ETV Bharat / bharat

ଇନ୍ଦିରା ଏକାଦଶୀ: ବ୍ରତ କଲେ ପୂର୍ବ ପୁରୁଷଙ୍କୁ ମିଳେ ମୁକ୍ତି

author img

By

Published : Oct 2, 2021, 10:38 AM IST

ଇନ୍ଦିରା ଏକାଦଶୀ: ବ୍ରତ କଲେ ପୂର୍ବପୁରୁଷଙ୍କୁ ମିଳେ ମୁକ୍ତି
ଇନ୍ଦିରା ଏକାଦଶୀ: ବ୍ରତ କଲେ ପୂର୍ବପୁରୁଷଙ୍କୁ ମିଳେ ମୁକ୍ତି

ଆଶ୍ବିନ ମାସ କୃଷ୍ଣ ପକ୍ଷର ଏକାଦଶୀଙ୍କୁ ଇନ୍ଦିରା ଏକାଦଶୀ କୁହାଯାଏ । ବିଶ୍ବାସ କରାଯାଏ ଯେ, ଏହି ଉପବାସ ପାଳନ କରି ସାତ ପିଢିର ପୂର୍ବପୁରୁଷମାନେ ମୁକ୍ତ ହୁଅନ୍ତି ଏବଂ ସେମାନଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଆଶ୍ୱିନ ମାସ କୃଷ୍ଣପକ୍ଷରେ ପଡେ 'ଇନ୍ଦିରା' ନାମକ ଏକାଦଶୀ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଆଶ୍ବିନ ମାସ କୃଷ୍ଣ ପକ୍ଷର ଏକାଦଶୀଙ୍କୁ ଇନ୍ଦିରା ଏକାଦଶୀ କୁହାଯାଏ । ତେବେ ଏଥର ଇନ୍ଦିରା ଏକାଦଶୀ ଅକ୍ଟୋବର 2ରେ ପାଳନ କରାଯାଉଛି । ବିଶ୍ବାସ ରହିଛି, ଏହି ଉପବାସ ପାଳନ କରି ସାତ ପିଢିର ପୂର୍ବପୁରୁଷମାନେ ମୁକ୍ତ ହୁଅନ୍ତି ଏବଂ ସେମାନଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ ।

ଆଚାର୍ଯ୍ୟ ପଣ୍ଡିତ ଶ୍ରୀ ରାମ ଗୁର୍ଜର କହିଛନ୍ତି ଯେ, ଶ୍ରାଦ୍ଧ ପକ୍ଷରେ ଆସିବା କାରଣରୁ ଇନ୍ଦିରା ଏକାଦଶୀର ଭିନ୍ନ ଏକ ମହତ୍ତ୍ବ ରହିଛି। ଏହି ଉପବାସକୁ ପାଳନ କରି ଆମର ସାତ ପିଢିର ପୂର୍ବପୁରୁଷମାନଙ୍କୁ ମୋକ୍ଷ ମିଳିଥାଏ । ଏହାସହ ଯେଉଁମାନଙ୍କର କୁଣ୍ଡଳୀରେ ପିତୃଦୋଷ ଅଛି, ସେମାନେ ମଧ୍ୟ ଇନ୍ଦିରା ଏକାଦାଶୀରେ ଏହି ବ୍ରତ ରଖିବା ଉଚିତ୍ । ଏହାଦ୍ବାର ପିତୃଦୋଷ କଟିଥାଏ ।

ଆଚାର୍ଯ୍ୟ ପଣ୍ଡିତ ଶ୍ରୀ ରାମ ଗୁର୍ଜର କରିଛନ୍ତି ଯେ, ଏକାଦଶୀ ବ୍ରତର ନିୟମ ଅନୁଯାୟୀ, ଏହି ଉପବାସ ଦଶମୀ ତିଥିରୁ ଆରମ୍ଭ ହୋଇଥାଏ । ତେବେ ବ୍ରତ କରୁଥିବା ବ୍ୟକ୍ତି, ଦଶମୀ ତିଥିରେ ସୂର୍ଯ୍ୟୋଦୟ ପୂର୍ବରୁ ଖାଦ୍ୟ ଗ୍ରହଣ କରିବା ଉଚିତ୍ । ଏକାଦଶୀ ସକାଳେ ନିତ୍ୟକର୍ମ ସାରି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ବ୍ରତର ସଂକଳ୍ପ ନେବେ। ତା’ପରେ ଭଗବାନ ଶଲିଗ୍ରାମଙ୍କ ପୂଜା କରାଯିବା ଉଚିତ। ଦିନସାରା ଫଳାହାର କରି ବ୍ରତ ରଖାଯାଏ । ଏହା ପରେ ଦ୍ବାଦଶ ତିଥିରେ ବ୍ରାହ୍ମଣମାନଙ୍କୁ ଭୋଜନ କରାଇ ଦାନ ଧର୍ମ କରିବା ଉଚିତ । ଶେଷରେ ବ୍ରତ ରଖିଥିବା ବ୍ୟକ୍ତି ଖାଦ୍ୟ ଗ୍ରହଣ କରିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.