ETV Bharat / sukhibhava

କେତେ ବିପଦଜ୍ଜନକ JN.1 ? ପାରେଣ୍ଟ୍‌ ଭାରିଆଣ୍ଟଠାରୁ ପୃଥକ୍‌ ଶ୍ରେଣୀଭୁକ୍ତ କଲା WHO

author img

By ETV Bharat Odisha Team

Published : Dec 20, 2023, 11:50 AM IST

JN.1 Termed Variant Of Interest: କୋରୋନାର ସବ ଭାରିଆଣ୍ଟ ଜେଏନ 1କୁ ଭାରିଆଣ୍ଟ ଅଫ୍‌ ଇଣ୍ଟରେଷ୍ଟରେ ବିଭାଗୀକରଣ କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଅଧିକ ପଢ଼ନ୍ତୁ

JN.1 Termed Variant Of Interest
JN.1 Termed Variant Of Interest

ହାଇଦ୍ରାବାଦ: ସାରା ବିଶ୍ବରେ ପୁଣି ଥରେ ଚିନ୍ତାର କାରଣ ସାଜିଛି କୋରୋନାର ନୂଆ ସବ୍‌ ଭାରିଆଣ୍ଟ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କୋରୋନାର ନୂଆ ଭାରିଆଣ୍ଟ ଜେଏନ 1କୁ ନେଇ କେନ୍ଦ୍ର ସରକାରଙ୍କ ମଧ୍ୟ ତତ୍ପରତା ପ୍ରକାଶ କରିଥିବା ବେଳେ ସମସ୍ତ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଛନ୍ତି । କେତେକ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏହାରି ଭିତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ନୂଆ ସବ୍‌ ଭାରିଆଣ୍ଟ ଜେଏନ୍‌1କୁ ଭାରିଆଣ୍ଟ ଅଫ୍‌ ଇଣ୍ଟରେଷ୍ଟ ଭାଗରେ ବିଭକ୍ତ ବା ଶ୍ରେଣୀଭୁକ୍ତ କରିଛି। କିନ୍ତୁ ସାର୍ବଜନିକ ସ୍ବାସ୍ଥ୍ୟ ପାଇଁ ଅଧିକ ବିପଦ ନାହିଁ ବୋଲି ଦର୍ଶାଯାଇଛି। ପୂର୍ବରୁ JN.1କୁ ଏହାର ମୂଳ ବଂଶଜ BA.2.86ର ଅଂଶ ଭାବରେ ଶ୍ରେଣୀଭୁକ୍ତ କରାଯାଇଥିଲା।

ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି, "ବର୍ତ୍ତମାନର ସ୍ଥିତି ବା ତଥ୍ୟକୁ ଦେଖିଲେ JN.1 ଭାରିଣାଣ୍ଟ ଦ୍ବାରା ସୃଷ୍ଟି ହୋଇଥିବା ବିପଦ କମ ବୋଲି ବିବେଚନା କରାଯାଉଛି। ।" ତେବେ ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ବର୍ତ୍ତମାନ ମହଜୁଦ ରହିଥିବା ଟିକା ଜେଏନ 1 ଏବଂ ଅନ୍ୟ ଭାଇରସ ଦ୍ବାରା ହେଉଥିବା ରୋଗ(SARS-CoV-2) ଏବଂ ମୃତ୍ୟୁରୁ ରକ୍ଷା କରିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ଜେଏନ୍‌-1କୁ ନେଇ WHO ପକ୍ଷରୁ ସମସ୍ତ ଦେଶକୁ ସତର୍କ କରାଯାଇଥିବା ବେଳେ ଭାଇରସ ବଦଳୁଛି ଏବଂ ବିକଶିତ ହେଉଥିବା ନେଇ ମଧ୍ୟ କୁହାଯାଇଥିଲା ।

ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏକ୍ସରେ ପୋଷ୍ଟ କରି ଆଡଭାଇଜରୀ ଜାରି କରାଯାଇଥିବା ବେଳେ କୋଭିଡ୍‌ ପ୍ରୋଟକଲ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହାସହିତ WHO ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । କୋଭିଡ-19ର ଟେକ୍ନିକାଲ ମୁଖ୍ୟ ଡା.ମାରିଆ ବାନ୍‌ଙ୍କ ଭିଡିଓ ସେୟାର କରାଯାଇଥିବା ବେଳେ ସେଥିରେ କୋଭିଡର କାରଣ ଏବଂ ବର୍ତ୍ତିବାର ତରିକା ବିଷୟରେ ବର୍ଣ୍ଣନା କରାଯାଇଥିଲା । ପରିବାରକୁ ସୁରକ୍ଷିତ ରଖିବା ପାଇଁ WHOର ଆଡଭାଇଜରୀ ପାଳନ କରିବା ଜରୁରୀ ଅଟେ ।

ଏହା ମଧ୍ୟ ପଢନ୍ତୁ: 5ମୁଣ୍ଡ ନେଲା ନୂଆ ଭାରିଆଣ୍ଟ, ଆଡଭାଇଜରୀ ଜାରି କଲା WHO

ଭାରତରେ ଜେଏନ 1 ସଂକ୍ରମିତ: ଭାରତରେ ପ୍ରଥମ ଥର ଡିସେମ୍ବର 8 ତାରିଖରେ ଜେଏନ୍‌ 1 ଭାରିଆଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । କେରଳର ଜଣେ 79 ବର୍ଷୀୟ ମହିଳା ସଂକ୍ରମିତ ହୋଇଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ କେରଳ ସମେତ ପଡୋଶୀ ରାଜ୍ୟକୁ ଆଲର୍ଟ କରାଯାଇଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା କୋଭିଡ୍‌ ପ୍ରୋଟକଲ ଅନୁସରଣ କରିବା ସହ ସର୍ଭିଲାନ୍ସ ଜାରି ରଖିବା ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବର୍ତ୍ତମାନ ଏହି ଭାରିଆଣ୍ଟରେ ଦେଶରେ 5ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.