ETV Bharat / bharat

ଅଗଷ୍ଟ ୨୨: ପେଟ୍ରୋଲ ଦରରେ ସାମାନ୍ୟ ହ୍ରାସ, ଦେଖନ୍ତୁ କେଉଁଠି କେତେ ?

author img

By

Published : Aug 22, 2021, 12:08 PM IST

ଅଗଷ୍ଟ ୨୨: ପେଟ୍ରୋଲ ଦରର ସାମାନ୍ୟ ହ୍ରାସ, ଦେଖନ୍ତୁ କେଉଁଠି କେତେ ?
ଅଗଷ୍ଟ ୨୨: ପେଟ୍ରୋଲ ଦରର ସାମାନ୍ୟ ହ୍ରାସ, ଦେଖନ୍ତୁ କେଉଁଠି କେତେ ?

ଦୀର୍ଘ ଦିନ ଦର ସ୍ଥିର ପରେ ଏବେ ସାମାନ୍ୟ କମିଛି ପେଟ୍ରୋଲ ଓ ଡିଜେଲ ଦର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ସରକାରୀ ତୈଳ କମ୍ପାନୀ ଆଜି(ରବିବାର) ପାଇଁ ପେଟ୍ରୋଲ ଡିଜେଲ ଦର ଜାରି କରିଛନ୍ତି । ଦୀର୍ଘ ଦିନ ଦର ସ୍ଥିର ପରେ ଏବେ ସାମାନ୍ୟ କମିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୧୮ରୁ ୨୦ ପଇସା ହ୍ରାସ ପାଇଛି । ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧. ୬୪ ଟଙ୍କା ହୋଇଥିବା ବେଳେ ଡିଜେଲ ୮୯. ୦୭ ରହିଛି ।

ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭. ୬୬ ଥିବା ବେଳେ ଡିଜେଲ ୯୬.୬୪ ରହିଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୯. ୩୨ଟଙ୍କା ଥିବା ବେଳେ ଡିଜେଲ ୯୩. ୧୩ ଟଙ୍କା ରହିଛି । କୋଲକାତାରେ ୧୦୧. ୯୩ ଟଙ୍କା ପେଟ୍ରୋଲ ଦର ଥିବା ବେଳେ ୯୨.୧୩ ଟଙ୍କା ଡିଜେଲ ଦର ରହିଛି । ବେଙ୍ଗାଲୁରୁ ଓ ଭୋପାଳରେ ପେଟ୍ରୋଲ ଲିଟର ପିଛା ୧୦୫ ଓ ୧୧୦ ଥିବା ବେଳେ ଡିଜେଲ ୯୨. ୧୩ ଓ ୯୪. ୮୦ ଟଙ୍କା ରହିଛି । ପେଟ୍ରୋଲ ଦର ସାମାନ୍ୟ ହ୍ରାସ ହୋଇଥିଲେ ମଧ୍ୟ ଚେନ୍ନାଇ ବ୍ୟତୀତ ଅନ୍ୟ ରାଜ୍ୟରେ ୧୦୦ ଉପକୁ ରହିଛି ପେଟ୍ରୋଲ ଦର ।

ଗତ ୩୫ ଦିନ ଧରି ଏହି ହାର କିଛି ମାତ୍ରାରେ ସ୍ଥିର ରହିବା ପରେ ଦେଶରେ ପେଟ୍ରୋଲ ଦର ହ୍ରାସ ପାଇଛି । ଅନ୍ୟପକ୍ଷରେ ଗତ କିଛି ଦିନ ମଧ୍ୟରେ ଡିଜେଲ ମୂଲ୍ୟ ଲିଟର ପିଛା ପ୍ରାୟ ୬୦ ପଇସା ହ୍ରାସ ପାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.