ETV Bharat / bharat

INDIA CORONA: ଦିନକରେ ୬୭୦୮୪ ନୂଆ ସଂକ୍ରମିତ, ୧୨୪୧ ମୃତ

author img

By

Published : Feb 10, 2022, 9:34 AM IST

INDIA CORONA: ଦିନକରେ ୬୭୦୮୪ ନୂଆ ସଂକ୍ରମିତ, ୧୨୪୧ ମୃତ
INDIA CORONA: ଦିନକରେ ୬୭୦୮୪ ନୂଆ ସଂକ୍ରମିତ, ୧୨୪୧ ମୃତ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 67,084 ନୂଆ ସଂକ୍ରମିତ ଚିହ୍ନଟ । 1,241 ଆକ୍ରାନ୍ତ ମୃତ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଉଛି କୋରୋନା ସଂକ୍ରମଣ । ଆଜି ମଧ୍ୟ ପଜିଟିଭ ମାମଲା ଲକ୍ଷେ ତଳକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ 67,084 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 67,084 fresh covid cases) । ହେଲେ ମୃତ୍ୟୁସଂଖ୍ୟା ପୂର୍ବପରି ୧୦୦୦ ପାର୍ କରିଛି । ଦିନକରେ ଦେଶରେ 1,67,882 ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ 1,241 ଜଣ ପ୍ରାଣ ହରାଇଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା 7,90,789ରେ ପହଞ୍ଚିଛି । ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା 5,06,520କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ୍ ରେଟ୍ 4.44% ରହିଛି । ଏଯାବତ୍ ଭାରତରେ ମୋଟ 1,71,28,19,947 ଟୀକାକରଣ କରାଯାଇଛି ।

ବିଶ୍ବରେ ଓମିକ୍ରନ ସଂକ୍ରମଣ କ୍ରମଶଃ ହ୍ରାସ ପାଇବା ସହ ଭାରତରେ ମଧ୍ୟ ସଂକ୍ରମଣ ତଳମୁହାଁ ରହିଛି । ହେଲେ ଏହା ଭିତରେ ପୁଣି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଓମିକ୍ରନ ଏତେଟା ଘାତକ ହୋଇନଥିବା ଯୋଗୁଁ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାବେଳେ ଏବେ ପୁଣିଥରେ କୋରୋନାର ନୂଆ ଭାରିଆଣ୍ଟକୁ ନେଇ ସତର୍କ କରାଯାଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଆଗକୁ କୋରୋନାର ଆଉ ଏକ ନୂଆ ପ୍ରଜାତି ଆସିପାରେ, ଯାହା ଅଧିକ ସଂକ୍ରାମକ ହୋଇପାରେ ବୋଲି ହୁ ଆଶଙ୍କା କରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.