ETV Bharat / bharat

Operation Against Amritpal Singh: ଗୁଇନ୍ଦା ବିଭାଗ ବିଫଳ ! ପଞ୍ଜାବ ପୋଲିସ ଉପରେ ବର୍ଷିଲେ ହାଇକୋର୍ଟ

author img

By

Published : Mar 21, 2023, 4:45 PM IST

ଗୁଇନ୍ଦା ବିଭାଗ ବିଫଳ ! ପଞ୍ଜାବ ପୋଲିସ ଉପରେ ବର୍ଷିଲେ ହାଇକୋର୍ଟ
ଗୁଇନ୍ଦା ବିଭାଗ ବିଫଳ ! ପଞ୍ଜାବ ପୋଲିସ ଉପରେ ବର୍ଷିଲେ ହାଇକୋର୍ଟ

ଏତେ ବଡ ଅପରେସନ ସତ୍ତ୍ବେ କୁଆଡେ ଗଲା ଅମ୍ରିତପାଲ ସିଂ । 4 ଦିନ ହେଲାଣି ପଞ୍ଜାବ ପୋଲିସ ନୟାନ୍ତ । ଗୁଇନ୍ଦା ବିଭାଗ ବିଫଳତା ନେଇ ପୋଲିସ ଉପରେ ବର୍ଷିଲେ ହାଇକୋର୍ଟ । ଅଧିକ ପଢନ୍ତୁ

ଚଣ୍ଡିଗଡ: ପଳାତକ ଘୋଷିତ ଖଲିସ୍ତାନୀ ସପକ୍ଷବାଦୀ ନେତା ଅମ୍ରିତପାଲ ସିଂକୁ ଧରିବା ପାଇଁ ଦୀର୍ଘ 4ଦିନ ଧରି ପଞ୍ଜାବରେ ଜାରି ରହିଛି ରାଜ୍ୟବ୍ୟାପି ଅପରେସନ। କେବଳ ପଞ୍ଜାବରେ 80 ହଜାର ପୋଲିସ କର୍ମୀ ରହିଥିବା ବେଳେ କେନ୍ଦ୍ରୀୟ ଅର୍ଦ୍ଧ୍ବ ସାମରିକ ବଳ ମଧ୍ୟ ରାଜ୍ୟରେ ଛାଇ ହୋଇରହିଛନ୍ତି । ରାଜ୍ୟରେ ଏବେ ଅଘୋଷିତ ଜରୁରୀ ସ୍ଥିତି ଲାଗିରହିଛି । ରାଜଧାନୀ ଚଣ୍ଡିଗଡରେ ଧାରା 144 ଓ ରାଜ୍ୟରେ ପ୍ରାୟ ସମସ୍ତ ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ସହର ଠାରୁ ସୀମା ସବୁଆଡେ ପୋଲିସର କଡା ଆଖି । ତଥାପି ଏତେ ବଡ ଅପରେସନ ସତ୍ତ୍ବେ କୁଆଡେ ଗଲା ଅମ୍ରିତପାଲ ସିଂ । ନା ତାକୁ ଖସାଇଦେବାରେ ପୋଲିସ ବିଭାଗର ହିଁ ପ୍ରଚ୍ଛନ୍ନ ହାତ ରହିଛି । ଏପରି ସନ୍ଦେହ ମଧ୍ୟରେ ଆଜି ପଞ୍ଜାବ ହରିୟାଣା ହାଇକୋର୍ଟ ଇଣ୍ଟେଲଜେନ୍ସିଂ ବିଫଳତା ନେଇ ପଞ୍ଜାବ ପୋଲିସକୁ ଭର୍ତ୍ସନା କରିଛନ୍ତି ।

ଆଜି ଏହି ସମ୍ପର୍କିତ ମାମଲାରେ ଶୁଣାଣି କରି ପଞ୍ଜାବ-ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ ଏନ.ଏସ ଶେଖାଓ୍ବାତ ପଞ୍ଜାବ ପୋଲିସର କାର୍ଯ୍ୟଶୈଳୀ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି, ‘‘ସବୁ କିଛି ପୂର୍ବ ପ୍ରସ୍ତୁତି ମୁତାବକ ଆରମ୍ଭ ହେଲା, ହେଲେ ଅମ୍ରିତପାଲ ଖସିଗଲା କିପରି । ଏଥିରେ ପୋଲିସର କାହାଣୀକୁ ବିଶ୍ବାସକୁ ନିଆଯାଇ ପାରିବନାହିଁ । ଏହ ସମ୍ପୂର୍ଣ୍ଣ ଭାବେ ଗୁଇନ୍ଦା ବିଫଳତା ।’’

ଉତ୍ତରରେ ପଞ୍ଜାବ ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ଏ.ଜି ବିନୋଦ ଘାଇ କହିଥିଲେ, ପୋଲିସ ବଳ ପ୍ରୟୋଗ କରିବା ପାଇଁ ଉଚିତ ମନେ କଲା ନାହିଁ ତେଣୁ ଏପରି ସ୍ଥିତି ସୃଷ୍ଟି ହୋଇଛି । ଏ.ଜି କୋର୍ଟଙ୍କୁ ଏହା ମଧ୍ୟ ଅବଗତ କରିଛନ୍ତି ଯେ, ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ ତାକୁ ଗିରଫ କରିବା ପାଇଁ ଆପ୍ରାଣ ଚେଷ୍ଟା ଜାରି ରଖିଛି । ଅଭିଯୁକ୍ତ ବିରୋଧରେ ଜାତୀୟ ସୁରକ୍ଷା ଆକ୍ଟ ମଧ୍ୟ ଜାରି କରାଯାଇଛି । ହେଲେ ଏ.ଜିଙ୍କ ଉତ୍ତର କୋର୍ଟଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ଏହି ମାମଲାର ପରବର୍ତ୍ତୀ ଶୁଣାଣି 4 ଦିନ ପରେ ଧାର୍ଯ୍ୟ କରିଛନ୍ତି ଖଣ୍ଡପୀଠ ।

ଜାତୀୟ ସୁରକ୍ଷା ଆକ୍ଟ କୌଣସି ଅତ୍ୟନ୍ତ ସମ୍ବେଦନଶୀଳ ଆଇନ ଶୃଙ୍ଗଳା କ୍ଷେତ୍ରରେ ଲାଗୁ କରାଯାଏ । ଦେଶର ଅଖଣ୍ଡତା ବା ସାମାଜିକ ନିରାପତ୍ତାରେ ବାଧା ସୃଷ୍ଟି କରୁଥିବା କୌଣସି ଗୋଷ୍ଠୀ କିମ୍ବା ବ୍ୟକ୍ତିଙ୍କ ବିରୋଧରେ କେନ୍ଦ୍ର ସରକାର ଏହା ଜାରି କରିଥାଏ । ଏହା ଜାରି ହେବା ପରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ କୌଣସି ଓ୍ବାରେଣ୍ଟର ଆବଶ୍ୟକତା ନଥାଏ । ଗିରଫ ପରେ ନ୍ୟାୟିକ ପ୍ରକ୍ରିୟା ବିନା ମଧ୍ୟ 12 ମାସ ଯାଏ ଜେଲରେ ରଖାଯାଇପାରେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳରେ ଜାତୀୟ ସୁରକ୍ଷା ପାଇଁ ଏହି ଆକ୍ଟର ପ୍ରଚଳନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.