ETV Bharat / bharat

ବୈଶାଳୀରେ ବେଗୁସରାଇ କାଣ୍ଡର ପୁନରାବୃତ୍ତି, ବାଇକରେ ଆସି ଆଖିବୁଜା ଗୁଳି ଚଳାଇଲେ ଦୁର୍ବୃତ୍ତ

author img

By

Published : Sep 19, 2022, 4:10 PM IST

ବିହାର ବୈଶାଳୀରେ ଅତର୍କିତ ଗୁଳି ଚଳାଇ ଆତଙ୍କ ସୃଷ୍ଟି କଲେ ଦୁର୍ବୃତ୍ତ (Vaishali firing incident) । ନିକଟରେ ବେଗୁସରାଇରେ ମଧ୍ୟ ହୋଇଥିଲା ଗୁଳିକାଣ୍ଡ । ପୋଲିସ ତଦନ୍ତ ଜାରି । ଅଧିକ ପଢନ୍ତୁ

ବୈଶାଳୀରେ ବେଗୁସରାଇ ଗୁଳିକାଣ୍ଡର ପୁନରାବୃତ୍ତି, ବାଇକରେ ଆସି ଆଖିବୁଜା ଗୁଳି ଚଳାଇଲେ ଦୁର୍ବୃତ୍ତ
ବୈଶାଳୀରେ ବେଗୁସରାଇ ଗୁଳିକାଣ୍ଡର ପୁନରାବୃତ୍ତି, ବାଇକରେ ଆସି ଆଖିବୁଜା ଗୁଳି ଚଳାଇଲେ ଦୁର୍ବୃତ୍ତ

ପାଟନା: ବିହାରର ବେଗୁସରାଇ ପରେ ବୈଶାଳୀରେ ଦୁର୍ବୃତ୍ତଙ୍କ ଗୁଳିମାଡ (Vaishali firing incident)। ଗତକାଲି ରାତିରେ ଏକ ବାଇକରେ ଏକାଧିକ ଦୁର୍ବୃତ୍ତ ଆସି ସହରର ଏକାଧିକ ସ୍ଥାନରେ ଆଖିବୁଜା ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି । ମଡଇ ରୋଡର ଏହି ଗୁଳିକାଣ୍ଡ ଘାଇବା ପରେ ଦୁର୍ବତ୍ତମାନେ ରାଜେନ୍ଦ୍ର ଚୌକ ଦେଇ ଫେରାର ହୋଇଯାଇଥିବା ସ୍ଥାନୀୟ ପ୍ରତ୍ୟେକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବୈଶାଳୀରେ ବେଗୁସରାଇ କାଣ୍ଡର ପୁନରାବୃତ୍ତି, ବାଇକରେ ଆସି ଆଖିବୁଜା ଗୁଳି ଚଳାଇଲେ ଦୁର୍ବୃତ୍ତ

କେମିତି ଥିଲା ପୁରା ଘଟଣା:

ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ଏକ ବାଇକ ଯୋଗେ ଆସିଥିଲେ । ସହରର ମଡଇ ଛକରେ ପ୍ରଥମେ ଗୁଳି ଚଳାଇଥିଲା ବେଳେ ପରେ ପ୍ରାୟ ଅଧ କି.ମି ପର୍ଯ୍ୟନ୍ତ ହାତରେ ବନ୍ଧୁକ ଧରି ଆତଙ୍କ ଖେଲାଇବା ସହ ଏକାଧିକ ରାଉଣ୍ଡର ଫାଏରିଂ କରିଥିଲେ (Heavy Shootout at Vaishali)। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା, ହେଲେ ସେତେବେଳେକୁ ଅପରାଧୀମାନେ ଫେରାର ହୋଇ ସାରିଥିଲେ । ସମ୍ପୂର୍ଣ୍ଣ ସହରକୁ ଘେରାବନ୍ଦୀ କରି ବିଭିନ୍ନ ସ୍ଥାନରେ ଚେକିଂ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି ।

ବୈଶାଳୀ ନଗର ଥାନା ପ୍ରଭାରୀ ଶୈଳେନ୍ଦ୍ର କୁମାର ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ‘‘ଗୋଟଏ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ଏପରି କାଣ୍ଡ ଭିଆଇ ଫେରାର ହୋଇଯିବାରେ ସଫଳ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ଗୁଳି ଓ ଖାଲି ଖୋକା ମଧ୍ୟ ଜବତ କରାଯାଇଛି । ତେବେ ହତ୍ୟା ଉଦ୍ୟମରେ ଏହି ଆକ୍ରମଣ କିମ୍ବା ବ୍ଲାଙ୍କ ଫାଏରିଂ ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସିସିଟିଭି ଫୁଟେଜ ସଂଗ୍ରହ କରାଯାଇ ତଦନ୍ତ ଜାରି ରହିଛି, ଖୁବଶୀଘ୍ର ଏ ସମ୍ପର୍କରେ ସଠିକ ସୂଚନା ମିଳିବା ସହ ଦୁର୍ବୃତ୍ତଙ୍କୁ ଗିରଫ କରାଯିବ ।’’

13 ତାରିଖ ରାତିରେ ବେଗୁସରାଇରେ ମଧ୍ୟ ସାମାନ ଧରଣର ଆତଙ୍କରାଜ ଦେଖିବାକୁ ମିଳିଥିଲା । ପ୍ରାୟ ଦୁଇଟି ବାଇକରେ 4 ଜଣ ଦୁର୍ବୃତ୍ତ ଆସି ହାରରେ ଅତର୍କିତ ଭାବେ ଏକାଧିକ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ପରେ ଏହି ଘଟଣାରେ 4 ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା । ଏହି ଗୁଳିମାଡର ମାଷ୍ଟରମାଇଣ୍ଡ କେଶବ ଓରଫ ନାଗା ଝାଝା ରେଳ ଷ୍ଟେସନରୁ ଧରା ପଡିଥିଲା । ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଅନ୍ୟ ତିନି ଅଭିଯୁକ୍ତଙ୍କୁ ମିଶାଇ କେଶବ, ଯୁବରାଜ, ଅର୍ଜୁନ ଏବଂ ସୁମିତ୍ ନାମକ ମୋଟ 4 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ତେବେ ସେହି ଘଟଣା ମନରୁ ଲଭିନଥିବା ବେଳେ ପୁଣି ବୈଶାଳୀରେ ଏପରି କାଣ୍ଡ ହେବେ ବିହାରରେ ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାର ତଦନ୍ତ ଜାରି ରଖିବା ସହ ଦୁର୍ବୃତ୍ତଙ୍କୁ ଧରିବାରେ ଖୁବଶୀଘ୍ର ସଫଳତା ମିଳିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.