ETV Bharat / bharat

NJDG ରେ ଉପଲବ୍ଧ ହେବ ସର୍ବୋଚ୍ଚ କୋର୍ଟର ତଥ୍ୟ, ଐତିହାସିକ ଦିନ କହିଲେ CJI

author img

By ETV Bharat Odisha Team

Published : Sep 14, 2023, 7:58 PM IST

NJDG ରେ ଉପଲବ୍ଧ ହେବ ସର୍ବୋଚ୍ଚ କୋର୍ଟର ତଥ୍ୟ, ଐତିହାସିକ ଦିନ କହିଲେ ପ୍ରଧାନ ବିଚାରପତି
NJDG ରେ ଉପଲବ୍ଧ ହେବ ସର୍ବୋଚ୍ଚ କୋର୍ଟର ତଥ୍ୟ, ଐତିହାସିକ ଦିନ କହିଲେ ପ୍ରଧାନ ବିଚାରପତି

NJDG ରେ ଉପଲବ୍ଧ ହେବ ସର୍ବୋଚ୍ଚ କୋର୍ଟର ସମସ୍ତ ତଥ୍ୟ । ରିଏଲ-ଟାଇମ ମୋଡରେ ଜାଣିହେବ ମାମଲା ସମ୍ପର୍କିତ ସମସ୍ତ ତଥ୍ୟ । ପ୍ରଧାନ ବିଚାରପତି କହିଲେ ନ୍ୟାୟିକ ବ୍ୟବସ୍ଥାରେ ବଢିବ ଉତ୍ତରଦାୟିତ୍ବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜାତୀୟ ନ୍ୟାୟିକ ଡାଟା ଗ୍ରୀଡ(NJDG) ଉପଲବ୍ଧ ହେଲା ସର୍ବୋଚ୍ଚ କୋର୍ଟଙ୍କ କାର୍ଯ୍ୟାବଳୀର ସମ୍ପୂର୍ଣ୍ଣ ତଥ୍ୟ । NJDG ଓ୍ବେବ୍‌ସାଇଟରେ ସର୍ବୋଚ୍ଚ କୋର୍ଟ ଓ ଦେଶର ଅନ୍ୟ ସମସ୍ତ ସ୍ତରର କୋର୍ଟରେ ଶୁଣାଣି ପ୍ରକ୍ରିୟା ମଧ୍ୟରେ ଥିବା ଓ ଶୁଣାଣି ଶେଷ ହୋଇ ରାୟ ପ୍ରକାଶ ପାଇସାରିଥିବା ମାମଲା ସମ୍ପର୍କିତ ସମସ୍ତ ତଥ୍ୟ ମିଳିପାରିବ । ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଏହି ଘୋଷଣା କରିବା ସହ ଏହାକୁ ନ୍ୟାୟିକ ବ୍ୟବସ୍ଥାରେ ଐତିହାସିକ ଦିନ ବୋଲି କହିଛନ୍ତି ।

NJDG ରେ ଉପଲବ୍ଧ ହେବ ସର୍ବୋଚ୍ଚ କୋର୍ଟର ତଥ୍ୟ, ଐତିହାସିକ ଦିନ କହିଲେ ପ୍ରଧାନ ବିଚାରପତି
NJDG ରେ ଉପଲବ୍ଧ ହେବ ସର୍ବୋଚ୍ଚ କୋର୍ଟର ତଥ୍ୟ, ଐତିହାସିକ ଦିନ କହିଲେ ପ୍ରଧାନ ବିଚାରପତି

ଆଜି(ଗୁରୁବାର) ସର୍ବୋଚ୍ଚ କୋର୍ଟରେ ଏକ ମାମଲାର ଶୁଣାଣି କରିବା ପୂର୍ବରୁ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଏହି ଘୋଷଣା କରିବା ସହ ଖୁସି ବ୍ୟକ୍ତ କରିଥିଲେ । ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଆଜିର ଦିନକୁ ଐତିହାସିକ ବୋଲି ଦର୍ଶାଇଥିଲେ । ରିୟଲ-ଟାଇମ ଆଧାରରେ ଏହି ଶୁଣାଣି ସମ୍ପର୍କିତ ସମସ୍ତ ଡାଟା(NJDG)ର ଓ୍ବେବ୍‌ସାଇଟରେ ଅପ୍‌ଲୋଡ୍‌ ହେବ । ଏହି ସିଷ୍ଟମକୁ NIC ଓ ସୁପ୍ରିମକୋର୍ଟର ଇନ-ହାଉସ ଟିମ୍‌ ମିଳିତ ଭାବେ ବିକଶିତ କରିଛନ୍ତି । ଏବେ ଶୁଣାଣି ଜାରି ରହିଥିବା ଓ ସମାଧାନ ହୋଇ ରାୟ ପ୍ରକାଶ ପାଇଥିବା ମାମଲାର ସବିଶେଷ ତଥ୍ୟ ଗୋଟିଏ କ୍ଲିକରେ ମିଳିପାରିବ । ସେହିପରି ବାର୍ଷିକ ପେଣ୍ଡିଂ ମାମଲା, ପଞ୍ଜୀକୃତ ହୋଇଥିବା ମାମଲା, ଶୁଣାଣି ପାଇଁ ସୂଚୀଭୁକ୍ତ ହୋଇଥିବା ମାମଲା ସମ୍ପର୍କରେ ମଧ୍ୟ ବିସ୍ତୃତ ତଥ୍ୟ ମିଳିପାରିବ ।

ଏହି ବ୍ୟବସ୍ଥା ସାଧାରଣ ଲୋକଙ୍କୁ ଭାରତୀୟ ନ୍ଯାୟିକ ବ୍ୟବସ୍ଥାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ତଥ୍ୟ ଦେବା ସହ ଟ୍ରାଏଲ ପ୍ରକ୍ରିୟାରେ ମଧ୍ୟ ପାରଦର୍ଶିତା ଓ ଉତ୍ତରଦାୟିତ୍ବକୁ ବୃଦ୍ଧି କରିବା ନେଇ ପ୍ରଧାନ ବିଚାରପତି ଆଶାବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା 583 ମାମଲା ସର୍ବୋଚ୍ଚ କୋର୍ଟର 3ଜଣିଆ ଖଣ୍ଡପୀଠ ନିକଟରେ ପେଣ୍ଡିଂ ରହିଛି । ସେହିପରି 288 ମାମଲା 5ଜଣିଆ ବା ସାମ୍ବିଧାନିକ ଖଣ୍ଡପୀଠ ନିକଟରେ ଓ 21 ଗମ୍ଭୀର ମାମଲା 7ଜଣିଆ ଖଣ୍ଡିପୀଠ ନିକଟରେ ଓ 135ଟି ଅତି ଗମ୍ଭୀର ମାମଲା ବୃହତ୍ତର ବା 9ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ନିକଟରେ ପେଣ୍ଡିଂ ରହିଥିବା ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଠିକା ଅଧ୍ୟାପକଙ୍କ ଭରସାରେ ଯୋଧପୁର ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ! ସୁପ୍ରିମକୋର୍ଟଙ୍କ ଉଦବେଗ

ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ସୁପ୍ରିମକୋର୍ଟରେ ମୋଟ 37,777 ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ଏପର୍ଯ୍ୟନ୍ତ 36,164 ଟି ମାମଲା ସମାଧାନ ହୋଇସାରିଛି । ତଥ୍ୟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ଗତ ମାସରେ ସର୍ବୋଚ୍ଚ ଅଦାଲତରେ 5,412ଟି ମାମଲା ଦାୟର କରାଯାଇଥିଲା । ସେଥିମଧ୍ୟରୁ 5,033 ମାମଲା ସମାଧାନ କରାଯାଇ ସାରିଛି । ସେହିପରି ଏବେ ସୁଦ୍ଧା ମୋଟ ପଞ୍ଜୀକୃତ ମାମଲାଗୁଡ଼ିକ ମଧ୍ୟରୁ 64,854 ମାମଲା ଏବଂ ଅଣପଞ୍ଜୀକୃତ ମାମଲାଗୁଡ଼ିକ ମଧ୍ୟରୁ 15,490ଟି ସର୍ବୋଚ୍ଚ କୋର୍ଟରେ ପେଣ୍ଡିଂ ରହିଛି । ଏବେ ଏହି ପ୍ରକାର ସମସ୍ତ ତଥ୍ୟ NJDG ଓ୍ବେବସାଇଟ୍‌ରେ ଉପଲବ୍ଧ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.