ETV Bharat / bharat

ଡିସେମ୍ବର 18 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Dec 18, 2023, 7:11 AM IST

horoscope
horoscope

18th December Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ।

ମେଷ: ଆପଣଙ୍କ ବ୍ୟବସାୟରେ ଆପଣ ଲାଭ ପାଇପାରନ୍ତି । ଏଥି ସହିତ ଆପଣ ସମାଜରେ ପରିଚୟ ପାଇବାର ଆନନ୍ଦ ମଧ୍ୟ ପାଇବେ । ବର ଏବଂ କନ୍ୟାମାନେ ସେମାନଙ୍କ ଭାଗ୍ୟଶାଳୀ ସମୟ ଭିତରେ ପ୍ରବେଶ କରିବେ । ଫଳରେ ଜଣେ ଅନ୍ୟ ଜଣକୁ ପାଇବାର ସମ୍ଭାବନା ରହିଛି । ଅବଶ୍ୟ ଅପରାହ୍ନ ସମୟରେ ଆପଣ କାର୍ଯ୍ୟରେ ଧ୍ୟାନ ଏବଂ ଏକାଗ୍ରତା ହରାଇ ବସି ପାରନ୍ତି ।

ବୃଷ: ଆପଣଙ୍କ ସମ୍ପ୍ରଦାୟକୁ ଶାସନ କରିବାର ଇଚ୍ଛା ଆପଣଙ୍କ ପାଖ ପଡୋଶୀ ବଢାଇ ପାରନ୍ତି। ଏପରି ଧାରଣାରେ ବହି ଯାଆନ୍ତୁ ନାହିଁ । ଆପଣଙ୍କ କାର୍ଯ୍ୟକୁ କେହି ପସନ୍ଦ କରିବେ ନାହିଁ । ଏହା ନିଶ୍ଚିତ ହୁଅନ୍ତୁ ଯେ ଆପଣ ଅନେକ ଶତ୍ରୁ ସୃଷ୍ଟି କରିବେ ।

ମିଥୁନ: ଆପଣଙ୍କ ନିତିଦିନିଆ କଠିନ ପରିଶ୍ରମରୁ ବାହାରିବା ପାଇଁ ଆପଣ ଛୋଟ ଯାତ୍ରାରେ ଯିବାକୁ ଇଚ୍ଛା କରିବେ । ଆପଣ ଏହି ମଜାଦାର ଯାତ୍ରାର ଯୋଜନା ସଫଳତାର ସହିତ କରିବେ । ସଂଧ୍ୟା ସମୟରେ ଆପଣ କିଛି ବାକିଆ ଥିବା କାର୍ଯ୍ୟ ପ୍ରକଳ୍ପ ହାତକୁ ନେବେ ।

କର୍କଟ: ଆପଣ ଲୋକମାନଙ୍କ ମନକୁ ନିଜ କଥା କହିବା ଶକ୍ତି ଦ୍ଵାରା ଜିତିବେ। ଏହାଦ୍ଵାରା ଆପଣଙ୍କ କାମ ମଧ୍ୟ ଶୀଘ୍ର ହେବ । ଅପରାହ୍ନରେ ଆପଣ ଅଫିସରେ ଆର୍ଥିକ ଲାଭର ଖବର ପାଇବେ । ସଚେତନ ରୁହନ୍ତୁ କାରଣ ଛୋଟ ପୀଡା ଆପଣଙ୍କୁ ହଇରାଣ କରିପାରେ ।

ସିଂହ: ବ୍ୟବସାୟୀ ଓ ବେପାରୀମାନେ ସେମାନଙ୍କ ପ୍ରତିଯୋଗୀ ପାଇଁ ଚିନ୍ତିତ ରହିବା ଆବଶ୍ୟକ । ସେମାନେ ଆପଣଙ୍କ ପ୍ରଗତିରେ ଇର୍ଷାନ୍ଵିତ ହେବେ । ଆପଣଙ୍କୁ ତଳକୁ ଟାଣିବା ପାଇଁ କୁଟିଳ ଯୋଜନା କରିବେ।

କନ୍ୟା: ଆଜି ଆପଣ ଗ୍ରହଣ କରିବା ମନରେ ରହିବେ । ସମସ୍ତ ଧାରଣାକୁ ଧ୍ୟାନ ଦେବେ । ତଥାପି ନିଷ୍ପତ୍ତି ନେବା ସମୟରେ ଜିଦ୍ଦି ଗୁଣ ପ୍ରଭାବିତ କରିବ । ଆଜି କାର୍ଯ୍ୟସ୍ଥଳରେ କାମଗୁଡିକ ଠିକ ଭାବେ ସଜାଡନ୍ତୁ ।

ତୁଳା: ଆପଣଙ୍କୁ ନିଜ ଜ୍ଞାନ ଓ ଦକ୍ଷତାକୁ ବଢାଇବା ଦରକାର । ଆପଣଙ୍କ ଶେଷ ଲକ୍ଷ୍ୟ ପାଇବା ପାଇଁ ଆପଣ ନିଜ ବ୍ୟକ୍ତିତ୍ଵ ବଢାଇବା ପାଇଁ ଚେଷ୍ଟା କରିବେ । ଖରା ବେଳ ସୁଦ୍ଧା ଆପଣ କିଛି ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି । କିନ୍ତୁ ଜୀବନରେ ଏପରି ଛୋଟ ଛୋଟ ସମସ୍ୟା ଆସେ ଓ ଆପଣ ସେଥିରେ ଅଧିକ ଧ୍ୟାନ ଦେବା ଉଚିତ ନୁହେଁ ।

ବିଛା: ଆପଣଙ୍କ ଆଜି ଦିନ ଶକ୍ତିସମ୍ପନ୍ନ ଭାବେ ଯିବ । କାର୍ଯ୍ୟସ୍ଥଳରେ ଆପଣଙ୍କ ଉଜ୍ଜ୍ଵଳ ମନୋଭାବ ଆପଣଙ୍କ ଦଳର ଅନ୍ୟ ସଦସ୍ୟମାନଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରିଦେବ । ଆପଣଙ୍କ ଶକ୍ତି ସ୍ତର ସବୁବେଳେ ଉଚ୍ଚ ରହିବ ।

ଧନୁ: ଆପଣଙ୍କ ଜୀବନସାଥୀଙ୍କ ଦାଦାଗିରି ସ୍ଵଭାବ ଯୋଗୁଁ ଆପଣଙ୍କ ମନ ଖରାପ ରହିପାରେ । କାର୍ଯ୍ୟସ୍ଥଳରେ ଆପଣ ବେସହାୟ ଅନୁଭବ କରିପାରନ୍ତି ଓ ଚିନ୍ତାରେ ରହିପାରନ୍ତି । ଆପଣ ନିଜ ଜୀବନସାଥୀଙ୍କ ସହ ବସି ମିଳିମିଶି ଉଭୟଙ୍କ ମଧ୍ୟରେ ଥିବା ମନମାଳିନ୍ୟର ସମାଧାନ କରିପାରିବେ ।

ମକର: ସାଧାରଣତଃ ଆପଣ ଜଣେ ଶାନ୍ତ ଓ ପ୍ରକୃତିସ୍ଥ ବ୍ୟକ୍ତି । କିନ୍ତୁ ଆଜି ଆପଣଙ୍କ ରାଗ ଦେଖି ଆପଣଙ୍କ ଚାରିପାଖରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିର ଦିନ ଆପଣଙ୍କ ଦିନ ନୁହେଁ। ସେଥିପାଇଁ କାହା ସହ ପାଟିଗୋଳ କରନ୍ତୁ ନାହିଁ। କହିବା ପୂର୍ବରୁ ଭାବନ୍ତୁ ଓ କୌଣସି ଗୁରୁତର ଭୁଲ କରିବା ପୂର୍ବରୁ ଥରେ ଆଗ କଥା ଭାବନ୍ତୁ ।

କୁମ୍ଭ: ଆଜି ଆପଣଙ୍କ ପାଇଁ ଦିନଟି ମଧ୍ୟମ ଧରଣର ହେବ । ଆପଣଙ୍କର ଆଧ୍ୟାତ୍ମିକ ମନ ଦିନକୁ ସନ୍ତୁଷ୍ଟମୟ କରିବ। ଆପଣ ସମସ୍ତ ପ୍ରତିକୂଳତାକୁ ଦୂରରେ ରଖିବାରେ ସମର୍ଥ ହେବେ । ଯଦି ଏହା କରିବାରେ ବିଫଳ ହୁଅନ୍ତି ତେବେ ନିଷ୍ପତ୍ତି ନେବା ଦକ୍ଷତାରେ ହାନୀ ପହଞ୍ଚାଇବ ଏବଂ ଆପଣଙ୍କ ଉତ୍ସାହ ମଧ୍ୟ କମ୍‌ କରିବ ।

ମୀନ: ଆଜିର ଯଥା ସମ୍ଭବ ଲାଭ ନେବା ପାଇଁ ଆପଣଙ୍କ ସମସ୍ତ ଶକ୍ତି ଏକାଠି କରନ୍ତୁ । ଅନୁକୂଳ ଦିଗରେ ପ୍ରୟୋଗ କରନ୍ତୁ । ଅବଶ୍ୟ, ଧ୍ୟାନ କିମ୍ୱା ଯୋଗ କରିବା ଦ୍ୱାରା ଆପଣ ଏହା ସମ୍ଭବ କରିପାରିବେ । ପରିବାର ସଦସ୍ୟ ଏବଂ ପ୍ରିୟଜନଙ୍କ ମଧ୍ୟରେ କଳହ ଏବଂ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି । ଆପଣଙ୍କର ଭାଷା ଏବଂ ଆକ୍ରମଣାତ୍ମକ ବ୍ୟବହାର ନିୟନ୍ତ୍ରଣରେ ରଖନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.