ETV Bharat / bharat

କାର୍ଯ୍ୟକାଳ ସରିବା କ୍ଷଣି ପୂର୍ବତନ ରାଷ୍ଟ୍ରପତିଙ୍କୁ ଟାର୍ଗେଟ: ମୁଫତି କହିଲେ ବିଜେପି ଏଜେଣ୍ଡାରେ କରିଛନ୍ତି କାମ

author img

By

Published : Jul 25, 2022, 10:08 PM IST

ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କୁ ଟାର୍ଗେଟ କଲେ ମୁଫତି, କହିଲେ ବିଜେପି ଏଜେଣ୍ଡାରେ କରିଛନ୍ତି କାମ
ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କୁ ଟାର୍ଗେଟ କଲେ ମୁଫତି, କହିଲେ ବିଜେପି ଏଜେଣ୍ଡାରେ କରିଛନ୍ତି କାମ

କାର୍ଯ୍ୟକାଳ ସରୁ ସରୁ ସମାଲୋଚନାର ଶିକାର ହେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମ୍ବିଧାନକୁ ପଛରେ ପକାଇ ବିଜେପି ଏଜେଣ୍ଡା ପୂରଣ କରିଥିବା ଅଭିଯୋଗ କରି ସମାଲୋଚନା କଲେ ମେହେବୁବା ମୁଫତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ନୂତନ ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବା ସହ ଆଜି ଔପଚାରିକ ଭାବେ ଶେଷ ହୋଇଛି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ତେବେ କାର୍ଯ୍ୟକାଳ ଶେଷ ହେବା କ୍ଷଣିକ ପରେ ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କୁ ରାଜନୈତିକ ସମାଲୋଚନାର ଶିକାର ହେବାକୁ ପଡିଛି । ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି କୋବିନ୍ଦଙ୍କୁ କାର୍ଯ୍ୟକାଳ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧ ଭୁଲି ବିଜେପିର ଏଜେଣ୍ଡା ପୂରଣ କରିଥିବା ଭଳି ସଙ୍ଗୀନ ଅଭିଯୋଗ ସହ ସମାଲୋଚନା କରି ଟ୍ବିଟ କରିଛନ୍ତି ।

  • The outgoing President leaves behind a legacy where the Indian Constitution was trampled upon umpteenth times. Be it scrapping of Article 370,CAA or the unabashed targeting of minorities & Dalits, he fulfilled BJPs political agenda all at the cost of the Indian Constitution.

    — Mehbooba Mufti (@MehboobaMufti) July 25, 2022 " class="align-text-top noRightClick twitterSection" data=" ">

ମୁଫତି କହିଛନ୍ତି, ‘‘ବିଦାୟୀ ରାଷ୍ଟ୍ରପତି ଏମିତି ଏକ ପଦାଙ୍କ ଛାଡି ଯାଇଛନ୍ତି, ଯେଉଁଥିରେ ଭାରତର ସମ୍ବିଧାନକୁ ଚୂର୍ଣ୍ଣ କରାଯାଇଛି । ରାଷ୍ଟ୍ରପତି ରାଜନୈତିକ ଉଦ୍ଦେଶ୍ୟରେ ଶାସକ ବିଜେପି ଦ୍ବାରା ବ୍ୟବହୃତ ହୋଇଛନ୍ତି । ଅନୁଚ୍ଛେଦ-୩୭୦ ଉଚ୍ଛେଦ ହେଉ, ନାଗରିକତ୍ବ ସଂଶୋଧନ ଆଇନ (CAA) ଲାଗୁ, କିମ୍ବା ସଂଖ୍ୟାଲଘୁ ଓ ଦଳିତଙ୍କୁ ଟାର୍ଗେଟ କରାଯିବା ପରି ପ୍ରସଙ୍ଗରେ ସେ ଭାରତୀୟ ସମ୍ବିଧାନର ମସସ୍ତ ମୂଲ୍ୟବୋଧକୁ ଭୁଲି ଯାଇ ବିଜେପିର ଏଜେଣ୍ଡାକୁ ପୂରଣ କରିଛନ୍ତି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.