ETV Bharat / bharat

ଯୋଧପୁର ସିଲିଣ୍ଡର ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା 35କୁ ବୃଦ୍ଧି, ମୃତକଙ୍କ ପରିବାରକୁ 17 ଲକ୍ଷ ସହାୟତା

author img

By

Published : Dec 19, 2022, 10:28 AM IST

Updated : Dec 19, 2022, 11:09 AM IST

jodhpur gas cylinder blast case
ଯୋଧପୁର ସିଲିଣ୍ଡର ବିସ୍ଫୋରଣ

ଯୋଧପୁର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ମାମଲାରେ ମୃତ୍ୟୁ ସଂଖ୍ୟା 35କୁ ବୃଦ୍ଧି । ମୃତକଙ୍କ ପରିବାରକୁ 17 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ରାଜସ୍ଥାନ ସରକାର । ଅଧିକ ପଢ଼ନ୍ତୁ

ଜୟପୁର: ଯୋଧପୁର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ମାମଲାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା 35ରେ ପହଞ୍ଚିଛି । ଆହତ 25 ଜଣଙ୍କ ଚିକିତ୍ସା ଜାରି ରହିଛି । ଗ୍ରାମବାସୀଙ୍କ ବିକ୍ଷୋଭ ପରେ ରାଜସ୍ଥାନ ସରକାର ମୃତକଙ୍କ ପରିବାରକୁ 17 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ଚାକିରି ପ୍ରତିଶୃତି ଦେଇଛନ୍ତି ।

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ପୀଡ଼ିତଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗତ ରବିବାର ବହୁ ବିଧାୟକ, ସାଂସଦ ଏବଂ ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜସ୍ଥାନର ଅନେକ ଜିଲ୍ଲାର ହଜାର ହଜାର ଲୋକ ଏଥିରେ ସାମିଲ ହୋଇଥିଲେ । ଶନିବାର ପୀଡ଼ିତଙ୍କ ପରିବାରକୁ କ୍ଷତିପୂରଣ ନେଇ ଆଲୋଚନା ବିଫଳ ହେବାପରେ ଏହି ବିକ୍ଷୋଭ ଆରମ୍ଭ ହୋଇଥିଲା । ଆନ୍ଦୋଳନକାରୀମାନେ ଦାବି କରିଥିଲେ ଯେ, ମୃତକଙ୍କ ପରିବାରକୁ ସରକାରୀ ଚାକିରି ଦିଆଯାଉ । କ୍ଷତିପୂରଣ ବାବଦକୁ ମୃତକଙ୍କ ପରିବାରକୁ 50 ଲକ୍ଷ ଏବଂ ଆହତଙ୍କୁ 25 ଲକ୍ଷ ସହାୟତା ରାଶି ପ୍ରଦାନ କରାଯାଉ । ଏଥିସହ ଉଦ୍ଧାର ବେଳେ ମୃତ୍ୟୁ ଘଟିଥିବା ସୁରେନ୍ଦ୍ର ସିଂଙ୍କୁ ଶହୀଦ ଘୋଷଣା କରିବାକୁ ଦାବି ହୋଇଥିଲା ।

ପରିଶେଷରେ ଗତକାଲି (ରବିବାର) ରାତିରେ କ୍ଷତିପୂରଣ ପାଇଁ ରାଜସ୍ଥାନ ସରକାର ସହମତି ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ ଶେରଗଡ଼ର ପୂର୍ବତନ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଫୋନ ଯୋଗେ କଥା ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି । ଏଥିସହିତ ମୃତକଙ୍କ ପରିବାରକୁ 17 ଲକ୍ଷ ଏବଂ ଆହତଙ୍କୁ 5 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ଚୁକ୍ତିଭିତ୍ତିକ ସରକାରୀ ଚାକିରି ଦେବା ନେଇ ଆଲୋଚନା ହୋଇଥିବା ପୂର୍ବତନ ବିଧାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପରେ ଲୋକେ ଆନ୍ଦୋଳନରୁ ହଟିଛନ୍ତି । ବିଭାଗୀୟ କମିଶନରଙ୍କ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 2 ଲକ୍ଷ ଟଙ୍କା, ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 2 ଲକ୍ଷ ଚିରଞ୍ଜୀବୀ ବୀମା ଯୋଜନା ଅଧିନରେ 5 ଲକ୍ଷ ଟଙ୍କା ଦିଆଯିବ । ସେହିପରି ଗ୍ୟାସ କମ୍ପାନୀ ପକ୍ଷରୁ 2 ଲକ୍ଷ ଏବଂ ଗ୍ୟାସ କମ୍ପାନୀ ଇନ୍ସୁରାନ୍ସରେ 6 ଲକ୍ଷ ଟଙ୍କା ମୃତାହତଙ୍କ ପରିବାରକୁ ପ୍ରଦାନ କରାଯିବ ।

ସୂଚନା ଥାଉକି, ଗତ ଡିସେମ୍ବର 8 ତାରିଖରେ ରାଜସ୍ଥାନ ଯୋଧପୁର ଅନ୍ତର୍ଗତ ଭୁଙ୍ଗରା ଗ୍ରାମରେ ଏକ ବିବାହ ଉତ୍ସବରେ ଏହି ବଡ ଅଘଟଣ ଘଟିଥିଲା । ଗାଁର ସଗତ ସିଂହଙ୍କ ପୁଅ ସୁରେନ୍ଦ୍ର ସିଂହ ବରଯାତ୍ରୀ ନେଇ କନ୍ୟାଘରକୁ ଯିବା ପାଇଁ ବାହାରୁଥିଲେ । ଏତିକି ବେଳେ ହଠାତ୍ ହୋଇଥିଲା ଭୟଙ୍କର ବିସ୍ଫୋରଣ । ଘରେ ରୋଷେଇ ପାଇଁ ବ୍ୟବହୃତ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ଏହା ଫାଟି ଯାଇଥିଲା । ଏଥିରେ ବର ପକ୍ଷରୁ ପ୍ରାୟ ୬୦ ଜଣ ଲୋକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ପିଲା ରହିଥିଲେ ।

Last Updated :Dec 19, 2022, 11:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.