ETV Bharat / bharat

ରାଷ୍ଟ୍ରପତି ନିର୍ବାଚନ ପରେ ନିଜ ଜାତୀୟ ଦଳ ଘୋଷଣା କରିବେ KCR

author img

By

Published : Jun 25, 2022, 3:15 PM IST

ରାଷ୍ଟ୍ରପତି ନିର୍ବାଚନ ପରେ ଜାତୀୟ ଦଳ ଘୋଷଣା କରିବେ କେସିଆର
ରାଷ୍ଟ୍ରପତି ନିର୍ବାଚନ ପରେ ଜାତୀୟ ଦଳ ଘୋଷଣା କରିବେ କେସିଆର

ରାଷ୍ଟ୍ରପତି ନିର୍ବାଚନ ପରେ ନିଜର ନୂଆ ଜାତୀୟ ଦଳ ଘୋଷଣା କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ରାଷ୍ଟ୍ରପତି ନିର୍ବାଚନ ପରେ ନିଜର ନୂଆ ଜାତୀୟ ଦଳ ଘୋଷଣା କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ତେଲେଙ୍ଗାନା ରାଷ୍ଟ୍ର ସମିତିର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେସିଆର ଖୁବଶୀଘ୍ର ନିଜର ଜାତୀୟ ଦଳ ଗଠନ କରିବେ ବୋଲି ସୂଚନା ମିଳିଛି । ଚଳିତ ମାସରେ ସେ ଏହି ଦଳ ସମ୍ପର୍କରେ ଘୋଷଣା କରିବେ ବୋଲି ଆଶା କରାଯାଉଥିଲା । ମାତ୍ର ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ବର୍ତ୍ତମାନ ଉପଯୁକ୍ତ ସମୟ ନୁହେଁ ଭାବି କେସିଆର ଏହାକୁ ଘୁଞ୍ଚାଇ ଦେଇଛନ୍ତି ।

ରାଷ୍ଟ୍ରପତି ନିର୍ବାଚନକୁ ଆହୁରି ୩ ସପ୍ତାହରୁ ଅଧିକ ସମୟ ବାକି ରହିଛି । ସେ ପର୍ଯ୍ୟନ୍ତ କେସିଆର ନୂଆ ଜାତୀୟ ଦଳର ରୂପରେଖ ଉପରେ କାର୍ଯ୍ୟ କରିବେ । ଗତ ୧୦ ତାରିଖ ଦିନ ପ୍ରଗତି ଭବନ ଠାରେ ମୁଖ୍ୟମନ୍ତ୍ରୀ କେସିଆର ଜରୁରୀକାଳୀନ ବୈଠକ ଡାକିଥିଲେ । ଏଥିରେ ବାଚସ୍ପତି, କାଉନସିଲ ଚେୟାରମ୍ୟାନ, ମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭା ସଦସ୍ୟ, ବିଧାୟକ ପ୍ରମୁଖ ସାମିଲ ହୋଇଥିଲେ । ଏହି ବୈଠକରେ ନୂଆ ଦଳ ନେଇ କେସିଆର ସମ୍ୟକ ସୂଚନା ଦେଇଥିଲେ । ଏହାପରେ ଦଳୀୟ ନେତାମାନେ ଏ ସମ୍ପର୍କରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ସହ ଯୋଗଯୋଗ କରିଥିଲେ । ବର୍ତ୍ତମାନ ସାରା ଦେଶର ନଜର ରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି । ତେଣୁ ନିର୍ବାଚନ ସରିବା ପରେ ହିଁ ସେ ନିଜ ନୂଆ ଜାତୀୟ ଦଳ ସମ୍ପର୍କରେ ଘୋଷଣା କରିବେ ବୋଲି ସୂଚନା ମିଳିଛି ।

ଜାତୀୟ ଦଳ ଗଠନ ପାଇଁ କେସିଆର ଅର୍ଥନୀତିଜ୍ଞ, ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଓ ଆଇପିଏସ ଅଫିସରଙ୍କ ସହ ଆଲୋଚନା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଗୁରୁବାର ପ୍ରଗତି ଭବନ ଠାରେ ଦିଲ୍ଲୀରୁ ଆସିଥିବା ଏକ ଆର୍ଥିକ ଏକ୍ସପର୍ଟଙ୍କ ଟିମ୍‌କୁ ଭେଟିଛନ୍ତି । ଆସନ୍ତା ମାସ ଦ୍ବିତୀୟ ସପ୍ତାହ ଯାଏଁ ଏପରି ଆଲୋଚନା ଜାରି ରହିବ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.