ETV Bharat / bharat

10ରୁ ମହାରାଷ୍ଟ୍ରରେ ନାଇଟକର୍ଫ୍ୟୁ, ଜାଣନ୍ତୁ କଣ ଖୋଲା କଣ ବନ୍ଦ ?

author img

By

Published : Jan 9, 2022, 10:28 AM IST

ମହାରାଷ୍ଟ୍ରରେ ଦିନକୁ ଦିନ କୋରୋନା ଗ୍ରାଫ ଉପରମୁହାଁ ହୋଇଛି । ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ କଟକଣା ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ଦେଖନ୍ତୁ କଟକଣା ମଧ୍ୟରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ? ଅଧିକ ପଢ଼ନ୍ତୁ

maharashtra to impose night curfew from 10th january
ଆସନ୍ତାକାଲିଠୁ ମହାରାଷ୍ଟ୍ରରେ ନାଇଟକର୍ଫ୍ୟୁ ଲାଗୁ

ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ କରୋନା ଗ୍ରାଫ ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ୪୧ ହଜାର ୪୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ୨୦୨୨ ବର୍ଷର ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ପାର କରିଛି। ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮,୭୫,୬୫୬କୁ ବୃଦ୍ଧି ପାଇଛି । ତେବେ ପୁଣି ୧୩ ଜଣଙ୍କ ଜୀବନ ନେଇଛି କୋରୋନା । ମହାରାଷ୍ଟ୍ରରେ 9,671ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସକ୍ରିୟ ମାମଲା ୧,୭୩,୨୩୮ରେ ପହଞ୍ଚିଛି।

ଦେଶରେ ହୁ ହୁ ହୋଇ କୋରୋନା ଓ ଓମିକ୍ରନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଆଜି ୧୩୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଓମିକ୍ରନ ସଂଖ୍ୟା ୧୦୦୦ରୁ ଅଧିକ ବୃଦ୍ଧି ପାଇଛି । ଏଥିମଧ୍ୟରୁ ମୁମ୍ବାଇରେ 566ଟି ଓମିକ୍ରନ ମାମଲା ଥିବାବେଳେ ପୁଣେରୁ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କଟକଣା ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜାନୁଆରୀ ୧୦ରୁ ମହାରାଷ୍ଟ୍ରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯିବ । ରାତି ୧୧ରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରାଯିବ । ଏଥିସହ ଗୋଷ୍ଠୀ ସମୂହ ଉପରେ କଡ଼ା ନଜର ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ଫେବୃଆରୀ ୧୫ ଯାଏ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରକୁ ବନ୍ଦ କରି ଦିଆଯାଇଛି । ନିୟମ ଉଲ୍ଲଂଘନ କଲେ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସରକାରଙ୍କ କଟକଣା ଅନୁଯାୟୀ ସୁଇମିଂ ପୁଲ୍, ଜିମ୍, ସ୍ପା, ବିୟୁଟି ପାର୍ଲର, ପ୍ରାଣୀ ଉଦ୍ୟାନ, ସଂଗ୍ରହାଳୟ ଏବଂ ମନୋରଞ୍ଜନ ପାର୍କ ଆଦି ବନ୍ଦ ରହିବ | ସେଲୁନ ଓ ମଲ ଆଦିକୁ ୫୦ ପ୍ରତିଶତ କ୍ଷମତାରେ ଚଳାଇବା ପାଇଁ ଅନୁମତି ଦିଆଯାଇଛି । ଏଥିସହ ହୋଟେଲ, ରେଷ୍ଟୁରାଣ୍ଟ, ସିନେମା ହଲ ଓ ଅଡିଟୋରିୟମ ଆଦିକୁ ୫୦ ପ୍ରତିଶତ କ୍ଷମତାରେ ରାତି ୧୦ ଯାଏ ଖୋଲିବାକୁ ଅନୁମତି ମିଳିଛି । ସ୍ବିଗି, ଜୋମାଟୋ ଭଳି ଖାଦ୍ୟ ଡେଲିଭରୀ ସଂସ୍ଥା ହୋମ ଡେଲିଭରୀ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.