ETV Bharat / bharat

ଅନ୍ୟ ଜାତିର ପୁଅକୁ ମନ ଦେବାରୁ ଝିଅର ଜୀବନ ନେଲା ବାପା, ଜୀବନ ହାରିଲା ପ୍ରେମିକ

author img

By

Published : Jun 29, 2023, 2:21 PM IST

Father killed daughter
Father killed daughter

ପ୍ରେମିକକୁ ଭୁଲି ନପାରିବାରୁ ଝିଅର ଜୀବନ ନେଲା ବାପା । ପ୍ରେମିକାର ମୃତ୍ୟୁ ଖବର ଶୁଣି ଜୀବନ ହାରିଲା ପ୍ରେମିକ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କୋଲାରରେ ଅନର କିଲିଂ । ଅନ୍ୟ ଜାତିର ପୁଅକୁ ଭଲ ପାଇବାରୁ ଝିଅ ପ୍ରତି ନିର୍ଦ୍ଦୟ ପାଲଟିଗଲା ବାପା । ଝିଅର ତଣ୍ଟିଚିପି ଜୀବନ ନେଲା ଜନ୍ମଦାତା । ପ୍ରେମିକାର ମୃତ୍ୟୁ ଖବର ଶୁଣିବା ପରେ ଜୀବନ ହାରିଲା ପ୍ରେମିକ । ଏଭଳି ଘଟଣା ଘଟିଛି କର୍ଣ୍ଣାଟକର କୋଲାର ଜିଲ୍ଲାର ବାଗ୍ରାପେଟ ଅଞ୍ଚଳରେ । ମୃତ ଯୁବତୀ ହେଉଛନ୍ତି କିର୍ତ୍ତୀ ଓ ତାଙ୍କ ପ୍ରେମିକ ହେଉଛନ୍ତି ଗଙ୍ଗାଧର ।

ଗତ ବର୍ଷେ ହେବ ଗଙ୍ଗାଧର ଓ କିର୍ତ୍ତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହି ଆସିଥିଲା । କିର୍ତ୍ତୀଙ୍କୁ ବିବାହ କରିବା ପାଇଁ ତାଙ୍କ ବାପା କ୍ରିଷ୍ଣାମୂର୍ତ୍ତିଙ୍କୁ କହିଥିଲେ ଗଙ୍ଗାଧର । କିନ୍ତୁ ଉଭୟଙ୍କ ବିବାହରେ ବାଧକ ସାଜିଥିଲା ଜାତି । ଦୁହିଁଙ୍କର ଜାତି ଭିନ୍ନ ଥିବାରୁ କିର୍ତ୍ତୀଙ୍କ ବାପା ବିବାହ ପାଇଁ ରାଜି ହୋଇନଥିଲେ । ତେଣୁ ଗଙ୍ଗାଧରକୁ ଭୁଲିଯିବାକୁ କିର୍ତ୍ତୀଙ୍କୁ ତାଙ୍କ ବାପା ଓ ମାଆ ବାରମ୍ବାର କହୁଥିଲେ । କିନ୍ତୁ କିର୍ତ୍ତୀ ଗଙ୍ଗାଧରକୁ ଭୁଲି ପାରୁନଥିଲେ । ଗତ ମଙ୍ଗଳବାର କିର୍ତ୍ତୀ ତାଙ୍କ ବାପାଙ୍କ ସହ ପ୍ରେମିକ ବିଷୟରେ କଥା ହୋଇଥିଲେ ।

ଝିଅର ମୁହଁରୁ ପ୍ରେମ ବିଷୟରେ ଶୁଣିବା ପରେ ଉତିକ୍ଷିପ୍ତ ହୋଇଯାଇଥିଲେ କ୍ରିଷ୍ଣାମୂର୍ତ୍ତି । ଶେଷରେ ନିଜର ରାଗକୁ ସମ୍ଭାଳି ନପାରି ଝିଅର ତଣ୍ଟିଚିପି ହତ୍ୟା କରିଥିଲେ । ଏ ଖବର ପ୍ରେମୀ ଗଙ୍ଗାଧର ନିକଟରେ ପହଞ୍ଚିବା ପରେ ସେ ଦୁଃଖରେ ଭାଙ୍ଗି ପଡିଥିଲେ । ପ୍ରେମିକାର ମୃତ୍ୟୁ ସହିନପାରି ଶେଷରେ ସେ ମଧ୍ୟ ଜୀବନ ହାରି ଦେଇଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି । ଝିଅକୁ ହତ୍ୟା କରିବା ଅଭିଯୋଗରେ କ୍ରିଷ୍ଣାମୂର୍ତ୍ତିଙ୍କୁ ପୋଲିସ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ-Extramarital Affairs: ମା’ ନା ରାକ୍ଷସୀ ! ପର ପୁରୁଷ ପାଇଁ ୨୧ବର୍ଷ ପୁଅର ତଣ୍ଟି ଚିପିଦେଲା

ଚଳିତ ମାସରେ କର୍ଣ୍ଣାଟକରୁ ଆଉ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଥିଲା । ଝିଅ ତାର ନିଜ ମାଆକୁ ହତ୍ୟା ପରେ ପୋଲିସ ଷ୍ଟେସନରେ ଆତ୍ମ ସମର୍ପଣ କରିଥିଲା । ଶାଶୁ ସହ ବଚସା ହେବାରୁ ମାଆକୁ ନିଦ ବଟିକା ଦେଇ ଜୀବନ ନେଇଥିଲା ଝିଅ । ତଣ୍ଟି ଚିପି ହତ୍ୟା କରିବା ପରେ ସୁଟ୍‌କେସରେ ମୃତଦେହ ଧରି ପୋଲିସ ଷ୍ଟେସନରେ ପହଞ୍ଚିଥିଲା । ମୃତ ମହିଳା ହେଉଛନ୍ତି 70 ବର୍ଷୀୟ ବିଭା ପାଲୁ । ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିଲା।

ଗତ 23 ତାରିଖ ଦିନ ଆଉ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା । 21 ବର୍ଷର ପୁଅକୁ ହତ୍ୟା କରିଥିଲା ମାଆ । କର୍ଣ୍ଣାଟକ ବେଲାଗଭି ଜିଲ୍ଲା ରାୟଭଗା ଟାଉନରେ ଘଟିଥିଲା ଏପରି ଚାଞ୍ଚଲ୍ୟକର ଘଟଣା । ମାଆର ଅନୈତିକ ସମ୍ପର୍କ ସମ୍ବନ୍ଧରେ ପିତା ଓ ସମ୍ପର୍କୀୟଙ୍କୁ ଜଣାଇବା ପରେ ଏଥିରେ ଉତକ୍ଷିପ୍ତ ହୋଇ ମାଆ ନିଜ ପୁଅକୁ ହତ୍ୟା କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.