ETV Bharat / bharat

JNU ୟୁନିଭର୍ସିଟି କାନ୍ଥରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ, ମୁହଁ ଖୋଲିଲେ କୁଳପତି

author img

By

Published : Dec 2, 2022, 9:37 PM IST

ପୁଣି ଚର୍ଚ୍ଚାରେ JNU ୟୁନିଭର୍ସିଟି, କାନ୍ଥରେ ମିଳିଲା ବ୍ରାହ୍ମଣ ବିରୋଧୀ ସ୍ଲୋଗାନ
ପୁଣି ଚର୍ଚ୍ଚାରେ JNU ୟୁନିଭର୍ସିଟି, କାନ୍ଥରେ ମିଳିଲା ବ୍ରାହ୍ମଣ ବିରୋଧୀ ସ୍ଲୋଗାନ

ପୁଣି ଗଣମାଧ୍ୟମରେ ହେଡଲାଇନ ଜେଏନୟୁ ବିଶ୍ବବିଦ୍ୟାଳୟ (JNU University)। ୟୁନିଭର୍ସିଟି କାନ୍ଥରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପୁଣି ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (JNU)ରେ ବିବାଦ ମୁଣ୍ଡ ଟେକିଛି । ୟୁନିଭର୍ସିଟିର ସ୍କୁଲ ଅଫ ଇଣ୍ଟରନ୍ୟାସନାଲ ଷ୍ଟଡିଜ (School of International Studies)ର ଦ୍ବିତୀୟ ଓ ୩ୟ ମହଲା ଚଟାଣ ଓ କାନ୍ଥରେ ବ୍ରାହ୍ମଣଙ୍କ ବିରୋଧରେ ଧମକପୂର୍ଣ୍ଣ ସ୍ଲୋଗାନ ଲେଖାଯାଇଛି । ବ୍ରାହ୍ମଣ ଧର୍ମାବଲମ୍ବୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସ ଛାଡ଼ିବାକୁ ଏଥିରେ ଲେଖାଯାଇଛି । ଏହା କେବଳ କାନ୍ଥରେ ନୁହେଁ ଏନେକ ଅଧ୍ୟାପକଙ୍କ ଚାମ୍ବରର କବାଟରେ ମଧ୍ୟ ଲେଖାଯାଇଛି । ଏହି ସ୍ଲୋଗାନ କିଏ ଓ କାହିଁକି ଲେଖିଛି ସେ ନେଇ କୌଣସି ସୂଚନା ମିଳିନାହିଁ ।

  • Delhi | The Vice-Chancellor has taken serious note of the incident of defacement of walls & faculty rooms by some unknown elements in SIS, JNU. The Dean, School of International Studies & Grievances Committee have been asked to inquire & submit a report to VC at the earliest: JNU pic.twitter.com/5YFvrLWhjc

    — ANI (@ANI) December 2, 2022 " class="align-text-top noRightClick twitterSection" data=" ">

ଏପଟେ ଘଟଣା ସାମ୍ନାକୁ ଆସିବା ପରେ କୁଳପତି କହିଲେ, ଏହା ଏକ ଗମ୍ଭୀର ପ୍ରସଙ୍ଗ । ଏହାକୁ ଆମେ ଗୁରୁତ୍ୱର ସହ ଦେଖୁଛୁ । ତେବେ କାର୍ଯ୍ୟାନୁଷ୍ଠାନ ପାଇଁ କମିଟି ଗଠନ ହୋଇଛି ।

ପୁଣି ଚର୍ଚ୍ଚାରେ JNU ୟୁନିଭର୍ସିଟି, କାନ୍ଥରେ ମିଳିଲା ବ୍ରାହ୍ମଣ ବିରୋଧୀ ସ୍ଲୋଗାନ
ପୁଣି ଚର୍ଚ୍ଚାରେ JNU ୟୁନିଭର୍ସିଟି, କାନ୍ଥରେ ମିଳିଲା ବ୍ରାହ୍ମଣ ବିରୋଧୀ ସ୍ଲୋଗାନ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ସଭାପତି ରୋହିତ କୁମାର ଅଭିଯୋଗ ଆଣିଛନ୍ତି ଯେ ଏଭଳି କାର୍ଯ୍ୟ ବାମପନ୍ଥୀ ଛାତ୍ରମାନେ କରିଥାନ୍ତି । ଖୋଲା ବିଚାରଧାରା ରଖୁଥିବା ଅଧ୍ୟାପକଙ୍କୁ ଭୟଭୀତ କରିବା ଲାଗି ବାମପନ୍ଥୀ ଛାତ୍ରମାନେ ଏପରି ଧମକପୂର୍ଣ୍ଣ ସ୍ଲୋଗାନ ଲେଖିଥିବା ସେ ଅଭିଯୋଗ କରିଛନ୍ତି । ଏହାସହିତ ଏବିଭିପି ଏହାର ଦୃଢ ନିନ୍ଦା କରୁଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ସୂଚନା ଫଳକର ଏପରି ଅପବ୍ୟବହାର କରାନଯାଉ । ଏହାକୁ ସମାଜର ହିତରେ କରିବା ଉଚିତ ।

ପୁଣି ଚର୍ଚ୍ଚାରେ JNU ୟୁନିଭର୍ସିଟି, କାନ୍ଥରେ ମିଳିଲା ବ୍ରାହ୍ମଣ ବିରୋଧୀ ସ୍ଲୋଗାନ

ଏହା ବି ପଢନ୍ତୁ- Viral Leave Application: ୨ଦିନ ପରେ ହେବ ମାର ମୃତ୍ୟୁ, ଛୁଟି ମାଗିଲେ ଶିକ୍ଷକ

ବାଦ ବିବାଦ ଲାଗି ସୂଚନା ଫଳକର ବ୍ୟବହାର ନ କରି କୌଣସି ପ୍ରସଙ୍ଗ ଉପରେ ଆଲୋଚନା ଲାଗି ବ୍ୟବହାର କରିବା ଉଚିତ । ରୋହିତଙ୍କ ଅଭିଯୋଗ ଅନୁସାରେ ବାମପନ୍ଥୀ ଛାତ୍ର କୌଣସି ନିର୍ଦ୍ଦିଷ୍ଟ ସମାଜ ବିରୋଧରେ ଏପରି ଆପତ୍ତିଜନକ ସ୍ଲୋଗାନ ଲେଖିବା ଅନୁଚିତ । ବିଶ୍ବବିଦ୍ୟାଳୟର କାନ୍ଥରେ ଲାଲ ରଙ୍ଗରେ ଏପରି ଧମକପୂର୍ଣ୍ଣ ସ୍ଲୋଗାନ ଲେଖାଯାଇଛି । ତେବେ ସୂଚନା ଥାଉ କି ଜେଏନୟୁ ଏହି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ବିଶ୍ବବିଦ୍ୟାଳୟ କାନ୍ଥରେ ଏପରି ଆପତ୍ତିଜନକ ମନ୍ତବ୍ୟ (Hate Speech) ଲେଖାଯାଇଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.