ETV Bharat / bharat

ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ

author img

By

Published : Aug 11, 2022, 2:11 PM IST

ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ
ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ

ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ । ଶପଥ ଗ୍ରହଣ ସମାରୋହରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ, ବିଦାୟୀ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଅନ୍ୟାନ୍ୟ କେନ୍ଦ୍ରୀୟ ନେତୃବୃନ୍ଦ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ(jagdeep Dhankhar takes oath as Vice President) । ପୂର୍ବାହ୍ନ ସାଢେ ୧୨ଟା ସମୟରେ ରାଷ୍ଟ୍ରପତି ଭବନର ଦରବାର ହଲରେ ଧନଖଡ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଧନଖଡଙ୍କ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନ୍ୟାନ୍ୟ କେନ୍ଦ୍ରୀୟ ନେତୃବୃନ୍ଦମାନେ ସାମିଲ ହୋଇଛନ୍ତି । ବିଦାୟୀ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ସମାରୋହରେ ଉପସ୍ଥିତ ରହିଛନ୍ତି ।

  • Delhi | President Droupadi Murmu administers the oath of office to Vice President-elect Jagdeep Dhankhar

    Jagdeep Dhankhar becomes the 14th Vice President of India. pic.twitter.com/26m0SdZPXm

    — ANI (@ANI) August 11, 2022 " class="align-text-top noRightClick twitterSection" data=" ">

ଜଗଦୀପ ଧନଖଡଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ରାଷ୍ଟ୍ରପତି ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା । ଗତ ୬ ତାରିଖରେ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଧନଖଡ ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଆଜି ଶପଥ ଗ୍ରହଣ କରିଛନ୍ତି । ଜଗଦୀପ ଧନଖଡଙ୍କୁ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା । ସେ ମିଳିତ ବିରୋଧି ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇଥିଲେ । ଧନଖଡକୁ ମୋଟ ୫୨୮ ଖଣ୍ଡ ଭୋଟ ମିଳିଥିଲା । ଯାହା ମୋଟ ଭୋଟର ୭୨.୮ ପ୍ରତିଶତ ଥିଲା । ଧନଖରଙ୍କ ପ୍ରତିଦ୍ବନ୍ଦୀ ମାର୍ଗରେଟ ଅଲଭାଙ୍କ ସପକ୍ଷରେ ମାତ୍ର ୧୮୨ ଭୋଟ ପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.