ETV Bharat / bharat

କେରଳକୁ ଡରାଇଲାଣି କୋରୋନା: ୨୬୫ ନୂଆ ଆକ୍ରାନ୍ତ, ଜଣେ ମୃତ

author img

By ETV Bharat Odisha Team

Published : Dec 22, 2023, 4:14 PM IST

Kerala reported fresh Corona cases
Kerala reported fresh Corona cases

Kerala reported fresh Corona cases: କେରଳରେ ବ୍ୟାପିବାରେ ଲାଗିଛି କୋରୋନା ମହାମାରୀ । ଗତ ୨୪ ଘଣ୍ଟାରେ ଜଣେ ମୃତ, ୨୬୫ ନୂଆ ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: ପୁଣି ମୁଣ୍ଡ ଟେକିଲାଣି କୋରୋନା ମହାମାରୀ । କେରଳରେ ନୂଆ ୨୬୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ଦେଶରେ ଏଯାବତ ସକ୍ରିୟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୭ ରହିଛି । କୋଭିଡ-୧୯ର ନୂଆ ଭାରିଏଣ୍ଟ JN1 ଚିହ୍ନଟ ହେବା ପରେ ଧିରେ ଧିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଗତକାଲି ଦେଶରେ ମୋଟ ୫୯୪ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୧୧ରେ ରହିଛି । ପୂର୍ବରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୯୯ ଥିବା ବେଳେ ଶୁକ୍ରବାର ସୁଦ୍ଧା ଏହା ୨୯୯୭ରେ ପହଞ୍ଚିଛି । କୋଭିଡର ନୂଆ ଭାରିଏଣ୍ଟ ଚିହ୍ନଟ ହେବା ପରେ ଦେଶବାସୀ ଭୟଭୀତ ଅବସ୍ଥାରେ ଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ବାମିନାଥନ । ଏହା କୋଭିଡ-୧୯ର ଏକ ନୂଆ ଭାରିଏଣ୍ଟ । ପ୍ରତ୍ୟେକ ନୂଆ ଭାରିଏଣ୍ଟ ଦ୍ରୁତ ଗତିରେ ବ୍ୟାପିବାର କ୍ଷମତା ରଖିଥାଏ । କୋଭିଡ ନିୟମ ପାଳନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ଏହା ବି ପଢନ୍ତୁ- ବଢୁଛି ଜେଏନ 1 ସଂକ୍ରମିତଙ୍କ ସଂଖ୍ୟା, ଏମିତି କହିଲେ ପୂର୍ବତନ ହୁ ମୁଖ୍ୟ

ଡ. ସୌମ୍ୟା ଆହୁରି କହିଛନ୍ତି, " ଆମକୁ ସତର୍କ ରହିବାକୁ ପଡ଼ିବ । ହେଲେ ଏନେଇ ଭୟଭୀତ ହେବାର ଆବଶ୍ୟକ ନାହିଁ । JN.1 ଘାତକ ବୋଲି ସେପରି କୌଣସି ତଥ୍ୟ ଏଯାବତ ହସ୍ତଗତ ହୋଇନାହିଁ । ଏପରିକି ଏହାଦ୍ବାରା ନିମୋନିଆ କି ଅଧିକ ମୃତ୍ୟୁ ସଂଖ୍ୟା ବୃଦ୍ଧି ମଧ୍ୟ ପାଉନାହଁ । ଏଣୁ ଦେଶବାସୀଙ୍କୁ କୋଭିଡ ନିୟମ ପାଳନ କରିବା ଦରକାର । ଆମେ ଓମିକ୍ରନ ସମ୍ପର୍କରେ ଜାଣିଛନ୍ତି । ଏହି ନୂଆ ଭାରିଏଣ୍ଟ ମଧ୍ୟ ସମାନ ଫ୍ୟାମିଲିର ।"

ଏହା ବି ପଢନ୍ତୁ- କେତେ ବିପଦଜ୍ଜନକ JN.1 ? ପାରେଣ୍ଟ୍‌ ଭାରିଆଣ୍ଟଠାରୁ ପୃଥକ୍‌ ଶ୍ରେଣୀଭୁକ୍ତ କଲା WHO

ଯଦି କୌଣସି ବ୍ୟକ୍ତିଙ୍କୁ ଜ୍ବର, ଥଣ୍ଡା କାଶ ଲାଗି ରହୁଛି ତେବେ ସେମାନେ ସତର୍କ ହୋଇ ନିକଟସ୍ଥ ହସ୍ପିଟାଲରେ ଯାଞ୍ଚ କରାଇନେବା ଉଚିତ । ସୂଚନା ଥାଉ କି ଓମିକ୍ରନର ଏହି ସବ ଭାରିଏଣ୍ଟ ଧିରେ ଧିରେ ଦେଶର ୩ଟି ରାଜ୍ୟରେ ଚିହ୍ନଟ ହୋଇଛି । ସେହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର, କେରଳ, ଗୋଆ । ହେଲେ କେରଳରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । କେରଳର ଅନେକ ସ୍ଥାନରେ ଏହି ନୂଆ ଭାରିଏଣ୍ଟକୁ ଚିହ୍ନଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.