ETV Bharat / bharat

ଜମ୍ମୁ କାଶ୍ମୀରର ପରବର୍ତ୍ତୀ ଉପରାଜ୍ୟପାଳ ! ଚର୍ଚ୍ଚାକୁ ନେଇ କ’ଣ କହିଲେ ଆଜାଦ

author img

By ETV Bharat Odisha Team

Published : Oct 1, 2023, 10:23 PM IST

ଜମ୍ମୁ କାଶ୍ମୀରର ପରବର୍ତ୍ତୀ ଉପରାଜ୍ୟପାଳ ! ଚର୍ଚ୍ଚାକୁ ନେଇ କ‘ଣ କହିଲେ ଆଜାଦ
ଜମ୍ମୁ କାଶ୍ମୀରର ପରବର୍ତ୍ତୀ ଉପରାଜ୍ୟପାଳ ! ଚର୍ଚ୍ଚାକୁ ନେଇ କ‘ଣ କହିଲେ ଆଜାଦ

ଜମ୍ମୁ କାଶ୍ମୀରର ପରବର୍ତ୍ତୀ ଉପରାଜ୍ୟପାଳ ଗୁଲାମ ନବୀ ଆଜାଦ ହେବା ନେଇ ଜାରି ରହିଥିବା ଚର୍ଚ୍ଚାକୁ ଖଣ୍ଡନ କଲେ ନିଜେ ଆଜାଦ । କହିଲେ କୌଣସି ନିଯୁକ୍ତି ନୁହେଁ ବରଂ କାଶ୍ମୀରବାସୀଙ୍କ ସେବା ପାଇଁ ଆସିଛି । ଅଧିକ ପଢନ୍ତୁ

ଶ୍ରୀନଗର: ଗତବର୍ଷ କଂଗ୍ରେସରୁ ଇସ୍ତଫା ଦେଇ ନୂତନ ରାଜନୈତିକ ଦଳ ଗଠନ କରିଥିବା ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଭାରତୀୟ ଜନତା ପାର୍ଟି ସହ ଯୋଗାଯୋଗ ଥିବା ଚର୍ଚ୍ଚା ଅନେକ ସମୟରେ ହୋଇଛି । ତେବେ ଏହି ବରିଷ୍ଠ ରାଜନେତା ଏବେ ଜମ୍ମୁ କାଶ୍ମୀରର ପରବର୍ତ୍ତୀ ଉପରାଜ୍ୟପାଳ ଭାବେ କେନ୍ଦ୍ର ଦ୍ବାରା ନିଯୁକ୍ତ ହେବାକୁ ଯାଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ହେଲେ ଏହାକୁ ସମୁଳେ ଖଣ୍ଡନ କରିଛନ୍ତି ଆଜାଦ । ଏହି ଚର୍ଚ୍ଚାକୁ ଏକ ଗୁଜବ କହିବା ସହ ଏଥିରେ ସତ୍ୟତା ନଥିବା କହିଛନ୍ତି ଆଜାଦ । ଆହୁରି ମଧ୍ୟ କହିଛନ୍ତି, ସେ କୌଣସି ନିଯୁକ୍ତି ଚାହାନ୍ତି ନାହିଁ ବରଂ ସେ କାଶ୍ମୀରବାସୀଙ୍କ ସେବା କରିବାକୁ ଉତ୍ସାହୀ ।

ଆଜି ଆଜାଦ ତାଙ୍କ ଡେମୋକ୍ରାଟିକ୍ ପ୍ରଗତିଶୀଳ ଆଜାଦ ପାର୍ଟି (ଡିପିଏପି)ର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି । ‘‘ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ । ଗୁଲାମ ନବୀ ଆଜାଦ ଜମ୍ମୁ କାଶ୍ମୀରର ପରବର୍ତ୍ତୀ ଉପରାଜ୍ୟପାଳ (ଏଲଜି) ହେବାକୁ ଯାଉଛନ୍ତି ବୋଲି ଯେଉଁ ଗୁଜବ ହେଉଛି ତାହା ନିରାଧାର । ମୁଁ ଚାକିରି ଖୋଜିବା ପାଇଁ ଆସିନାହିଁ, ବରଂ ମୁଁ ଲୋକଙ୍କ ସେବା କରିବାକୁ ଚାହୁଁଛି ।’’

ଏହା ମଧ୍ୟ ପଢନ୍ତୁ :- Assembly poll 2023: ବସିଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ଚୂଡାନ୍ତ ହେବ ପ୍ରାର୍ଥୀ

କଂଗ୍ରେସ ଦଳରେ ଦୀର୍ଘ ଦଶନ୍ଧି ଧରି ଜଣେ ବରିଷ୍ଠ ନେତା ଭାବେ କାର୍ଯ୍ୟ ତୁଲାଇଥିବା କାଶ୍ମୀରର ଏହି ଭେଟେରାନ ରାଜନେତା ଗତବର୍ଷ କଂଗ୍ରେସ ଛାଡିଥିଲେ । ଦଳ ଛାଡିବା ସମୟରେ ସେ ବିଭିନ୍ନ ପ୍ରସଙ୍ଗରେ ଅସନ୍ତୋଷ ଓ କ୍ଷୋଭବ୍ୟକ୍ତ ମଧ୍ୟ କରିଥିଲେ । ସେ ଦଳର ଚର୍ଚ୍ଚିତ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପରୋକ୍ଷ ସମାଲୋଚନା କରିଥିଲେ । କଂଗ୍ରେସ ଛାଡିବା ସମୟରେ ସେ ଭାରତୀୟ ଜନତା ପାର୍ଟି ଯୋଗାଯୋଗରେ ଥିବା ଓ ବିଜେପିରେ ମିଶିବା ଚର୍ଚ୍ଚା ହେଉଥିଲା । ମାତ୍ର ସେ ଏହାକୁ ଖଣ୍ଡନ କରିବା ସହ ନିଜର ଏକ ରାଜନୈତିକ ପାର୍ଟି ଗଠନ କରିଥିଲେ । ଯାହାର ନାମ ରଖାଯାଇଥିଲା ଡେମୋକ୍ରାଟିକ୍ ପ୍ରଗତିଶୀଳ ଆଜାଦ ପାର୍ଟି (ଡିପିଏପି) । ଏବେ ପୁଣି ଥରେ ତାଙ୍କ ନାମରେ ଉପରାଜ୍ୟପାଳ ଚର୍ଚ୍ଚା ହେଉଛି । ଏହାକୁ ସେ ଖଣ୍ଡନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.