ETV Bharat / bharat

ଶାସକମାନେ ଆତ୍ମସମୀକ୍ଷକ ହେବା ଆବଶ୍ୟକ: Chief Justice NV Ramana

author img

By

Published : Nov 23, 2021, 3:38 PM IST

Chief Justice NV Ramana
Chief Justice NV Ramana

ଆଜିର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସକମାନେ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ଭଲ କି ମନ୍ଦ ତାର ପ୍ରତିଦିନ ଆତ୍ମସମୀକ୍ଷା ହେବା ଆବଶ୍ୟକ । ଏହି ନିଷ୍ପତ୍ତି ନେବା ପଛରେ ସେମାନଙ୍କର କୌଣସି ଖରାପ ଗୁଣ ରହିଛି କି ନାହିଁ ତାହା ମଧ୍ୟ ନିଜର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନିରୀକ୍ଷଣ କରିବା ଉଚିତ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଏନ.ଭି ରମଣା । ଅଧିକ ପଢନ୍ତୁ

ଅମରାବତୀ: ଆଜିର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସକମାନେ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ଭଲ କି ମନ୍ଦ ତାର ପ୍ରତିଦିନ ଆତ୍ମସମୀକ୍ଷା ହେବା ଆବଶ୍ୟକ । ଏହି ନିଷ୍ପତ୍ତି ନେବା ପଛରେ ସେମାନଙ୍କର କୌଣସି ଖରାପ ଗୁଣ ରହିଛି କି ନାହିଁ ତାହା ମଧ୍ୟ ନିଜର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନିରୀକ୍ଷଣ କରିବା ଉଚିତ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଏନ.ଭି ରମଣା(Chief Justice NV Ramana) । ଆନ୍ଧ୍ରପ୍ରଦେଶ ପୁଟ୍ଟପର୍ତ୍ତିସ୍ଥିତ ଶ୍ରୀ ସତ୍ୟସାଇ ଇନଷ୍ଟିଚ୍ୟୁଟ ଅଫ୍ ହାୟର ଲର୍ଣ୍ଣିଙ୍ଗର ୪୦ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି ପ୍ରଧାନ ବିଚାରପତି ।

ସେ ଆହୁରି ରାମାୟଣ ଓ ମହାଭାରତର ଉଦାହରଣ ଦେଇ କହିଛନ୍ତି ଯେ ଶାସକମାନଙ୍କର ୧୪ ଖରାପ ଗୁଣ ରହିଛି । ଏଥିରୁ ସେମାନଙ୍କୁ ଦୂରେଇ ରହିବାକୁ ପଡିବ । ଶାସନ ବ୍ୟବସ୍ଥା ସର୍ବଦା ନ୍ୟାୟସଙ୍ଗତ ତଥା ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖିବା ଉଚିତ । ଲୋକତନ୍ତ୍ରରେ ଜନତା ସବୁଠୁ ଆଗରେ । ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯେଉଁସବୁ ନିଷ୍ପତ୍ତି ନିଆଯାଉଛି, ତାହାର ସଠିକ୍ ଫାଇଦା ସେମାନଙ୍କୁ ମିଳିବା ଆବଶ୍ୟକ ବୋଲି କହିଛନ୍ତି ଜଷ୍ଟିସ ରମଣା ।

ଲୋକଙ୍କ ଆବଶ୍ୟକତାକୁ ଦେଖି ସରକାର ଶାସନ କରିବା ଦରକାର । କୋରୋନା ମହାମାରୀ ଯୋଗୁଁ ବିଶ୍ବରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ସମଗ୍ର ବିଶ୍ବ ଗୋଟିଏ ପରିବାର। ଏହା ହେଉଛି ଭାରତ ସଂସ୍କୃତିର ମୂଲ୍ୟବୋଧ । ଭାରତ ସଂସ୍କୃତିର ପ୍ରକୃତ ମୂଲ୍ୟ ହେଉଛି ସମସ୍ତଙ୍କୁ ଭଲ ପାଇବା ସେବା କରିବା ବୋଲି କହିଛନ୍ତି ଜଷ୍ଟିସ ରମଣା । ଶିକ୍ଷା ବ୍ୟବସ୍ଥାକୁ ନେଇ କହିଛନ୍ତି ଆଜିର ଆଧୁନିକ ଶିକ୍ଷାଦାନ ପିଲାଙ୍କୁ ବସ୍ତୁବାଦୀ କରୁଛି । ତେଣୁ ଆଧୁନିକ ଶିକ୍ଷା ମୂଲ୍ୟବୋଧଭିତ୍ତିକ ହେବା ଦରକାର । ପିଲାଙ୍କୁ ନୈତିକ ଶିକ୍ଷା ଦିଆଯିବା ଦରକାର ।

ପ୍ରକାଶ ଥାଉ କି, ୧୯୮୧ରେ ଶ୍ରୀ ସତ୍ୟସାଇ ବାବା ଏହି ଶିକ୍ଷାନୁଷ୍ଠାନକୁ ପ୍ରତିଷ୍ଠା କରିଥିଲେ । ଆଜି(ମଙ୍ଗଳବାର) ସତ୍ୟ ସାଇବାବାଙ୍କ ୯୬ତମ ଜୟନ୍ତୀ । ଏହି ଅବସରରେ ପ୍ରଧାନ ବିଚାରପତି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପୂର୍ବରୁ ସତ୍ୟ ସାଇବାବାଙ୍କ ଦର୍ଶନ କରିଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ପ୍ରଧାନ ବିଚାରପତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.