ETV Bharat / bharat

ଶାଳୀ ଉପରେ ଭିଣୋଇର ଲୋଲୁପ ଦୃଷ୍ଟି, ସାଙ୍ଗଙ୍କ ସହ ମିଶି କଲା ଗଣଦୁଷ୍କର୍ମ

author img

By

Published : Dec 22, 2022, 12:42 PM IST

ରାଜସ୍ଥାନରେ ନାବାଳିକାଙ୍କୁ ଗଣଦୁଷ୍କର୍ମ
ରାଜସ୍ଥାନରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ସାଙ୍ଗମାନଙ୍କ ସହ ମିଶି ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ଭିଣୋଇ । ଶେଷରେ କୋଲକାତାର ରେଡ୍‌ ଲାଇଟ ଏରିଆରେ ଛାଡି ଆସିଲେ । ଅଧିକ ପଢନ୍ତୁ

ଜୟପୁର: ୧୬ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ । ସାଙ୍ଗମାନଙ୍କ ସହ ମିଶି ନାବାଳିକା ଶାଳୀକୁ ଦୁଷ୍କର୍ମ କଲେ ଭିଣୋଇ(Minor Raped By Brother-In-Law) । ଏପରିକି ଅଭିଯୁକ୍ତ ଭିଣୋଇର ଭାଇ ମଧ୍ୟ ଦୁଷ୍କର୍ମରେ ସାମିଲ ହେଲେ । ଏତିକିରେ ମନ ମାନିଲାନି ଯେ, ବାରମ୍ବାର ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ପୀଡିତାଙ୍କୁ ଜୋର ଜବରଦସ୍ତ କୋଲକାତାର ରେଡ୍‌ଲାଇଟ ଏରିଆକୁ ନେଇ ବେଶ୍ୟାବୃତ୍ତିରେ ଲଗାଇଲେ । ରାଜସ୍ଥାନ ଢୋଲପୁରରୁ ଏଭଳି ଅମାନୁଷିକ କାଣ୍ଡ ସାମ୍ନାକୁ ଆସିଛି । ଏନେଇ ପୀଡିତା ଗତକାଲି ସନ୍ଧ୍ୟାରେ ମହିଳା ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ।

ଅଭିଯୋଗ ମୁତାବକ, ଦୁଇ ବର୍ଷ ତଳେ କୌଣସି ମାମଲାରେ ପୀଡିତାଙ୍କ ବାପାଙ୍କୁ ଜେଲ୍ ହୋଇଥିଲା । ବାପା ଜେଲ୍ ଯିବା ପରେ ବଡଭଉଣୀ ୧୬ ବର୍ଷୀୟା ସାନ ଭଉଣୀକୁ ନିଜ ଶାଶୁଘରକୁ ନେଇ ଯାଇଥିଲେ । ହେଲେ ସେଠାରେ ନାବାଳିକା ଶାଳୀ ଉପରେ ଭିଣୋଇର ଖରାପ ନଜର ଥିଲା । ଥରେ ଅଭିଯୁକ୍ତ ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ନାବାଳିକାଙ୍କୁ ଖୁଆଇଥିଲେ । ସେ ଅଚେତ ହୋଇଯିବା ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାଦେଖି ଭିଣୋଇର ସାନଭାଇ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏପରିକି ବଡ ଭଉଣୀର ନାବାଳକ ପୁଅ ମଧ୍ୟ ତାଙ୍କ ସହ ଦୁଷ୍କର୍ମ କରିଥିବା ପୀଡିତା ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ରାଜସ୍ଥାନରେ ମନ୍ଦିର ପୂଜକଙ୍କୁ ନିର୍ମମ ହତ୍ୟା, ମୃତକ ଇସଲାମ ଛାଡି ହୋଇଥିଲେ ହିନ୍ଦୁ

ଏସବୁ କଥା ପୀଡିତାଙ୍କ ବଡଭଉଣୀ ଜାଣିଥିଲେ ହେଁ ସେ ବିରୋଧ କରୁନଥିଲେ । ଏହାର କିଛି ଦିନ ପରେ ପୁରା ପରିବାର ମଜୁରୀ ପାଇଁ କୋଲକାତା ଯାଇଥିଲେ । ସେଠାରେ ମଧ୍ୟ ଭିଣୋଇ, ତାଙ୍କର ନାବାଳକ ପୁଅ ଓ ସାନଭାଇ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିଲେ । କିଛି ଦିନ ପରେ ଭିଣୋଇର ସାଙ୍ଗମାନେ ଘରକୁ ଆସି ନାବାଳିକାଙ୍କ ସହ ଏପରି ପାଶବିକତା ଘଟାଇଲେ । ଏହାକୁ ବିରୋଧ କରିବାରୁ ସେ ପୀଡିତାଙ୍କୁ ମାରପିଟ୍ କରୁଥିଲେ । ଏହାପରେ ଅଭିଯୁକ୍ତ ପୀଡିତାଙ୍କୁ ନେଇ କୋଲକାତାର ରେଡ୍‌ ଲାଇଟ ଅଞ୍ଚଳରେ ଛାଡି ଆସିଥିଲେ ।

ମାସେ ତଳେ ପୀଡିତାଙ୍କ ବାପା ଜେଲ୍‌ରୁ ମୁକୁଳିଥିଲେ । ଏକଥା ଜାଣିବା ପରେ ପୀଡିତା କୌଣସି ମତେ କୋଲକାତାରୁ ଖସି ଆସି ଢୋଲପୁରରେ ନିଜ ବାପାଙ୍କ ପାଖରେ ପହଞ୍ଚିଥିଲେ । ଝିଅ ଠାରୁ ସବୁକଥା ଶୁଣିବା ପରେ ବାପାଙ୍କ ହୋସ୍ ଉଡି ଯାଇଥିଲା । ଏହାପରେ ସେ ଝିଅକୁ ସାଙ୍ଗରେ ନେଇ ଥାନାରେ ଅଭିଯୁକ୍ତ ଭିଣୋଇ, ତା'ର ଭାଇ, ପୁଅ ଓ ସାଙ୍ଗମାନଙ୍କ ବିରୁଦ୍ଧରେ ଗଣଦୁଷ୍କର୍ମ ଅଭିଯୋଗ କରିଛନ୍ତି । ପୋଲିସ ପୀଡିତାଙ୍କ ବୟାନ ଆଧାରରେ ମାମଲା ରୁଜୁ କରିବା ସହ ତାଙ୍କର ମେଡିକାଲ ଟେଷ୍ଟ କରିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.