ETV Bharat / bharat

Telangana: BRS ସାଂସଦଙ୍କୁ ହତ୍ୟା ଉଦ୍ୟମ, ପ୍ରଚାର ବେଳେ ଛୁରାମାଡ

author img

By ETV Bharat Odisha Team

Published : Oct 30, 2023, 3:36 PM IST

Telangana: TRS ସାଂସଦଙ୍କୁ ହତ୍ୟା ଉଦ୍ୟମ, ପ୍ରଚାର ବେଳେ ଛୁରାମାଡ
Telangana: TRS ସାଂସଦଙ୍କୁ ହତ୍ୟା ଉଦ୍ୟମ, ପ୍ରଚାର ବେଳେ ଛୁରାମାଡ

ତେଲେଙ୍ଗାନାରେ ପ୍ରଚାର ବେଳେ BRS ସାଂସଦ କୋଟା ପ୍ରଭାକର ରେଡ୍ଡୀଙ୍କୁ ଛୁରାମାଡ । ହସ୍ପିଟାଲରେ ଭର୍ତ୍ତି ସାଂସଦ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ନିର୍ବାଚନୀ ରାଲିରେ ସାଂସଦଙ୍କୁ ହତ୍ୟା ଉଦ୍ୟମ । ତେଲେଙ୍ଗାନାରେ ଶାସକ ବିଆରଏସ ସାଂସଦ ତଥା ଚଳିତ ବିଧାନସଭା ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ଲଢୁଥିବା କୋଟା ପ୍ରଭାକର ରେଡ୍ଡୀଙ୍କୁ ଆଜି ସିଦ୍ଧିପେଟ ଜିଲ୍ଲାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଛୁରାମାଡ ହୋଇଛି । ତାଙ୍କ ପେଟରେ ଆଘାତ ଲାଗିଛି ଓ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ବିଧାନସଭା ନିର୍ବାଚନ ହେବାକୁ ଥିବା ତେଲେଙ୍ଗାନାର ସିଦ୍ଧିପେଟ ଜିଲ୍ଲାର ସାଂସଦ ପ୍ରଭାକର ଚଳିତ ବିଧାନସଭା ନିର୍ବାଚନ ମଧ୍ୟ ଲଢୁଛନ୍ତି । ଦୁବକା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ଭାରତ ରାଷ୍ଟ୍ର ସମିତି ପକ୍ଷରୁ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଆଜି ସେ ନିଜ ଗୃହଜିଲ୍ଲା ସିଦ୍ଧିପେଟର ଦୌଲତାବାଦ ମଣ୍ଡଳ ଅନ୍ତର୍ଗତ ସୁରାମପାଲ୍ଲୀରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଅଂଶଗ୍ରହଣ କରିଥିଲେ । ନିଜ ସହଯୋଗୀ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ସମୟରେ ଜଣେ ଦୁର୍ବୃତ୍ତ ଭିଡରେ ସାଂସଦଙ୍କ ନିକଟରେ ପହଞ୍ଚିଥିଲା । କେହି କିଛି ସନ୍ଦେହ କରିବା ପୂର୍ବରୁ ଦୁର୍ବୃତ୍ତ ଜଣକ ଛୁରୀ ବାହାର କରି ସାଂସଦ ପ୍ରଭାକରଙ୍କ ପେଟରେ ଭୁସି ଦେଇଥିଲା ।

ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଉପସ୍ଥିତ କର୍ମୀ ତାକୁ କାବୁ କରିଥିଲେ । ନିସ୍ତୁକ ମାଡ ମାରିବା ସହ ତାକୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତର ନାମ ଦାଟ୍ଟାନୀ ରାଜୁ ବୋଲି ଜଣାପଡିଛି । ତେବେ ଏହି ହତ୍ୟା ଉଦ୍ୟମ ପଛରେ ବିଜେପି ବିଧାୟକ ରଘୁନନ୍ଦନ ରେଡ୍ଡୀଙ୍କ ଭୂମିକା ଥିବା ବିଆରଏସ ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ :- AP Train Accident: ସରିଲା ରେସ୍କ୍ୟୁ ଅପରେସନ୍‌, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ କହିଲେ CPRO

ପୋଲିସ ଅଭିଯୁକ୍ତର ରାଜନୈତିକ ସମ୍ପୃକ୍ତି କିମ୍ବା ଆକ୍ରମଣ କାରଣ ସମ୍ପର୍କରେ କିଛି ସ୍ପଷ୍ଟ କରିନି । ସାଂସଦ ରେଡ୍ଡୀଙ୍କୁ ପ୍ରଥମେ ଗଜଓ୍ବେଲ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ଭାବେ ଅଭିଯୁକ୍ତ କେଉଁ ଦଳ ସହ ସମ୍ପୃକ୍ତ ସେ ନେଇ କୌଣସି ସୂଚନା ସ୍ପଷ୍ଟ ହୋଇନଥିବା ବେଳେ ଏହା ଏକ ରାଜନୈତିକ ଆକ୍ରମଣ ବୋଲି ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.