ETV Bharat / bharat

Model Village: ସହରଠୁ କମ ନୁହେଁ ଗୁଜୁରାଟର ୬ ଗ୍ରାମ, ଆଖିକି ଦେଉଛି ଚକମା

author img

By

Published : Apr 14, 2023, 10:29 PM IST

Updated : Apr 14, 2023, 10:40 PM IST

ଗାଁରେ ପ୍ରାୟତଃ ଲୋକେ ମୌଳିକ ସମସ୍ୟା ସହିତ ସଂଘର୍ଷ କରୁଥାନ୍ତି । ହେଲେ ଗୁଜୁରାଟରେ ରହିଛି କିଛି ଗାଁ ଯାହାକି ସହରର ଭ୍ରମ ସୃଷ୍ଟି କରୁଛି । ଏଥିଲାଗି ରାଜ୍ୟ ସରକାର ଏହି ୬ଗାଁକୁ ଦେଇଛନ୍ତି ସ୍ମାର୍ଟ ଭିଲେଜର ମାନ୍ୟତା । ସ୍ବଚ୍ଛ, ପରିମଳ ବ୍ୟବସ୍ଥାଠୁ ଆରମ୍ଭ କରି ଗ୍ରାମରେ ରହିଛି ସିସିଟିଭି ବ୍ୟବସ୍ଥା । କେଉଁଠି ଚୋରି ନାହିଁ ତ ଆଉ କେଉଁଠି ଗ୍ରାମର ସବୁ ଲୋକ ଧନୀ । ଆସନ୍ତୁ ଜାଣିବା ଗୁଜୁରାଟର ଏହି ୬ ମଡେଲ ଭିଲେଜ ସମ୍ପର୍କରେ । ଅଧିକ ପଢନ୍ତୁ

Model Village of Gujarat
Model Village of Gujarat

ଗାନ୍ଧୀନଗର: ସାଧାରଣତଃ ଗାଁ କହିଲେ ଏକ କାଦୁଅ ମାଟି ରାସ୍ତାର ଚିତ୍ର ଆସେ । ଗାଁରେ ପ୍ରାୟତଃ ଲୋକେ ମୌଳିକ ସମସ୍ୟା ସହିତ ସଂଘର୍ଷ କରୁଥାନ୍ତି । ହେଲେ ଗୁଜୁରାଟରେ ରହିଛି କିଛି ଗାଁ ଯାହାକି ସହରର ଭ୍ରମ ସୃଷ୍ଟି କରୁଛି । ଗାଁରେ ପାଖାପାଖି ୬ହଜାରରୁ ଊର୍ଦ୍ଧ୍ବ ଲୋକ ରହୁଥିଲେ ମଧ୍ୟ ଏହାର ପରିବେଶଠୁ ଆରମ୍ଭ କରି ସୁବିଧା କୌଣସି ସହରଠୁ କମ ନୁହେଁ । ଏଥିଲାଗି ରାଜ୍ୟ ସରକାର ଏହି ଗ୍ରାମଗୁଡ଼ିକୁ ଦେଇଛନ୍ତି ମଡେଲ ଭିଲେଜର ମାନ୍ୟତା । ଗୁଜୁରାଟ ସାବରକନ୍ଥା ଜିଲ୍ଲାରେ ରହିଛି ଏହି ଗ୍ରାମ । ଏଠାରେ ସହରବାସୀଙ୍କ ପରି ସମସ୍ତ ସୁବିଧା ପାଇଥାନ୍ତି ଗାଁ ଲୋକେ ।

ପୁନସାରି ଗାଁର ମୁଖିଆ ହିମାଂଶୁ ପଟେଲ ଗାଁର ଭିତ୍ତିଭୂମିକୁ ନେଇ ବେଶ ଗର୍ବ ଅନୁଭବ କରିଥାନ୍ତି । ଏହି ଗ୍ରାମରେ ୨୪ ଘଣ୍ଟିଆ ବିଦ୍ୟୁତ ସେବା ସହ ସ୍ବଚ୍ଛ ପାଣି ଓ ଇଣ୍ଟରନେଟ କନକ୍ଟେଭିଟି ମଧ୍ୟ ରହିଛି । ପୁନସାରି ଗାଁ ସମତେ ଗୁଜୁରାଟରେ ରହିଛି ଏପରି ୬ଟି ଗାଁ । ମେହସାନା ଜିଲ୍ଲାର ମୋଧେରା ଗ୍ରାମରେ ସର୍ବଦା ସୌର ଶକ୍ତି ଯୋଗାଇ ଦିଆଯାଉଛି । ସେପଟେ କଚ୍ଛର କୁନାରିୟା ଗ୍ରାମ ସମ୍ପୂର୍ଣ୍ଣ ଭାବେ କୋଇଲା ଉପରେ ନିର୍ଭର କରୁଥିଲା । ହେଲେ ଏବେ କୋଇଲାକୁ ତ୍ୟାଗ କରିଛନ୍ତି ଏଠାକାର ଲୋକେ । ରନ୍ଧନ ଲାଗି ଅନ୍ୟ ବିକଳ୍ପ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଏପରି ସହରାଞ୍ଚଳ ପରି ସୁବିଧା ରହିଥିବାରୁ ଗ୍ରାମକୁ ମଡେଲ ଭିଲେଜ ଘୋଷଣା କରିଛନ୍ତି ସରକାର ।

ଆସନ୍ତୁ ଜାଣିବା ସେହି ୬ ସ୍ମାର୍ଟ ଭିଲେଜ ସମ୍ପର୍କରେ...

ପୁନସାରା ଗ୍ରାମକୁ 'ଡିଜିଟାଲ ଭିଲେଜ' ବୋଲି କୁହାଯାଏ । ଗତ ୨୦୧୧ ମସିହାରେ ଏହି ଗ୍ରାମର ସରପଞ୍ମଚ ହିଂମାଶୁ ପଟେଲ ଗ୍ରାମର ରୂପାନ୍ତରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୧୫ରେ ହିଂମାଶୁକୁ ଦେଶର ସର୍ବଶ୍ରେଷ୍ଠ ସରପଞ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଗ୍ରାମରେ ଅଙ୍ଗନବାଡିଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି । ଏହାସହ ଗ୍ରାମରେ ସିସିଟିଭି କ୍ୟାମେରା ସମେତ ଗ୍ରାମକୁ ସ୍ବଚ୍ଛ, କଂକ୍ରିଟ ରୋଡ, ୱାଇ-ଫାଇ ସୁବିଧା ଯୋଗାଇ ଦିଆଯାଇଛି । ଡିଜିଟାଲ ଟେକ୍ନୋଲୋଜି ସହିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି । ଗ୍ରାମର ପ୍ରତିଟି ଘରେ କମ୍ପ୍ୟୁଟର, ମୋବାଇଲରେ ରହିଛି । ଗ୍ରାମରେ ଚୋରି ମଧ୍ୟ ହୁଏ ନାହିଁ ବୋଲି ଜଣାପଡିଛି ।

ସାବରକନ୍ଥା ଜିଲ୍ଲାର ଜେଠିପୁରା ଗ୍ରାମରେ ପ୍ରାୟ ୧୩୦୦ ଲୋକ ବାସ କରନ୍ତି । ଏହା ଗ୍ରାମକୁ 'ସମାରସ ଭିଲେଜ' ବୋଲି କୁହାଯାଏ । ଏହି ଗ୍ରାମରେ ଗତ ୧୫ବର୍ଷ ଧରି ଗ୍ରାମ ପଞ୍ଚାୟତ ନିର୍ବାଚନ ହୋଇନାହିଁ । ଏଠାରେ କୌଣସି ରାଜନୈତିକ ବିବାଦ ମଧ୍ୟ ଦେଖିବାକୁ ମିଳେନାହିଁ । ଗ୍ରାମରେ ରହିଥିବା ମଣ୍ଡଳୀ ନିଜର ଗାଁ ମୁଖିଆ ବାଛିଥାନ୍ତି । ଏଥିଲାଗି ଗାଁକୁ ଜାତୀୟ ପୁରସ୍କାର ମଧ୍ୟ ମିଳିଛି । ଏଠାରେ କୌଣସି ସଫେଇ କର୍ମଚାରୀ ନଥିଲେ ମଧ୍ୟ ଗାଁର ପରିମାଳ ବ୍ୟବସ୍ଥା ଉଚ୍ଚକୋଟୀର । ଏଠାରେ ମାତ୍ର ୫୦ଟଙ୍କାରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଏ । ଗ୍ରାମରେ ସମସ୍ତ ଲୋକ ଶୌଚାଳୟ ବ୍ୟବହାର କରନ୍ତି ଓ ଗ୍ରାମରେ ରହିଛି ୩୨୦୦ ଗଛ ।

ଏହା ବି ପଢନ୍ତୁ- Bihu Celebrations: ବିହୁ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ସୁରଟ ଜିଲ୍ଲାର ଅଫୱାକୁ ମଧ୍ୟ ମିଳିଛି ସ୍ମାର୍ଟ ଭିଲେଜର ମାନ୍ୟତା । ଏହି ଗ୍ରାମରେ ୮୦ ପ୍ରତିଶତଅଣଭାରତୀୟ (NRI) ମାନେ ବାସ କରନ୍ତି । ୧୯୭୫ ମସିହାରେ ଗୁଜୁରାଟ-ମହାରାଷ୍ଟ୍ର ବିଧାନସଭାରେ ମିଳିତ ସେସନରେ ଗ୍ରାମକୁ ଆଦର୍ଶ ଗ୍ରାମର ମାନ୍ୟତା ମିଳିଥିଲା । ଏହି ଗ୍ରାମରେ ଭୂତଳ ୱାୟାରିଂ ବ୍ୟବସ୍ଥା ରହିଛି । ଫଳରେ ଗ୍ରାମରେ ବିଦ୍ୟୁତ, କେବଲ ଟିଭି କିମ୍ବା ମୋବାଇଲ ନେଟୱର୍କର ତାର ଦେଖିବାକୁ ମିଳିନଥାଏ ବୋଲି କହିଛନ୍ତି ଗ୍ରାମର ପୂର୍ବତନ ସରପଞ୍ଚ ଲାଲୁଭାଇ । ଗ୍ରାମରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି ।

କୁଚ୍ଛ ଜିଲ୍ଲାର ଭିମସାର ଗାଁଟି ୨୦୦୧ ମସିହାରେ ଭୂକମ୍ପ ଯୋଗୁଁ ସମ୍ପୂର୍ଣ୍ଣ ଭାବେ ଧ୍ବଂସ ପାଇଯାଇଥିଲା । ହେଲେ ନିଜସ୍ବ ଉଦ୍ୟମରେ ଗାଁଟି ମଡେଲ ଭିଲେଜର ମାନ୍ୟତା ପାଇଛି । ଗ୍ରାମରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ପରିବେଶ ଅନୁକୂଳ କାର୍ଯ୍ୟ ମଧ୍ୟ କରାଯାଉଛି । ବର୍ଷା ପାଣିକୁ ସଞ୍ଚିତ କରିବା ଲାଗି ୬ରୁ ୭ଟି ହ୍ରଦର ବ୍ୟବସ୍ଥା ହୋଇଛି । ଗତ ୨ବର୍ଷ ପରି ଏହି ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ କରାଯାଇଛି । ଏହାସହ ଗ୍ରାମର ଲୋକେ ନର୍ମଦା ନଦୀର ପାଣିକୁ ବ୍ୟବହାର କରି ପ୍ରାୟ ୧୫୦୦ରୁ ଅଧିକ ଗଛ ଲଗାଇଛନ୍ତି । ଗ୍ରାମରେ ବ୍ୟାଙ୍କ, ସ୍କୁଲ, ପୋଷ୍ଟ ଅଫିସ ଭଳି ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି ।

ଆନନ୍ଦ ଜିଲ୍ଲାର ଧର୍ମାଜ ଗ୍ରାମ ମଧ୍ୟ ଦେଶର ସୁବୁଠୁ ଧନୀ ଗ୍ରାମର ମାନ୍ୟତା ହାତେଇଛି । ଏହି ଗ୍ରାମର ଅଧିବାସୀ ବାହାରେ ରହୁଥିବା ବେଳେ ଘରକୁ ନିଜର କଷ୍ଟ ଅର୍ଜିତ ଧନ ପଠାଇଥାନ୍ତି । ଗୋଟିଏ ପରିବାରର ପ୍ରାୟ ଜଣେ ୨ ଜଣ ସଦସ୍ୟ ଦେଶ ବାହାରେ ରହୁଛନ୍ତି । ଏଥିଲାଗି ଗ୍ରାମବାସୀଙ୍କ ସମ୍ପତ୍ତି ବୃଦ୍ଧି ହୋଇଥାଏ । ଏହି ଗ୍ରାମରେ କେବଳ ୧୧ଟି ବ୍ୟାଙ୍କର ଶାକା ରହିଛି । ଏହି ଗ୍ରାମର ଜନସଂଖ୍ୟା ୧୧ ହାଜର ୩୩୩ । ପ୍ରତିବର୍ଷ ଗ୍ରାମରେ ଏକ ବାର୍ଷିକ ସଭା ହୁଏ । ଯେଉଁଥିରେ ବାହାରେ ବାସ କରୁଥିବା ଲୋକେ ଆସି ସାମିଲ ହୋଇଥାନ୍ତି । ଏହି ଗ୍ରାମରେ ସ୍ବିମିଂ ପୁଲ ସହ ବୋଟିଂ ସୁବିଧା ମଧ୍ୟ ରହିଛି ।

କୁଚ୍ଛର କୁନାରିଆ ଭିଲେଜ ନିଜର ସ୍ବଚ୍ଛ ପରିବେଶ ଓ ସବୁଜିମା ଲାଗି ବେଶ ପରିଚିତ । ଗତ ୬ବର୍ଷ ଧରି ଏହି ଗ୍ରାମରେ ପ୍ରାୟ ୧ ଲକ୍ଷ ୫୦ ହଜାର ବୃକ୍ଷରୋପଣ ହୋଇଛି । ଏଠାରେ ଗୋଟିଏ ବି ପ୍ଲାଷ୍ଟିକର ବ୍ୟବହାର ହୋଇନଥାଏ । ଗ୍ରାମର ମହିଳା ସରପଞ୍ଚ ଗ୍ରାମବାସୀଙ୍କୁ ମଡର୍ଣ୍ଣ ଷ୍ଟୋଭ ବ୍ୟବହାର କରିବା ଲାଗି ଉତ୍ସାହିତ କରିଛନ୍ତି, ଯାହାଦ୍ବାରା କୋଇଲା ବ୍ୟବହାରର ମାତ୍ରା ହ୍ରାସ ପାଇବ । ଏଠାରେ ପିଲାମାନେ ସ୍ମାର୍ଟ କ୍ଲାସରୁମରେ ପାଠ ପଢିଥାନ୍ତି ।

ଗୁଜୁରାଟର ଏହି ୬ଟି ସ୍ମାର୍ଟ ଭିଲେଜ ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଗୃହ ରାଜ୍ୟ ଗୁଜୁରାଟର ବିକାଶ ଲାଗି ଖୁସିବ୍ୟକ୍ତ କରିବା ସହ ଗୌରବ ଅନୁଭବ କରିଥିବା କୁହନ୍ତି । ଅନେକ ସ୍ଥାନରେ ବିକାଶର କଥା ଉଠିଲେ ଏହି ଗ୍ରାମର ଉଦାହରଣ ମଧ୍ୟ ଦେଇଥାନ୍ତି ।

Last Updated : Apr 14, 2023, 10:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.