ETV Bharat / bharat

ଏମିତି ବି ପ୍ରେମ: ବିବାହ ପାଇଁ ଲିଙ୍ଗ ପରିବର୍ତ୍ତନ କଲେ ଯୁବତୀ, ବାହା ହେବାକୁ ମନା କଲେ ପ୍ରେମିକା

author img

By

Published : Jan 21, 2023, 1:46 PM IST

girl changed gender in love with girl
girl changed gender in love with girl

ଦୁଇ ଯୁବତୀଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ସମଲିଙ୍ଗୀ ବିବାହ କରିବା ପାଇଁ ଲିଙ୍ଗ ପରିବର୍ତ୍ତନ କରିଥିଲେ ଯୁବତୀ । କିନ୍ତୁ ବାହା ହେବାକୁ ମନା କଲା ପ୍ରେମିକା । ଅଧିକ ପଢନ୍ତୁ

ଲକ୍ଷ୍ନୌ: କଥାରେ ଅଛି ପ୍ରେମରେ ପଡିଲେ ମଣିଷ କିଛିବି କରିପାରେ । ନିଜ ପ୍ରେମକୁ ପାଇବାରୁ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଦିଅନ୍ତି ପ୍ରେମୀଯୁଗଳ । କିଏ ବିଦେଶରୁ ପଳାଇ ଆସୁଛି ତଆଉ କିଏ ପ୍ରେମ ପାଇଁ ଧର୍ମ ପରିବର୍ତ୍ତନ କରିଦେଉଛି । ଏବେ ପ୍ରେମକୁ ପାଇବା ପାଇଁ ଜଣେ ଯୁବତୀ ଲିଙ୍ଗ ପରିବର୍ତ୍ତନ କରି ଝିଅରୁ ପୁଅ ହୋଇଛନ୍ତି ।

love story of two girls in jhansi
love story of two girls in jhansi

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ସେ ଯେଉଁ ଯୁବତୀଙ୍କ ପାଇଁ ଲିଙ୍ଗ ପରିବର୍ତ୍ତନ କରିଥିଲେ ସେ ଏବେ ବିବାହ ପାଇଁ ମନା କରିଦେଇଥିଲେ । ପୁଣି ଥରେ ଲିଙ୍ଗ ପରିବର୍ତ୍ତନ କରି ଝିଅ ହେବାକୁ କହିଥିଲେ ଯୁବତୀ ଜଣଙ୍କ । ଉତ୍ତରପ୍ରଦେଶର ଝାନ୍ସି ଜିଲ୍ଲାରେ ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି । ଯୁବତୀ ଜଣଙ୍କ ଗାଲଫ୍ରେଣ୍ଡ ଭାବୁଥିବା ଯୁବତୀଙ୍କୁ ବିବାହ କରିବା ପାଇଁ ଲିଙ୍ଗ ପରିବର୍ତ୍ତନ ସହ ନିଜ ନାମ ପରିବର୍ତ୍ତନ କରି ସୁହେଲ ଖାନ ରଖିଥିଲେ । କିନ୍ତୁ ଅନ୍ୟ ଯୁବତୀ ଜଣଙ୍କ ଏବେ ବିବାହ ପାଇଁ ମନା କରିବାକୁ କଥା ଯାଇ କୋର୍ଟରେ ପହଞ୍ଚିଛି ।

ଲିଙ୍ଗ ପରିବର୍ତ୍ତନ କରି ଝିଅରୁ ପୁଅ ହୋଇଥିବା ଯୁବତୀଙ୍କ ଓକିଲ କହିଛନ୍ତି ଯେ, ''ଝାନ୍ସିରେ ରହୁଥିବା ସନା ଖାନ ସୋନଲ ଶ୍ରୀବାସ୍ତଙ୍କ ପ୍ରେମରେ ପଡିଥିଲେ । ଏହାପରେ ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଦୁଇ ଏକାଠି ରହିବାକୁ ହେଲେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ହେବା ଆବଶ୍ୟକ ବୋଲି ସୋନଲ କହିଥିଲେ । ଏହାପରେ ସନା ଖାନ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଲିଙ୍ଗ ଅପରେସନ କରି ଝିଅରୁ ପୁଅ ହୋଇଥିଲେ । ଏହାପରେ ନିଜ ନାମ ସୁହେଲ ଖାନ ପରିବର୍ତ୍ତନ କରିଥିଲେ । କିନ୍ତୁ ବିବାହ ହେବା ପୂର୍ବରୁ ଏକ ଡାକ୍ତରଖାନାରେ ଅନ୍ୟ ଯୁବତୀ ସୋନଲ ଶ୍ରୀବାସ୍ତବ ଚାକିରି ପାଇଲେ । ସେଠାରେ ସେ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡିଥିଲେ । ଯାହା ଫଳରେ ସୋନଲ ଓ ସନାଙ୍କ ମଧ୍ୟରେ ଦୂରତା ବଢିଥିଲା ।''

ଓକିଲ ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ, ''ଲିଙ୍ଗ ପରିବର୍ତ୍ତନ ପରେ ସନା ଖାନ( ସୋହେଲ) ତାଙ୍କ ଗାର୍ଲଫ୍ରେଣ୍ଡ ସୋନଲଙ୍କୁ ଭେଟିଥିଲେ । ଏବଂ ବିବାହ କରିବାକୁ କହିଥିଲେ । କିନ୍ତୁ ସୋନଲ ସନାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଯଦି ତୁମକୁ ଭଲ ଲାଗୁନି ତେବେ ତୁମେ ପୁଣି ଥରେ ଅପରେସନ କରି ଝିଅ ହୋଇ ପାରିବ । ଏହା ପରେ ସନା କୋର୍ଟରେ ହାଜର ହୋଇ ଏସମ୍ପର୍କରେ ଜଣାଇଥିଲେ । ''ତେବେ ସନା ଓ ସୋନଲଙ୍କ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଉଭୟ ପ୍ରତିଦିନ ବାର୍ତ୍ତାଳାପ କରନ୍ତି । ସୋନଲଙ୍କ ସମସ୍ତ ଖର୍ଚ୍ଚ ସନା ବହନ କରନ୍ତି । ଉଭୟ ସ୍ବାମୀ ସ୍ତ୍ରୀ ପରି ରହୁଥିବା ବେଳେ ଅନେକ ସମୟରେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ମଧ୍ୟ କରନ୍ତି । କିନ୍ତୁ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଛିନ୍ନ ହୋଇଛି ।

୩୦ ମେ ୨୦୨୨ରେ ଅନଲାଇନରେ ସନା ଖାନ ସୋନଲଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଜୁନ ୩ ତାରିଖ ଦିନ ଏହି ଅଭିଯୋଗ କୋର୍ଟରେ ବିଚାର କରାଯାଇଥିଲା । ଏହା ପରେ ସନା ଖାନଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା । ଦୁଇ ସାକ୍ଷୀ ରାଜୁ ଅହିରୱର ଏବଂ ଅଜୟ କୁମାରଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରାଯାଇଥିଲା । ରାଜୁ ଅହିରୱର ସୋହେଲ ଖାନଙ୍କ ଡ୍ରାଇଭର ଥିଲେ ଏବଂ ସେହି ସମୟରେ ସେ ତାଙ୍କ ସହ ଦିଲ୍ଲୀର ଗଙ୍ଗରାମ ଡାକ୍ତରଖାନାକୁ ଯାଇ ଲିଙ୍ଗ ପରିବର୍ତ୍ତନ କରିଥିଲେ ।

ଏହି ଘଟଣାରେ ସୋନଲ ଶ୍ରୀବାସ୍ତବ ମଧ୍ୟ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ସେ କୋର୍ଟରେ ହାଜର ହୋଇନଥିଲେ । ଏହାପରେ ଜାନୁଆରୀ ୧୮ରେ ପୋଲିସ ସୋନଲ ଶ୍ରୀବାସ୍ତବଙ୍କୁ ପୋଲିସ ଗିରଫ କରି କୋର୍ଟରେ ହାଜର କରିଥିଲା । ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ହେପାଜତକୁ ପଠାଇ ଦିଆଯାଇଥିଲା । ତେବେ ଜାମିନ ପାଇଁ ସୋନାଲଙ୍କ ଓକିଲ ଆବେଦନ କରିଥିବା ବେଳେ ୧୯ ଜାନୁଆରୀ ସନ୍ଧ୍ୟାରେ ସୋନଲ ଜାମିନ ପାଇଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୩ ଫେବୃଆରୀରେ ହେବ । ସନା ଖାନ କହିଛନ୍ତି ଯେ ଅସ୍ତ୍ରୋପଚାର ପାଇଁ ୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.