ETV Bharat / bharat

Bilaspur road accident: ନିୟନ୍ତ୍ରଣ ହରାଇ ରାସ୍ତାକଡକୁ ଓଲଟିଲା ବସ୍‌, 15 ଗୁରୁତର

author img

By

Published : Nov 25, 2022, 4:37 PM IST

Updated : Nov 25, 2022, 4:52 PM IST

ବିଳାସପୁର ସହରରେ ବାମଟା ଛକ ନିକଟରେ ନିୟନ୍ତ୍ରଣ ହରାଇ ରାସ୍ତାକଡକୁ ଓଲଟିଲା ବସ୍‌ । 15ଜଣ ଗୁରୁତର, ବସ୍‌ରେ ଥିଲେ 40 ଯାତ୍ରୀ ।

15 people injured after private Volvo bus overturned in Bilaspur road accident in bilaspur
ନିୟନ୍ତ୍ରଣ ହରାଇ ରାସ୍ତାକଡକୁ ଓଲଟିଲା ବସ୍‌, 15 ଗୁରୁତର

ବିଳାସପୁର(ହିମାଚଳ ପ୍ରଦେଶ): ବିଳାସପୁର ସହରରେ ବାମଟା ଛକ ନିକଟରେ ଏକ ଘରୋଇ ଭଲଭୋ ବସ୍‌ ନିୟନ୍ତ୍ରଣ ହରାଇ ଓଲଟି ପଡିଛି(private Volvo bus overturned in Bilaspur ) । ଏହି ଦୁର୍ଘଟଣାରେ 15ଜଣ ଗୁରୁତର ଭାବେ ଆହତ ହେବାର ସୂଚନା ରହିଛି । ବସ୍‌ଟି ପ୍ରାୟ 40 ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ବୋଲି କୁହାଯାଉଛି । ଆହତଙ୍କୁ ଚିକିତ୍ସା ପାଇଁ ବିଳାସପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

17029515
ନିୟନ୍ତ୍ରଣ ହରାଇ ରାସ୍ତାକଡକୁ ଓଲଟିଲା ବସ୍‌, 15 ଗୁରୁତର

ବିଳାସପୁରରେ ସଡକ ଦୁର୍ଘଟଣାର ଖବର ପ୍ରାୟ ସବୁଦିନ ଆସିବାରେ ଲାଗିଛି । ଏକ ଘରୋଇ ଭଲଭୋ ବସ୍‌ ବିଳାସପୁରକୁ ଲାଗିଥିବା ବାମଟା ଛକ ନିକଟରେ ନିୟନ୍ତ୍ରଣ ହରାଇ ଓଲଟି ପଡିଛି । ବସ୍‌ଟି ମନାଲୀରୁ ଚଣ୍ଡିଗଡ ଆଡକୁ ଯାଉଥିଲା । ସୂଚନା ଅନୁଯାୟୀ, ବସ୍‌ଟିରେ 40 ଜଣ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ 15ଜଣଙ୍କୁ ଗମ୍ଭୀର ଆଘାତ ଲାଗିଛି । ଆହତଙ୍କ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ମାଧ୍ୟମରେ ଜିଲ୍ଲା ହସ୍ପିଟାଲ ବିଳାସପୁରରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ସୂଚନା ପାଇ ବିଳାସପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ସନ୍ଧାନରେ ରହିଛି । ସୁଚନାଯୋଗ୍ୟ ଯେ, ବିଳାସପୁରରେ ସକାଳ ସମୟରେ ଅଧିକ କୁହୁଡି ହୋଇଥାଏ । ଫଳରେ ଘନ କୁହୁଡି ଦୁର୍ଘଟଣାର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

Last Updated :Nov 25, 2022, 4:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.