ETV Bharat / bharat

ଜେଜେ ହେଲେ ଦେଶର ନଂ-1 ଧନୀ ମୁକେଶ ଅମ୍ବାନୀ

author img

By

Published : Dec 10, 2020, 5:30 PM IST

ଜେଜେ ହେଲେ ଦେଶର ନଂ-1 ଧନୀ ମୁକେଶ ଅମ୍ବାନୀ
ଜେଜେ ହେଲେ ଦେଶର ନଂ-1 ଧନୀ ମୁକେଶ ଅମ୍ବାନୀ

ଭାରତର ନମ୍ବର ଓ୍ବାନ ଧନୀ ମୁକେଶ ଅମ୍ବାନୀ ଜେଜେ ବନିଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଜେଜେ ହେଲେ ଦେଶର ନମ୍ବର ଓ୍ବାନ୍ ଧନୀ ମୁକେଶ ଅମ୍ବାନୀ । ଗୁରୁବାର ଅମ୍ବାନୀ ପରିବାରରେ ଯୋଡି ହୋଇଛନ୍ତି ଆଉଜଣେ ସଦସ୍ୟ । ପୁଅ ବୋହୂଙ୍କ କୋଳରେ ଏକ ପୁତ୍ର ସନ୍ତାନ ଜାତ ହେବାପରେ କୋଟିପତି ମୁକେଶ ଅମ୍ବାନୀ ଜେଜେ ହୋଇଛନ୍ତି ।

2019 ମସିହା ମାର୍ଚ୍ଚ ମାସରେ ମୁକେଶଙ୍କ ପୁଅ ଆକାଶ ମୁମ୍ବାଇର ହୀରା ବେପାରୀ ରସେଲ ମେହେତାଙ୍କ ଝିଅ ଶ୍ଲୋକା ମେହେତାଙ୍କୁ ବିବାହ କରିଥିଲେ । ଗୁରୁବାର ଆକାଶ ଏବଂ ଶ୍ଲୋକା ଏକ ପୁତ୍ର ସନ୍ତାନର ବାପା ମାଆ ହୋଇଥିବା ଅମ୍ବାନୀ ପରିବାର ମୁଖପାତ୍ର କହିଛନ୍ତି । ତେବେ 63 ବର୍ଷୀୟ ଅମ୍ବାନୀ ନୀତାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଜଣ ଜାଆଁଳା ସନ୍ତାନ ଆକାଶ ଏବଂ ଇଶା ଥିବାବେଳେ ଅନନ୍ତ ନାମକ ଆଉ ଗୋଟିଏ ପୁଅ ଅଛନ୍ତି । ବର୍ତ୍ତମାନ ବଡପୁଅ ଆକାଶ ବାପା ହେବାପରେ କୋଟିପତି ମୁକେଶ ଜେଜେ ବନିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.