ETV Bharat / bharat

INDIA CORONA: ଦିନକରେ 2.38 ଲକ୍ଷ ନୂଆ ସଂକ୍ରମିତ

author img

By

Published : Jan 18, 2022, 9:15 AM IST

Updated : Jan 18, 2022, 9:25 AM IST

INDIA CORONA: ଦିନକରେ 2.38 ଲକ୍ଷ ନୂଆ ସଂକ୍ରମିତ
INDIA CORONA: ଦିନକରେ 2.38 ଲକ୍ଷ ନୂଆ ସଂକ୍ରମିତ

ଗତ 24 ଘଣ୍ଟା ମଧ୍ୟରେ ଦେଶରୁ 2.38 ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତରେ ତଳମୁହାଁ କୋରୋନା ଗ୍ରାଫ୍ । ଆଜି ବି କମିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରୁ 2,38,018 ନୂଆ ସଂକ୍ରମିତ ଚିହ୍ନଟ((India reports 2,38,018 fresh COVID cases) ହୋଇଛନ୍ତି । ଯାହା ଗତକାଲି(ଶୁକ୍ରବାର) ତୁଳନାରେ 20,071 କମ୍ । ଭାରତରେ ସୁସ୍ଥ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ଦିନକ ମଧ୍ୟରେ 1,57,421 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 310 ଜଣଙ୍କ ମୁଣ୍ଡ ନେଇଛି କିଲର୍ ଭାଇରସ ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 17,36,628ରେ ପହଞ୍ଚିଛି । ଦେଶରେ ପଜିଟିଭ ହାର ହ୍ରାସ ପାଉଛି । ପୂର୍ବରୁ ପଜିଟିଭ ରେଟ୍ 19.65% ଥିବାବେଳେ ଏହା ଏବେ 14.43%କୁ ଖସି ଆସିଛି । ସେପଟେ କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏଯାବତ୍ ଦେଶ ମଧ୍ୟରୁ 8,891 ଓମିକ୍ରନ ମାମଲା ଚିହ୍ନଟ ହୋଇଛି ।

@ANI

Last Updated :Jan 18, 2022, 9:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.