ETV Bharat / bharat

Akhilesh Yadav slams Govt: କହିଲେ ମିଥ୍ୟା ଏନକାଉଣ୍ଟରରେ ନଂ୧ ଉତ୍ତରପ୍ରଦେଶ

author img

By

Published : Apr 14, 2023, 10:55 PM IST

Akhilesh Yadav
Akhilesh Yadav

ସମ୍ବିଧାନର ପ୍ରଣେତା ବାବାସାହେବଙ୍କ ଆମ୍ବେଦକରଙ୍କ ଜୟନ୍ତୀରେ ଯୋଗୀ ସରକାରଙ୍କ ଉପରେ ବର୍ଷିଲେ ଅଖିଳେଶ । କହିଲେ ଉତ୍ତରପ୍ରଦେଶ ମିଥ୍ୟା ଏନକାଉଣ୍ଟରରେ ୧ ନମ୍ବର । ଅଧିକ ପଢନ୍ତୁ

ଭୋପାଳ: ବିଜେପି ନେତୃତ୍ବାଧୀନ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଲେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ଉତ୍ତରପ୍ରଦେଶର ସରକାର ମିଥ୍ୟା ଏନକାଉଣ୍ଟର କରିବାରେ ଏକ ନମ୍ବର ବୋଲି କହିଛନ୍ତି । ୟୁପିରେ ହିଁ ସବୁଠୁ ଅଧିକ ହାଜତ ମୃତ୍ୟୁ ଓ ଏନକାଉଣ୍ଟର ହେଉଛି ବୋଲି ସେ କହିଛନ୍ତି । ରାଜ୍ୟର ପ୍ରମୁଖ ସମସ୍ୟାଠାରୁ ଲୋକଙ୍କ ଧ୍ୟାନ ହଟାଇବା ଲାଗି ରାଜ୍ୟ ସରକାର ଏପରି ମିଥ୍ୟା ଏନକାଉଣ୍ଟର କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ଅଖିଳେଶ ।

ମଧ୍ୟପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅଖିଳେଶ କହିଛନ୍ତି, "ଉତ୍ତରପ୍ରଦେଶ ହେଉଛି ଏକମାତ୍ର ରାଜ୍ୟ, ଯେଉଁଠି ସବୁଠୁ ଅଧିକ ଏନକାଉଣ୍ଟର ହୋଇଥାଏ । ମୁଖ୍ୟମନ୍ତ୍ରୀଙ୍କ କିଛି ଗୁଣ୍ଡାଙ୍କ ଯୋଗୁଁ ଜଣେ ଯୁବନେତାଙ୍କ ମୃତ୍ୟୁ ଘଟିଛି । ଏହି ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଏହି ସମୟରେ କିଛି ପୋଲିସ ଅଫିସର ଏପରି କାର୍ଯ୍ୟକୁ ରୋକିବାକୁ ଉଦ୍ୟମ କରୁଥିବା ବେଳେ ସଫଳ ହୋଇପାରିନଥିଲେ । ଯୋଗୀ ସରକାରଙ୍କ କିଛି ଲୋକ ତାଙ୍କୁ ତାଙ୍କ କର୍ତ୍ତବ୍ୟ କରାଇ ଦେଇନଥିଲେ । ଫଳରେ ସେମାନେ ବିଫଳ ହୋଇଥିଲେ । "

ଏହା ବି ପଢନ୍ତୁ- Model Village: ସହରଠୁ କମ ନୁହେଁ ଗୁଜୁରାଟର ୬ ଗ୍ରାମ, ଆଖିକି ଦେଉଛି ଚକମା

ମଧ୍ୟପ୍ରଦେଶ ମଉଠାରେ ବାବା ସାହେବ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ଅବସରରେ ଯୋଗଦେଇଥିଲେ ଅଖିଳେଶ । ସେ ଯୋଗୀ ସରକାରଙ୍କୁ ଟାର୍ଗେଟ କରି ଆହୁରି କହିଥିଲେ, " ଆମେ ସମସ୍ତେ ବାବାସାହେବଙ୍କ ପଥକୁ ଅନୁସରଣ କରିବା ଉଚିତ । ସମ୍ବିଧାନର ନିୟମ ମାନିବା ଉଚିତ । ସମ୍ବିଧାନ ପ୍ରଣୟନ ଲାଗି ବାବାସାହେବଙ୍କ ବଳିଷ୍ଠ ଭୂମିକା ରହିଥିଲା । ସେ ଜାତିବାଦ, ଭେଦଭାବ ଓ ଅସ୍ପୃଶ୍ୟତା ବିରୋଧରେ ଲଢେଇ କରିଥିଲେ ।" ଗରିବ ଓ ବଞ୍ଚିତ ବର୍ଗଙ୍କ ଉପରେ ବିଶେଷ ଧ୍ୟାନ ଦେଇଥିଲେ । ସବୁରି ପରେ ସେ ଆମକୁ ସମ୍ବିଧାନ ଭେଟି ଦେଇଥିଲେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ।

ତେବେ ଆମ ସମ୍ବିଧାନ ବିପଦରେ ଅଛି ବୋଲି କହିଛନ୍ତି ଅଖିଳେଶ । ବିଜେପି ସରକାର ସମ୍ବିଧାନର ନିୟମକୁ ଉଲ୍ଲଘଂନ କରୁଛି । ଏଥିଲାଗି ସମ୍ବିଧାନକୁ ରକ୍ଷା କରିବାର ସମୟ ଆସିଛି । ଦଳିତ ଓ ବଞ୍ଚିତ ବର୍ଗଙ୍କ ବିକାଶ ଓ ସେମାନଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦେବା ଲାଗି ଆମ୍ବେଦକରଙ୍କ ଜୟନ୍ତୀରେ ଆହ୍ବାନ ଦେଇଛନ୍ତି ଅଖିଳେଶ । ସୂଚନା ଥାଉ କି ଗୁରୁବାର ଅତିକର ପୁଅ ଅସଦଙ୍କୁ ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ଏନକାଉଣ୍ଟର କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.