ETV Bharat / bharat

Lift Accident: ନିର୍ମାଣଧିନ ବିଲ୍ଡିଂରୁ ଖସିପଡିଲା ଲିଫ୍ଟ, 4 ମୃତ

author img

By ETV Bharat Odisha Team

Published : Sep 15, 2023, 3:32 PM IST

lift of under construction building collapses
lift of under construction building collapses

ଗ୍ରେଟର ନୋଏଡାରେ ଭୁଶୁଡିଲା ନିର୍ମାଣଧିନ ବିଲ୍ଡିଂର ଲିଫ୍ଟ । 4ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ। ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ୟୁପି ଗ୍ରେଟର ନୋଏଡାରେ ଅଭାବନୀୟ ଘଟଣା । ନିର୍ମାଣଧିନ ବିଲ୍ଡିଂର ଲିଫ୍ଟ ଖସି ପଡ଼ିବାରୁ 4ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ଶ୍ରମିକ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ଅନେକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 2ଜଣ ଆହତ ଶ୍ରମିକଙ୍କ ଅବସ୍ଥା ସଙ୍କାଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି । ମୃତ ଶ୍ରମିକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

ଗ୍ରେଟର ନୋଏଡାରେ ଡ୍ରିମ୍ ଭ୍ୟାଲି ପ୍ରୋଜେକ୍ଟରେ ଏକ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଚାଲିଥିଲା । କୌଣସି କାରଣ ବଶତଃ ବିଲ୍ଡିଂରେ ଥିବା ଲିଫ୍ଟ ହଠାତ୍ ଖସି ପଡ଼ିଥିଲା । ଲିଫ୍ଟରେ ଅନେକ ଶ୍ରମିକ ଥିବା ବେଳେ 4ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ଡାକ୍ତରଖାନାରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି । ଲିଫ୍ଟ ତଳକୁ ଖସିବା ସମୟରେ ଉପସ୍ଥିତ ଥିବା ଶ୍ରମିକମାନେ ଚିତ୍କାର କରିଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ-Maharashtra: ଭୁଶୁଡିଲା ନିର୍ମାଣାଧୀନ କୋଠାର ଲିଫ୍ଟ, 7 ଶ୍ରମିକ ମୃତ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ନିର୍ମାଣଧିନ ସ୍ଥାନରେ ଏକ ଲିଫ୍ଟ ରହିଥିଲା । ଯେଉଁଥିରେ ଜିନିଷ ପରିବହନ କରାଯାଉଥିଲା । ଏହାର କ୍ଷମତାଠାରୁ ଲିଫ୍ଟରେ ଅଧିକ ସାମଗ୍ରୀ ଏବଂ ଶ୍ରମିକ ଥିଲେ, ଯେଉଁ କାରଣରୁ ଲିଫ୍ଟ୍‌ଟି ଖସିପଡ଼ିଥିଲା । ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହି ଦୁର୍ଘଟଣା ସମ୍ପର୍କରେ ଶ୍ରମିକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ଏହି ଘଟଣା ପରେ ଶହଶହ ଶ୍ରମିକ ନିର୍ମାଣ ସ୍ଥଳରେ ଏକାଠି ହୋଇଥିଲେ। ଏନେଇ ବିଲ୍‌ଡର ଜଣଙ୍କୁ ମଧ୍ୟ ଅବଗତ କରାଯାଇଛି ।

ଏହିଭଳି ଭାବରେ ଗତ ସେପ୍ଟେମ୍ବର 11 ତାରିଖରେ ମହାରାଷ୍ଟ୍ରର ଥାନେରେ ଏକ ନିର୍ମାଣାଧୀନ 40 ମହଲା ବିଲ୍ଡିଂର ଲିଫ୍ଟ ଛିଣ୍ଡିଯିବା ଫଳରେ ପ୍ରଥମେ 7 ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା । ଏଥିରେ ମୋଟ 7 ଜଣ ଥିଲେ । ପ୍ରଥମେ 6ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ସମସ୍ତ ମୃତକ ଉକ୍ତ ବିଲ୍ଡିଂରେ କାର୍ଯ୍ୟରତ ଥିବା ଶ୍ରମିକ ଥିଲେ । ଗତବର୍ଷ ସେପ୍ଟେମ୍ବର ମାସରେ ଗୁରୁରାଟ ଅହମ୍ମଦାବାଦ ୟୁନିଭର୍ସିଟି ନିକଟରେ ବି ଏକ ବଡ ଅଘଟଣ ଘଟିଥିଲା । ନିର୍ମାଣଧୀନ 7 ମହଲାରୁ ଲିଫ୍ଟ ଖସିବା ଫଳରେ 8 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଦୁଇଟି ବିଲ୍ଡିଂରେ କାର୍ଯ୍ୟ ଚାଲିଥିବାବେଳେ ଏହି ଅଘଟଣ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.