ETV Bharat / bharat

Omicron Scare: ସୁସ୍ଥ ପରେ ବି ଯନ୍ତ୍ରଣା ଦେଉଛି ଓମିକ୍ରନ

author img

By

Published : Jan 11, 2022, 12:48 PM IST

More cases of back pain with Omicron after recovery
More cases of back pain with Omicron after recovery

ବର୍ତ୍ତମାନ କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ କହର ସୃଷ୍ଟି କରିଛି । ଓମିକ୍ରମ ଘାତକ ନୁହେଁ । ଏଥିରେ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା କମ୍ । ଓମିକ୍ରନରୁ ସୁସ୍ଥ ହେବା ପରେ ଶାରୀରିକ ଯନ୍ତ୍ରଣା ଦେଉଛି ଏହି ଭାରିଏଣ୍ଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ : ପାଳି କରି ଆତଙ୍କ ଖେଳାଉଛି କୋରୋନା । ବର୍ତ୍ତମାନ କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ କହର ସୃଷ୍ଟି କରିଛି । ଓମିକ୍ରମ ଘାତକ ନୁହେଁ । ଏଥିରେ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା କମ୍ । ଏହି ଭାରିଏଣ୍ଟ ଚିହ୍ନଟ ହେବା ପରଠୁ ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ଏହିପରି କିଛି ତଥ୍ୟ ଦେଇ ଆସୁଛନ୍ତି । ଏହାରି ଭିତରେ ଆଉ ଏକ ସଦ୍ୟ ରିପୋର୍ଟ ପ୍ରକାଶ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ରିପୋର୍ଟ କହୁଛି ଓମିକ୍ରନରୁ ସୁସ୍ଥ ହେବା ପରେ ଶାରୀରିକ ଯନ୍ତ୍ରଣା ଦେଉଛି ଏହି ଭାରିଏଣ୍ଟ । ଶରୀର ଘୋଳାବିନ୍ଧା, ପିଠି ବିନ୍ଧା ହେବା, ଦୁର୍ବଳ ଲାଗିବା ଭଳି ଅନୁଭବ ହୋଇପାରେ ବୋଲି ସଦ୍ୟ ତଥ୍ୟ ଆସିଛି (back pain with Omicron after recovery) ।

ମୁମ୍ବାଇର ଜଣେ ମହିଳା ଅମ୍ରିତା କୋରୋନାରେ ଆକ୍ରାନ୍ତ ହୋଇଥିଲେ । କିଛି ଦିନ ପରେ ସେ ସୁସ୍ଥ ହୋଇଥିଲେ । ଏହାପରେ ତାଙ୍କ ପିଠି ବିନ୍ଧା ସହିତ ପ୍ରତିଟି ହାଡରେ ଯନ୍ତ୍ରଣା ହେବାକୁ ଲାଗିଥିଲା । ବିନ୍ଧା ଏତେ ଜୋରରେ ହୋଇଥିଲା ଯେ ତାହା ସହିବା କଷ୍ଟକର ବୋଲି କହିଥିଲେ ଅମ୍ରିତା । ଏହାପରେ ଆଉ ଜଣେ ଆକ୍ରାନ୍ତଙ୍କ ସମାନ ସମସ୍ୟ ଦେଖିବାକୁ ମିଳିଥିଲା । ଓମିକ୍ରନରୁ ସେ ସୁସ୍ଥ ହେବାପରେ ତାଙ୍କ ପିଠିର ତଳ ଭାଗରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଏହି ତଥ୍ୟ ଆଧାରରେ ସୁସ୍ଥ ହେବା ପରେ ବି ଓମିକ୍ରନ ଅସୁସ୍ଥ ଅନୁଭବ କରାଉଥିବା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ଏହି ଭାରିଏଣ୍ଟର ଦ୍ରୁତ ସଂକ୍ରାମକ ଭାରେ ଦେଶରେ ଆତଙ୍କ ସୃଷ୍ଟି କରିଛି । ୨୭ଟି ରାଜ୍ୟକୁ ମେଲିଲାଣି ଏହି ଭାରିଏଣ୍ଟ । ଦକ୍ଷିଣ ଆଫ୍ରିକାର ସ୍ବାସ୍ଥ୍ୟ ବୀମା କମ୍ପାନୀମାନେ ଓମିକ୍ରନ ଭାରିଏଣ୍ଟ ନେଇ ବିଶ୍ଲେଷଣ କରିଥିଲେ । ଏଥିରୁ ସେମାନେ ଓମିକ୍ରନରେ ଗଳ ଯନ୍ତ୍ରଣା ସାଧାରଣ ଲକ୍ଷ୍ୟ ଥିଲା । ଏହାପରେ ଶୁଖିଲା କାଶ, ପିଠିରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖିବାକୁ ପାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.