ସିଧା ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ସେ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ଆଡଭାନୀ ଏବଂ ଯୋଶୀ ! ନିମନ୍ତ୍ରଣ କଲେ ଭିଏଚପି ସଭାପତି

ଅଭିଯୋଗ କଣ :-

ଡିସେମ୍ବର 15 ତାରିଖରେ CJI କୁ ଲେଖାଯାଇଥିବା ଚିଠିରେ ପୂର୍ବତନ ମହିଳା ବିଚାରପତି ଅଭିଯୋଗ କରିଛନ୍ତି ଯେ, ସେପ୍ଟେମ୍ବର 16, 2023 ରେ ତାଙ୍କୁ ନାଗୌରର ଅତିରିକ୍ତ ସିଭିଲ ଜଜ ଏବଂ ଜୁଡିସିଆଲ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ମିଳିଥିଲା । ସେ କାର୍ଯ୍ୟରତ ଥିବା ବେଳେ ଦୁଇ ଓକିଲ ତାଙ୍କୁ ଆକ୍ରମଣ କରିବା ସହ ଦୁର୍ବ୍ୟବହାର କରିଥିଲେ । ଧମକ ମଧ୍ୟ ଦେଇଥିଲେ । ଏହି ଘଟଣା ପରେ ସେ ନାଗୌର କୋଟୱାଲୀ ପୋଲିସ ଷ୍ଟେସନର SHO କୁ ସୂଚନା ଦେଇଥିଲେ ଏବଂ ମୌଖିକ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହା ପରେ ସେ ସମସ୍ତଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଇଥିଲେ । ଏହି କାରଣରୁ 2023 ସେପ୍ଟେମ୍ବର 19 ତାରିଖରେ ନୂତନ ପୋଷ୍ଟିଂ ଦେବାର ବାହାନା କରି ତାଙ୍କୁ ଯୋଧପୁର ଜିଲ୍ଲା କୋର୍ଟରେ ରିପୋର୍ଟ କରିବାକୁ କୁହାଯାଇଥିଲା । ସେ 6 ଅକ୍ଟୋବର 2023 ରେ ସେଠାକୁ ଯିବାପରେ ସେଠାରୁ ସେ ସେବାରୁ ରିଲିଭ ଲେଟର ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.