ETV Bharat / bharat

BBC Documentary: ତେଜୁଛି ଡକ୍ୟୁମେଣ୍ଟାରୀ ବିବାଦ, ଭାରତରେ ବିବିସି ବ୍ୟାନ ପାଇଁ ଲାଗିଲା ପୋଷ୍ଟର

author img

By

Published : Jan 29, 2023, 7:24 PM IST

ଭାରତରେ ବିବିସି ବ୍ୟାନ କରିବାକୁ ଦାବି କଲା ହିନ୍ଦୁ ସେନା । ଅଫିସ୍ ବାହାରେ ଲାଗିଲା ବିବିସି ଭାରତ ଛାଡ ପୋଷ୍ଟର । ଅଧିକ ପଢନ୍ତୁ
ଭାରତରେ ବିବିସି ବ୍ୟାନ ପାଇଁ ଲାଗିଲା ପୋଷ୍ଟର
ଭାରତରେ ବିବିସି ବ୍ୟାନ ପାଇଁ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ: ସାରା ଦେଶରେ ହଇଚଇ ସୃଷ୍ଟି କରିଛି ବିବିସି ଡକ୍ୟୁମେଣ୍ଟାରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରସ୍ତୁତ ''ଇଣ୍ଡିଆ: ଦି ମୋଦି କୋଶ୍ଚିନ'' ଡକ୍ୟୁମେଣ୍ଟାରୀ ନେଇ ବିଭିନ୍ନ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । ରାଜଧାନୀ ଦିଲ୍ଲୀର ଜେଏନୟୁ, ଜାମିଆ, ଡିୟୁ ଓ ଆମ୍ବେଦକର ବିଶ୍ବବିଦ୍ୟାଳୟରେ ପ୍ରବଳ ହଙ୍ଗାମା କରିଛନ୍ତି ଛାତ୍ରଛାତ୍ରୀ । କଲେଜ ପ୍ରଶାସନ ଡକ୍ୟୁମେଣ୍ଟାରୀ ପ୍ରସାରଣ ପାଇଁ ଅନୁମତି ନଦେବା ସତ୍ତ୍ବେ ଛାତ୍ର ସଂଗଠନ ଛାତ୍ରଛାତ୍ରୀଙ୍କୁ ମୋବାଇଲ ଓ ଲ୍ୟାପଟପରେ ଏହି ବିବାଦୀୟ ସିରିଜ ଦେଖାଇଛନ୍ତି । ଏହାକୁ ନେଇ ଜେଏନୟୁରେ ପଥରମାଡ ହୋଇଥିବା ବେଳେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ୧୪୪ ଧାରା ଲାଗିଛି ।

ଅନ୍ୟପଟେ ବିବିସି ଡକ୍ୟୁମେଣ୍ଟାରୀ ଦେଖିବା ଉଚିତ୍ ନା ନୁହେଁ, ସେନେଇ ସୋସିଆଲ ମିଡିଆରେ ଯୁକ୍ତତର୍କ ଚାଲିଛି । ଯଦିଓ ଭାରତ ସରକାର ଏହି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ତାହାସତ୍ତ୍ବେ ମଧ୍ୟ ଅନେକ ସ୍ଥାନରେ ଏହାକୁ ପ୍ରଦର୍ଶିତ କରାଯାଉଛି । ଏସବୁ ଭିତରେ ଭାରତରେ ବିବିସି ବ୍ୟାନ କରିବାକୁ ଦାବି ଉଠାଇଛି ହିନ୍ଦୁ ସେନା । ଡକ୍ୟୁମେଣ୍ଟାରୀକୁ ଅନ୍ତର୍ଜାତୀୟ ଷଡଯନ୍ତ୍ର କହି ହିନ୍ଦୁ ସେନା ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛି ।

ତେଜୁଛି ଡକ୍ୟୁମେଣ୍ଟାରୀ ବିବାଦ
ତେଜୁଛି ଡକ୍ୟୁମେଣ୍ଟାରୀ ବିବାଦ

ଏହି ପରିପ୍ରେକ୍ଷୀରେ ଆଜି ହିନ୍ଦୁ ସେନା ପକ୍ଷରୁ ନୂଆଦିଲ୍ଲୀର କସ୍ତୁରବା ଗାନ୍ଧୀମାର୍ଗରେ ଥିବା ବିବିସି ଅଫିସ ବାହାରେ ପୋଷ୍ଟର ଲଗାଯାଇଛି । ଏହି ପୋଷ୍ଟରରେ ''ବିବିସି ଭାରତ ଛାଡ'' ଓ ''ପ୍ରଧାନମନ୍ତ୍ରୀ ମୋଦିଙ୍କ ଛବି ଖରାପ କରିବା ବନ୍ଦ କର'' ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି । ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା କହିଛନ୍ତି, ''ବିବିସି ଦେଶର ଏକତା ଓ ଅଖଣ୍ଡତା ପ୍ରତି ବିପଦ । ବିଶ୍ବ ଆଗରେ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଛବି ମଳିନ କରିବାକୁ ଏହା ଏକ ଅନ୍ତରାଷ୍ଟ୍ରୀୟ ଷଡଯନ୍ତ୍ର । ତୁରନ୍ତ ଏହାକୁ ଭାରତରେ ବ୍ୟାନ କରାଯିବା ଜରୁରୀ । ପୂର୍ବରୁ ଇନ୍ଦିରା ଗାନ୍ଧୀ ମଧ୍ୟ ବିବିସି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସଂସ୍ଥା ପକ୍ଷରୁ କ୍ଷମା ପ୍ରାର୍ଥନା କରାଯିବା ପରେ ବ୍ୟାନ ହଟାଯାଇଥିଲା ।''

ଏହାମଧ୍ୟ ପଢନ୍ତୁ: BBC documentary: ପୁଡୁଚୋରୀ ବିଶ୍ୱବିଦ୍ୟାଳୟ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପୋଲିସ ମୁତୟନ

ସେପଟେ ବିବିସି ଅଫିସ ବାହାରେ ଏହି ପୋଷ୍ଟର ଲାଗିବା ପରେ ଲୋକମାନଙ୍କ ମଧ୍ୟରେ ଡକ୍ୟୁମେଣ୍ଟାରୀକୁ ନେଇ ଉତ୍ସାହ ବଢିଯାଇଛି । କ'ଣ ପାଇଁ ଏହାକୁ ଏତେ ବିରୋଧ କରାଯାଉଛି ତାହା ଜାଣିବାକୁ ଲୋକମାନେ ଡକ୍ୟୁମେଣ୍ଟାରୀ ଦେଖିବାକୁ ଆଗ୍ରହୀ ହେଉଛନ୍ତି । କେହି କେହି ଲିଙ୍କ ମଧ୍ୟ ଖୋଜୁଥିବାର ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.