ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ଆଡଭାନୀ ଏବଂ ଯୋଶୀ ! ନିମନ୍ତ୍ରଣ କଲେ ଭିଏଚପି ସଭାପତି

author img

By ETV Bharat Odisha Team

Published : Dec 19, 2023, 6:23 PM IST

VHP president invited Advani and Joshi to attend consecration of Ram Temple: ବଦଳିଲା ଚର୍ଚ୍ଚା । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀ ! ବିଶ୍ବହିନ୍ଦୁ ପରିଷଦ ସଭାପତି ଦୁଇ ପୁରୋଧାଙ୍କୁ ଦେଇଛନ୍ତି ନିମନ୍ତ୍ରଣ ପତ୍ର । ଅଧିକ ପଢ଼ନ୍ତୁ,

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ଆଡଭାନୀ ଏବଂ ଯୋଶୀ ! ନିମନ୍ତ୍ରଣ କଲେ ଭିଏଚପି ସଭାପତି
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ଆଡଭାନୀ ଏବଂ ଯୋଶୀ ! ନିମନ୍ତ୍ରଣ କଲେ ଭିଏଚପି ସଭାପତି

ନୂଆଦିଲ୍ଲୀ/ଅଯୋଧ୍ୟା: ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ସେହି ଦିନ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ଭବ୍ୟ ଉତ୍ସବକୁ ନିମନ୍ତ୍ରିତ ହୋଇଛନ୍ତି ରାମ ମନ୍ଦିର ନିର୍ମାଣ ଅଭିଯାନର ଦୁଇ ପୁରୋଧା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀ । ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି) ସଭାପତି ଆଲୋକ କୁମାର ଏବଂ ପରିଷଦର ସଦସ୍ୟମାନେ ଆଜି ଆଡଭାନୀଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚି ନିମନ୍ତ୍ରଣ ପତ୍ର ଦେଇଛନ୍ତି। ସେହିପରି ମୁରଲୀ ମନୋହର ଯୋଶୀଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ଦିଆଯାଇଛି। ନିମନ୍ତ୍ରଣ ପତ୍ର ଦେବା ସହ ଦୁଇ ବରିଷ୍ଠ ନେତାଙ୍କୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ଯୋଗ ଦେବାକୁ ଅନୁରୋଧ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଲୋକସଭାରୁ 49 ସାଂସଦ ସସପେଣ୍ଡ, ଦୁଇ ଦିନରେ ନିଲମ୍ବିତ ହେଲେଣି 141

ରାମ ଜନ୍ମଭୂମି ଅଯୋଧ୍ୟାରେ, ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ପ୍ରତିଷ୍ଠା ଅଭିଯାନରେ ମୁଖ୍ୟ ଭୂମିକା ନେଇଥିଲେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁରଲୀ ମନୋହର ଯୋଶୀ । ରାମ ମନ୍ଦିର ଆନ୍ଦୋଳନର ସବୁଠୁ ଆଗରେ ରହିଥିଲେ ଉଭୟ ଆଡଭାନୀ ଏବଂ ଯୋଶୀ। ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରଥଯାତ୍ରା ବାହାର କରିଥିଲେ ଆଡଭାନୀ । ବର୍ତ୍ତମାନ ଆଡଭାନୀଙ୍କୁ ୯୬ ବର୍ଷ ବୟସ ଏବଂ ମୁରଲୀ ମନୋହର ଯୋଶୀଙ୍କୁ ୮୯ ବର୍ଷ ।

ଏହା ମଧ୍ୟ ପଢ଼ନ୍ତୁ: ଜ୍ଞାନବାପୀ ମାମଲାରେ ମୁସଲିମ ପକ୍ଷକୁ ଆହ୍ଲାବାଦ ହାଇକୋର୍ଟଙ୍କ ଝଟ୍‌କା: 5 ପିଟିସନ୍ ଖାରଜ, 6 ମାସରେ ଚୂଡା଼ନ୍ତ ଫୈସଲା

ଗୁଜରାଟର ସୋମନାଥରୁ ରଥଯାତ୍ରା ଆରମ୍ଭ କରିଥିଲେ ଆଡଭାନୀ । ୧୯୯୦ ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୩୦ ଯାଏଁ ଚାଲିଥିଲା ଏହି ରଥ ଯାତ୍ରା । ବିହାରରେ ଆଡଭାନୀଙ୍କ ରଥଯାତ୍ରାକୁ ବନ୍ଦ କରିଥିଲେ ତତକାଳୀନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ରାମ ମନ୍ଦିର ଆନ୍ଦୋଳନକୁ ନେଇ ଆଡଭାନୀ ଏବଂ ଯୋଶୀଙ୍କ ସମେତ ବହୁ ବିଜେପି ଏବଂ ଭିଏଚପି କର୍ମୀ ଗିରଫ ହୋଇଥିଲେ । ୧୯୯୨ ଡିସେମ୍ବର ୬ ରେ ଅଯୋଦ୍ଧାରେ ବାବରୀ ମସଜିଦ୍ ଭଙ୍ଗା ଘଟଣାରେ ଆଡଭାନୀ ଏବଂ ଯୋଶୀଙ୍କ ବିରୋଧର ରୁଜୁ ହୋଇଥିଲା ମାମଲା ।

ଏହା ମଧ୍ୟ ପଢ଼ନ୍ତୁ: ଟିଏମସି ସାଂସଦଙ୍କ ମିମିକ୍ରି, ଭିଡିଓ ସୁ୍ଟ୍ କଲେ ରାହୁଲ ଗାନ୍ଧି: ଧନକଡ଼ କହିଲେ ଦୁର୍ଭାଗ୍ୟଜନକ

ଆସନ୍ତା ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ମର୍ଯ୍ୟଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁଆରି ୧୫ ସୁଦ୍ଧା ସବୁ ପ୍ରସ୍ତୁତି ଶେଷ ହୋଇଯିବ । ଜାନୁଆରି ୧୬ରୁ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୬ ଦର୍ଶନର ଶଙ୍କରାଚାର୍ଯ୍ୟଙ୍କ ସମେତ ୧୫୦ ଜଣ ସାଧୁସନ୍ଥ ଯୋଗ ଦେବେ । ପ୍ରତିଷ୍ଠା ସମାରୋହକୁ ୨,୨୦୦ ଅତିଥି ଏବଂ ୪୦୦୦ ସାଧୁସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି । କାଶୀ ବିଶ୍ବନାଥ, ବୌଷ୍ଣୋ ଦେବୀ ଭଳି ଦେଶର ପ୍ରମୁଖ ମନ୍ଦିରର ମୁଖ୍ୟଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି । ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.