ETV Bharat / bharat

India Corona, ଆଜିବି ୧୦ ହଜାର ତଳେ ସଂକ୍ରମଣ

author img

By

Published : Sep 1, 2022, 10:17 AM IST

India Corona, ଆଜି ବି ୧୦ ହଜାର ତଳେ ସଂକ୍ରମଣ
India Corona, ଆଜି ବି ୧୦ ହଜାର ତଳେ ସଂକ୍ରମଣ

ଦେଶରେ କମୁଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 7946 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ କ୍ରମଶଃ କମୁଛି କୋରୋନା ସଂକ୍ରମଣ । ପ୍ରତିଦିନ 10 ହଜାର ତଳେ ରହୁଛି ସଂକ୍ରମଣ ମାମଲା । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମାତ୍ର 7,946 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 7,946 fresh Covid Cases) । ଯଦିଓ ଗତକାଲି ଏହି ସଂଖ୍ୟା କମ୍ ଥିଲା, ତଥାପି ଏବେ ଦେଶରେ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଅନ୍ୟପଟେ ସଂକ୍ରମଣ କମୁଥିବା ବେଳେ, ସୁସ୍ଥସଂଖ୍ୟା ବୃଦ୍ଧି ପାଉଥିବାର ଦେଖାଯାଇଛି । ଦିନକରେ 9,828 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା 4,38,45,680ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ (Union Health Ministry) ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ସୁସ୍ଥସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 62,748ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 2.98% ରହିଛି । ସେହିପରି ଦେଶରେ ସାପ୍ତାହିକ ପଜିଟିଭ ହାର 2.57%. ଅଛି । ଦେଶରେ କୋରୋନା ସୁସ୍ଥହାର 98.67%ରେ ପହଞ୍ଚିଛି । ଏବେସୁଦ୍ଧା 5,27,911 ହଜାରରୁ ଅଧିକ କୋରୋନା ସଂକ୍ରମିତ(Corona Positive) ପ୍ରାଣ ହରାଇଛନ୍ତି । ଏବେସୁଦ୍ଧା ଦେଶବ୍ୟାପୀ 88.61 କୋଟି ଟେଷ୍ଟିଂ ହୋଇଛି । ଗତ ୨୪ ଘଣ୍ଟାରେ 2,66,477 ଟେଷ୍ଟିଂ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: କୋଲାକୁଣ୍ଡା ଆଶ୍ରମରେ ଛାତ୍ରମୃତ୍ୟୁ: ୨୦ ପିଲା ମେଡିକାଲରେ ଭର୍ତ୍ତି, ପହଞ୍ଚିଲା ଡାକ୍ତରୀ ଟିମ୍‌

ଦେଶବ୍ୟାପୀ କୋରୋନା ଟୀକାକରଣ ଅଭିଯାନରେ ଭାରତ ମାଇଲଖୁଣ୍ଟ ଅତିକ୍ରମ କରିଛି । ସାରା ଦେଶରେ ଆଜି ପର୍ଯ୍ୟନ୍ତ 212 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 12,90,443 ଜଣଙ୍କୁ ଟିକା ଦିଆଯାଇଛି । ସେହିପରି ପ୍ରତିଦିନ ଦେଶରେ 22 ଲକ୍ଷରୁ ଅଧିକ ବୁଷ୍ଟର ଡୋଜ ଦିଆଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା(Manuskh mandaviya) ସୂଚନା ଦେଇଛନ୍ତି । କୋଭିଡ ଟୀକାକରଣ ଅଭିଯାନକୁ ଆହୁରି ସଫଳ କରିବା ଉଦ୍ଦେଶ୍ୟରେ ଜୁଲାଇ 15ରୁ 'କୋଭିଡ ଭ୍ୟାକ୍ସିନ ଅମୃତ ମହୋତ୍ସବ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯାହାକି ସେପ୍ଟେମ୍ବର 30 ଯାଏଁ ଚାଲିବ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ 18 ବର୍ଷ ଏବଂ 75 ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମାଗଣା ବୁଷ୍ଟର ଡୋଜ୍ ଦିଆଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.