ETV Bharat / bharat

ରାଜସ୍ଥାନରେ ମନ୍ଦିର ପୂଜକଙ୍କୁ ନିର୍ମମ ହତ୍ୟା, ମୃତକ ଇସଲାମ ଛାଡି ହୋଇଥିଲେ ହିନ୍ଦୁ

author img

By

Published : Dec 21, 2022, 10:28 PM IST

ଇସଲାମ ଧର୍ମ ତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରିଥିବା ମନ୍ଦିର ପୂଜକଙ୍କୁ ନିର୍ମମ ହତ୍ୟା । ହତ୍ୟା ପରେ ଖଣ୍ଡ ଖଣ୍ଡ କରି ନଦୀକୂଳେ ଫୋପାଡି ଦେଲେ ହତ୍ୟାକାରୀ । ଘଟଣା ଘଟିଛି ରାଜସ୍ଥାନ ଧୋଲପୁର କଞ୍ଚନପୁର ଥାନା ଅନ୍ତର୍ଗତ ଟେଁଟରୀ ଗାଁରେ । ଗତ ରାତିରେ ଗାଁର ମାତା ମନ୍ଦିର ପୂଜାରୀଙ୍କୁ ଦୁର୍ବୁତ୍ତ ହତ୍ୟା କରିଛନ୍ତି (Murder of Temple Pujari in Dholpur) । ଅଧିକ ପଢନ୍ତୁ

murder of temple pujari in Dholpur
murder of temple pujari in Dholpur

ଜୟପୁର: ଇସଲାମ ଧର୍ମ ତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରିଥିବା ମନ୍ଦିର ପୂଜକଙ୍କୁ ନିର୍ମମ ହତ୍ୟା । ହତ୍ୟା ପରେ ଖଣ୍ଡ ଖଣ୍ଡ କରି ନଦୀକୂଳେ ଫୋପାଡି ଦେଲେ ହତ୍ୟାକାରୀ ।ରାଜସ୍ଥାନ ଧୋଲପୁର କଞ୍ଚନପୁର ଥାନା ଅନ୍ତର୍ଗତ ଟେଁଟରୀ ଗାଁରେ ଏଭଳି ଜଘନ୍ୟ ଘଟଣା ଘଟିଛି । ଗତରାତି(ମଙ୍ଗଳବାର)ରେ ଗାଁର ମାତା ମନ୍ଦିର ପୂଜାରୀଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି(Murder of Temple Pujari in Dholpur) ।

ହତ୍ୟା ପରେ ଦୁର୍ବୃତ୍ତ ମୃତଦେହକୁ ଖଣ୍ଡ ବିଖଣ୍ଡିତ କରି ଡବାରେ ଭର୍ତ୍ତି କରି ନିକଟସ୍ଥ ପାର୍ବତୀ ନଦୀ କୂଳେ ଫୋପାଡି ଦେଇଛନ୍ତି । ଆଜି(ବୁଧବାର) ସକାଳେ ଗ୍ରାମବାସୀ ରକ୍ତାତ ଖଣ୍ଡ ବିଖଣ୍ଡିତ ମୃତ ଦେହକୁ ଦେଖି ଆଚମ୍ବିତ ହୋଇଯାଇଥିଲେ । ଖବର ପାଇ କାଞ୍ଚନପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହାବି ପଢନ୍ତୁ- New Covid Variant Alert : ଶେଷ ହୋଇନାହିଁ କୋଭିଡ, ମାସ୍କ ପିନ୍ଧନ୍ତୁ କହିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ମାତା ମନ୍ଦିର ପୂଜାରୀ ଥିଲେ ମୃତକ

ମିଳିଥିବା ସୂଚନା ଅନୁସାରେ ଭୀମଗଡ ବାସିନ୍ଦା 60 ବର୍ଷିୟ ବହାବୁଦ୍ଦିନ ଖାନ୍‌ ଗତ 10 ବର୍ଷ ଧରି ଟେଁଟରୀ ଗ୍ରାମ ନିକଟସ୍ଥ ପାର୍ବତୀ ନଦୀ କୂଳେ ଥିବା ମାତା ମନ୍ଦିରରେ ପୂଜାରୀ ଭାବେ କାର୍ଯ୍ୟ କରୁଥିଲେ । ଗତରାତିରେ କେହି ଦୁର୍ବୃତ୍ତ ମନ୍ଦିରକୁ ଆସି ପୂଜକ ବହାବୁଦ୍ଦିନ ଖାନ୍‌ଙ୍କୁ ହତ୍ୟା କରିଥିଲେ । ପରେ ମୃତଦେହକୁ ଖଣ୍ଡଖଣ୍ଡ କରି ଡବାରେ ଭର୍ତ୍ତି କରି ପାର୍ବତୀ ନଦୀକୂଳେ ଫିଙ୍ଗି ଫେରାର ହୋଇଯାଇଛନ୍ତି ।

ଏହାବି ପଢନ୍ତୁ- Winter Session2022: ମୋଦି ସରକାରଙ୍କ ସଂକଳ୍ପ ନିଶାମୁକ୍ତ ଭାରତ: ଗୃହମନ୍ତ୍ରୀ

ତଦନ୍ତ କରୁଛି ପୋଲିସ

ଆଜି ଗ୍ରାମବାସୀଙ୍କ ପାଖରୁ ଖବର ପାଇ ପୋଲିସ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଜବତ କରିଛି । ଏହାସହ ହତ୍ୟାକାଣ୍ଡର ତଦନ୍ତକୁ ଯୋରଦାର କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ଯ ଖେଳିଯାଇଛି । ଆଇନ ଶୃଙ୍ଖଳାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୋଲିସ ତଦନ୍ତ କରୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଯ୍ୟାସରେ ପହଞ୍ଚି ପାରିନାହିଁ । ପୋଲିସ ଏକାଧିକ ଟିମ୍‌ ଗଠନ କରି ତଦନ୍ତ କରୁଛି ।

ଇସଲାମ ଛାଡି ଆପଣାଇଥିଲେ ହିନ୍ଦୁ ଧର୍ମ

ମୃତ ମନ୍ଦିର ପୂଜକ ଇସଲାମ ଧର୍ମ ଛାଡି ଗତ 10 ବର୍ଷ ତଳେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ । ଗ୍ରାମବାସୀଙ୍କ ସୂଚନା ଅନୁସାରେ ମୃତକ ସ୍ଥାନୀୟ ମାତା ମନ୍ଦିରର ପୂଜକ ଭାବେ କାର୍ଯ୍ୟ କରୁଥିଲେ । ତେବେ କାହିଁକି କିଏ ହତ୍ୟା କଲା ପୋଲିସ ତଦନ୍ତ ଜାରି ରଖିଛି । କିଛି ସନ୍ଦିଗ୍ଧଙ୍କ ଠିକଣାରେ ପୋଲିସ ଚଢାଉ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.