ETV Bharat / bharat

India Corona: 18 ହଜାର ଉପରେ ଦୈନିକ ସଂକ୍ରମଣ, 39 ମୃତ

author img

By

Published : Jun 30, 2022, 9:51 AM IST

India Corona: 18 ହଜାର ଉପରେ ଦୈନିକ ସଂକ୍ରମଣ, 39 ମୃତ
India Corona: 18 ହଜାର ଉପରେ ଦୈନିକ ସଂକ୍ରମଣ, 39 ମୃତ

ଦେଶରେ ପୁଣି ବଢିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 18,819 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । କିଛି ଦିନ ହେବ ସଂକ୍ରମଣ 10 ହଜାର ଉପରେ ରହିଆସୁଛି । ଗତକାଲି(ବୁଧବାର) ତୁଳନାରେ ପୁଣି ବଢିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ 18,819 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 18,819 fresh Covid Cases) । ସେହିପରି ସଂକ୍ରମଣ ସହ ଆଜି ମୃତ୍ୟୁସଂଖ୍ୟା ଅଧିକ ରେକର୍ଡ ହୋଇଛି ।

ଦିନକରେ ଦେଶରେ 39 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏଯାବତ ଦେଶରେ 5 ଲକ୍ଷ 25 ହଜାର 116 ଆକ୍ରାନ୍ତ ଆଖି ବୁଜିଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ମୁହାଁ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 10,45,55କୁ ବୃଦ୍ଧି ପାଇଛି ।

ଦେଶର ଦୈନିକ ପଜିଟିଭ ରେଟ୍ 4.16%ରେ ପହଞ୍ଚିଛି । ଏଯାବତ୍ 4 କୋଟି 28 ଲକ୍ଷ 22 ହଜାର 493 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଦେଶବ୍ୟାପୀ ସମୁଦାୟ 197 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.