ETV Bharat / bharat

ହାଇଦ୍ରାବାଦରେ ମନ କିଣିଲା କୋରାପୁଟ ମାଣ୍ଡିଆ ଚା', ଜଗନ୍ନାଥ ଚିନାରୀଙ୍କ ଷ୍ଟଲରେ ଗ୍ରାହକଙ୍କ ଭିଡ

author img

By

Published : Feb 12, 2023, 1:45 PM IST

Updated : Feb 12, 2023, 4:09 PM IST

ହାଇଦ୍ରାବାଦରେ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ଓଡିଆ ଖାଦ୍ୟ ଓ ହସ୍ତଶିଳ୍ପ ମେଳା । ଯେଉଁଥିରେ କୋରାପୁଟ ଜୟପୁରର ଜଗନ୍ନାଥ ଚିନାରୀ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରଦର୍ଶିତ କରିଛନ୍ତି । ଯାହା ଲୋକଙ୍କୁ ମଧ୍ୟ ବେଶ ପସନ୍ଦ ଆସୁଛି । ଅଧିକ ପଢନ୍ତୁ

Jagannath chinari selling millet food
Jagannath chinari selling millet food

ହାଇଦ୍ରାବାଦରେ ମନ କିଣିଲା କୋରାପୁଟ ମାଣ୍ଡିଆ ଚା'

ହାଇଦ୍ରାବାଦ: ଦିନେ ମାଣ୍ଡିଆର ଏତେ ଆଦର ନଥିଲା । କିନ୍ତୁ ମାଣ୍ତିଆରୁ ପ୍ରସ୍ତୁତ ସାମଗ୍ରୀ ଏବେ ଲୋକଙ୍କ ମନ ଜିଣୁଛି । ମାଣ୍ଡିଆ ମିକ୍ସଚର, କେକ, ମୁଡକି, ଗାଣ୍ଠିଆ, ବିସ୍କୁଟ ପରି ବହୁ ରକମର ପିଠା ଏବେ ବଜାରରେ ବିକ୍ରୟ କରାଯାଉଛି । ଓଡିଶାରେ ପ୍ରସ୍ତୁତ ଖାଦ୍ୟକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ହ୍ରାଇଦ୍ରାବାଦର ଶିଳ୍ପରମମ ଠାରେ ଓଡିଆ ଫୁଡ ଓ କ୍ରାପ୍ଟ ମେଳାର ଆୟୋଜନ କରାଯାଇଛି । କଳିଙ୍ଗ ସ୍ବରାଜ ଓମେନ୍ସ ଓ୍ବିଙ୍ଗ ତରଫରୁ ଏପରି ଏକ ମେଳାର ଆୟୋଜନ କରାଯାଇଥିବା ବେଳେ ମାଣ୍ଡିଆର ପ୍ରସ୍ତୁତ ସ୍ନାକ୍ସ ମଧ୍ୟ ପ୍ରଦର୍ଶିତ କରାଯାଇଛି । କୋରାପୁଟ ଜୟପୁରର ଜଗନ୍ନାଥ ଚିନାରୀ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଏଠାରେ ପ୍ରଦର୍ଶିତ କରିଥିବା ବେଳେ ତାହା ଓଡିଆ ତଥା ଅଣ ଓଡିଆଙ୍କୁ ମଧ୍ୟ ବେଶ ପସନ୍ଦ ଆସିଛି ।

ଜଗନ୍ନାଥ ଚିନାରୀଙ୍କ ଷ୍ଟଲରେ ମିକ୍ସଚର ଠାରୁ ଆରମ୍ଭ କରି ବିସ୍କୁଟ, ମୁଡକି ଓ ଚା’ ପରି ପ୍ରାୟ ୨୦ରୁ ୨୫ ପ୍ରକାରର ସାମଗ୍ରୀ ଷ୍ଟଲରେ ପ୍ରଦର୍ଶିତ କରାଯାଇଛି । ଯାହା ଗ୍ରାହକଙ୍କୁ ମଧ୍ୟ ବେଶ ପସନ୍ଦ ଆସିଥିଲା । ତେବେ ପ୍ରଥମ କରି ସେ ମାଣ୍ଡିଆରେ ଚା’ ତିଆରି କରିଥିବା ବେଳେ ଏହାର ସ୍ବାଦ ମଧ୍ୟ ନିଆରା ଥିଲା । ଦୀର୍ଘ ୧୦ ବର୍ଷ ହେଲା ସେ ମାଣ୍ଡିଆରୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରି ଆସୁଥିବା ବେଳେ ଜାତୀୟ ସ୍ତରରେ ମଧ୍ୟ ସେ ସମ୍ମାନିତ କରାଯାଇଛି । ଏଥି ସହ ପ୍ରଥମ ମାଣ୍ଡିଆ ଦିବସରେ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ।

ଏନେଇ ଜୟପୁରର ଜଗନ୍ନାଥ ଚିନାରୀ କହିଛନ୍ତି ଯେ, ''ବିଶେଷ କରି ମାଣ୍ଡିଆକୁ ନେଇ ୪୦ରୁ ୫୦ ପ୍ରକାରର ଜିନିଷ ତିଆରି ହେଉଛି । ଏଠାରେ ୨୦ରୁ ୨୫ ପ୍ରକାର ଆଇଟମ ପ୍ରଦର୍ଶିତ କରାଯାଉଛି । ମାଣ୍ଡିଆରୁ ପ୍ରସ୍ତୁତ କୁକିଜ, ମିକ୍ସଚର ଓ ଚା’ର ଚେଷ୍ଟକୁ ଲୋକେ ବହୁତ ପସନ୍ଦ କରୁଛନ୍ତି । ପ୍ରଥମେ ଚା’ ପିଇବାକୁ ଲୋକେ ଟିକିଏ ଅନିଚ୍ଛା ପ୍ରକାଶ କରିଥିଲେ, କିନ୍ତୁ କିଛି ସମୟ ପରେ ଏହାକୁ ବେଶ ପସନ୍ଦ କରିଥିଲେ । ଲୋକଙ୍କ ଠାରୁ ଭଲ ଫିଡବ୍ୟାକ ମଧ୍ୟ ମିଳୁଛି । ରାଜ୍ୟ ସରକାର ଏସଏସଜି ଗ୍ରୁପରେ ମହିଳାଙ୍କୁ ମାଣ୍ଡିଆ ଜାତୀୟ ଖାଦ୍ୟ ପ୍ରସ୍ତୁତରେ ସହଯୋଗ କରୁଛନ୍ତି । କିନ୍ତୁ ମୋତେ ସେମିତି କିଛି ପ୍ରୋତ୍ସାହନ ମିଳୁନି । କିନ୍ତୁ ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଆମକୁ ମାଣ୍ଡିଆ ଖାଦ୍ୟ ବିକ୍ରି କରିବାକୁ ସୁଯୋଗ ମିଳୁଛି । ଗତ ୧୦ ବର୍ଷ ହେଲା ମୁଁ ମାଣ୍ଡିଆ ସାମଗ୍ରୀ ପ୍ରସ୍ତୁତ କରୁଛି । କିନ୍ତୁ ବର୍ତ୍ତମାନ ମାଣ୍ଡିଆରେ ପ୍ରଥମ ଥର ପାଇଁ ଚା’ ପ୍ରସ୍ତୁତ କରିଛି । ''

''ଏହାକୁ ମାର୍କେଟରେ ବିକ୍ରୟ କରିବା ପରେ ହାଇଦ୍ରାବାଦରେ ଆୟୋଜିତ ଏକ ପ୍ରତିଯୋଗିତାରେ ମୁଁ ପୁରସ୍କୃତ ହୋଇଥିଲି । ସେଠାରେ ଦ୍ବିତୀୟ ସ୍ଥାନ ଅଧିକାରୀ କରିଥିଲି । ଏହାପରେ ରାଜ୍ୟ ସରକାରୀ ବି ଜାଣିପାରିଥିଲେ ମାଣ୍ଡିଆରେ ବହୁ ସାମଗ୍ରୀ ପ୍ରସ୍ତୁତ ହୋଇପାରୁଛି । ଏଥି ପାଇଁ ପ୍ରଥମ ମାଣ୍ଡିଆ ଦିବସରେ ମୋତେ ରାଜ୍ୟ ସରକାର ସମ୍ମାନିତ ମଧ୍ୟ କରିଥିଲେ । ''

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ରାଜ୍ୟ ସରକାରୀଙ୍କ ପ୍ରଚେଷ୍ଟାରେ ଏମଏସଏମଇ ଡିଆସି ଅଣ୍ଡରରେ ଆମକୁ ଏକ ଲୋନ ଦେଇଛନ୍ତି । ବର୍ତ୍ତମାନ ତାର କାର୍ଯ୍ୟ ଚାଲୁରହିଛି । ଆମେ କୋରାପୁଟ ମିଲେଟ ବ୍ୟାଙ୍କ ନାମରେ ଏକ ନାମ ମଧ୍ୟ ରେଜିଷ୍ଟର କରିଛୁ । ଏହା ଦ୍ବାରା ଆମେ ପୁରା ଦେଶରେ ମିଲେଟରେ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି ।''

ଗତ ୨୦୨୨ରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମିଲେଟ ରିସର୍ଚ୍ଚ, ଏନୟୁଟିଆରଆଇ, ଏଚୟୁବି ସହିତ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ହାଇଦ୍ରାବାଦ ଠାରେ ଆୟୋଜିତ ପ୍ରତିଯୋଗିତାରେ ଓଡ଼ିଶାର ମିଲେଟ୍ ମିଶନ ଏବଂ ଜୟପୁରର ଜଗନ୍ନାଥ ଚିନାରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Last Updated :Feb 12, 2023, 4:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.