ETV Bharat / bharat

Congress President Poll: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ କିଏ ଦେବେ ଭୋଟ, ସୋନିଆଙ୍କୁ ତାଲିକା ପ୍ରଦାନ କଲେ ମଧୁସୂଦନ ମିସ୍ତ୍ରି

author img

By

Published : Sep 27, 2022, 8:22 PM IST

Madhusudan Mistry submitted list of delegates to Sonia Gandhi who will vote in congress president election
Congress President Election: ସୋନିଆଙ୍କୁ ଭୋଟର ତାଲିକା ପ୍ରଦାନ କଲେ ମଧୁସୂଦନ ମିସ୍ତ୍ରି

ସୋନିଆ ଗାନ୍ଧୀଙ୍କୁ ମତଦାତାଙ୍କ ତାଲିକା ପ୍ରଦାନ କରିଛନ୍ତି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି । ତା ସହିତ ସୋନିଆଙ୍କୁ ମତଦାନ ପାଇଁ କଂଗ୍ରେସ ଭୋଟ ପରିଚୟ ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି ଆଜି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମତଦାତାଙ୍କ ତାଲିକା ପ୍ରଦାନ କରିଛନ୍ତି । ଏହି ପ୍ରତିନିଧିମାନେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ମତଦାନ କରିବେ । ତା ସହିତ ସୋନିଆଙ୍କୁ ମତଦାନ ପାଇଁ କଂଗ୍ରେସ ଭୋଟ ପରିଚୟ ପତ୍ର ପ୍ରଦାନ କରିଛନ୍ତି ।

ଏହାକୁ ନେଇ କଂଗ୍ରେସର ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି, "କଂଗ୍ରେସ ଏକମାତ୍ର ଦଳ ଯେଉଁଠି ଦଳର ଅଧ୍ୟକ୍ଷ ଚୟନ ପାଇଁ ନିର୍ବାଚନ ହୁଏ । ଯାହା ସମ୍ପୂର୍ଣ୍ଣ ସ୍ବଚ୍ଛ ଓ ନିରପେକ୍ଷ । ଆଜି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି ସୋନିଆ ଗାନ୍ଧୀଙ୍କୁ ମତଦାତାଙ୍କ ତାଲିକା ପ୍ରଦାନ କରିଛନ୍ତି । ତା ସହିତ ସୋନିଆଙ୍କୁ କଂଗ୍ରେସ ଭୋଟ ପରିଚୟ ପତ୍ର ପ୍ରଦାନ କରିଛନ୍ତି ।"

ସୋନିଆଙ୍କୁ ଭେଟିବା ପରେ ମଧୁସୂଦନ ମିସ୍ତ୍ରି କହିଛନ୍ତି, "କଂଗ୍ରେସ କୋଷାଧ୍ୟକ୍ଷ ଅଧ୍ୟକ୍ଷ ପଦ ପାଇଁ କଂଗ୍ରେସ ନିର୍ବାଚନ କମିଶନଙ୍କଠାରୁ ପ୍ରାର୍ଥୀପତ୍ର ନେଇଛନ୍ତି । ତେବେ ନାମାଙ୍କନ ଦାଖଲ କରିବେ କି ନାହିଁ ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ବର୍ତ୍ତମାନ ସୁଦ୍ଧା ଶଶି ଥରୁର, ପବନ ବଂଶଲ ହିଁ ପ୍ରାର୍ଥୀପତ୍ର ନେଇଛନ୍ତି ।"

ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ପଦ ରେସ୍‌ରୁ ଅଶୋକ ଗେହେଲଟ ବାଦ୍‌ ପଡ଼ିଥିବା କଂଗ୍ରେସ ସୂତ୍ରରୁ ପ୍ରକାଶ ପାଇଛି । ଏହାପରେ କୁମାରୀ ଶୈଳଜାଙ୍କ ନାମ ଚର୍ଚ୍ଚା ଭିତରକୁ ଆସିଛି । କୁହାଯାଉଛି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସେ ରାହୁଲ ଗାନ୍ଧୀଙ୍କ ପ୍ରଥମ ପସନ୍ଦ । ଏହାକୁ ନେଇ କେସି ଭେନୁଗୋପାଲ ପ୍ରତିକ୍ରିୟା ଦେଇଥିଲେ ।

ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ବାକି ରହିଛି । ବରିଷ୍ଠ କଂଗ୍ରେସ ନେତା କମଲନାଥ ସୋମବାର ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । କିନ୍ତୁ ସେ କଂଗ୍ରେସ ଅଧ୍ୟକ୍ଷ ପଦ ପ୍ରତି ଆଗ୍ରହୀ ନଥିବା କୁହାଯାଉଛି । ମଧ୍ୟ ପ୍ରଦେଶରେ କଂଗ୍ରେସ ପାଇଁ ସେ କାର୍ଯ୍ୟ କରିବାକୁ ଚାହୁଁଥିବା ସୋନିଆଙ୍କୁ ଜଣାଇଥିଲେ । ସେ କହିଛନ୍ତି, "ମୁଁ ସାଂସଦ ଭାବରେ ହିଁ କାର୍ଯ୍ୟ କରିବି ।"

ରାଜସ୍ଥାନରେ ରାଜାନୈତିକ ଡ୍ରାମା ସୃଷ୍ଟି ହେବାପରେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ସୋନିଆ ପ୍ଲାନ୍‌ ବି ଉପରେ କାର୍ଯ୍ୟ ଆରମ୍ଭ କରିଥିବା ଆଲୋଚନା ହେଉଛି । ଏହାପୂର୍ବରୁ ଅଧ୍ୟକ୍ଷ ପଦ ରେସ୍‌ରେ ଅଶୋକ ଗେହେଲଟଙ୍କ ନାମ ରେସ୍‌ର ସର୍ବାଗ୍ରେ ରହିଥିଲା । ବର୍ତ୍ତମାନ ଅଶୋକ ଗେହେଲଟଙ୍କ ଉପରେ ସୋନିଆ ଖୁସି ନଥିବା ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.