ETV Bharat / bharat

G-20 Summit 2023: ଭବିଷ୍ୟତରେ ଅର୍ଥବ୍ୟବସ୍ଥାର ପାଓ୍ବାର ହାଉସ ହେବ ଭାରତ: ମନମୋହନ ସିଂ

author img

By ETV Bharat Odisha Team

Published : Sep 8, 2023, 7:12 PM IST

ଜି 20 ଶିଖର ସମ୍ମିଳନୀ ପୂର୍ବରୁ ଦେଶର ଅର୍ଥବ୍ୟବସ୍ଥା ନେଇ ବୟାନ ରଖିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । କହିଲେ, ଭବିଷ୍ୟତରେ ଅର୍ଥବ୍ୟବସ୍ଥାର ପାଓ୍ବାର ହାଉସ ହେବ ଭାରତ ।

former pm manmohan singh reaction before g 20 summit
former pm manmohan singh reaction before g 20 summit

ନୂଆଦିଲ୍ଲୀ: ଦୀର୍ଘ 80 ଦଶକ ପରେ ପ୍ରଥମ ଥର ପାଇଁ ଜି-20 ଶିଖର ସମ୍ମିଳନୀର ଆୟୋଜକ ସାଜିଛି ଭାରତ । ରାଜଧାନୀ ଦିଲ୍ଲୀରେ ବିଶ୍ୱର 20ରୁ ଅଧିକ ଶକ୍ତିଶାଳୀ ନେତା ଏକାଠି ହେବେ । ଆସନ୍ତାକାଲି( ଶନିବାର)ଠୁ 2 ଦିନ ଧରି ହେବାକୁ ଥିବା ଏହି ବୈଠକ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଦିଲ୍ଲୀ । ବିଶ୍ୱନେତାମାନଙ୍କ ସୁରକ୍ଷା ଦୃଷ୍ଟିରୁ ମାଟି ଠୁ ନେଇ ଆକାଶ ପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡାକଡି କରାଯାଇଛି । ରାଜଧାନୀର ରାଜରାସ୍ତା ଠୁ ନେଇ ଗଳିକନ୍ଦି ସବୁଠି ପୋଲିସ ଫୋର୍ସ ମୁତୟନ କରାଯିବା ସହ ସିସିଟିଭି ଛାଉଣୀ କରାଯାଇଛି ।

ଜି 20 ବୈଠକରେ ସାମିଲ ହୋଇଥିବା ବିଶ୍ୱସ୍ତରୀୟ ନେତାମାନଙ୍କ ପାଇଁ ଆସନ୍ତାକାଲି (ଶନିବାର ଦିନ) ରାଷ୍ଟ୍ରପତିଙ୍କ ପକ୍ଷରୁ ରାତ୍ରିଭୋଜନର ବ୍ୟବସ୍ଥା କରାଯାଇଛି । ଏହି ରାତ୍ରିଭୋଜନରେ ସାମିଲ ହେବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଏଚ. ଡି ଦେବଗୌଡଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବି ଆମନ୍ତ୍ରିତ କରାଯାଇଛି । ଅନ୍ୟପଟେ ଜି 20 ଶିଖର ସମ୍ମିଳନୀ ପୂର୍ବରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଋଷ - ୟୁକ୍ରେନ ମଧ୍ୟରେ ସଂଘର୍ଷ ଏବଂ ଭାରତ-ଚୀନ ସୀମା ବିବାଦକୁ ନେଇ ବଡ ବୟାନ ଜାରି କରିଛନ୍ତି । ଏକ ଜଣାଶୁଣା ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ସେ ଋଷ-ୟୁକ୍ରେନ ଯୁଦ୍ଧ ସ୍ଥିିତି ଓ ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗରେ ବ୍ୟକ୍ତିଗତ ମତ ରଖିଛନ୍ତି ।

ସେ କହିଛନ୍ତି ଯେ 2 ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଲେ ଅନ୍ୟ ଦେଶ ମାନଙ୍କ ଉପରେ ବି ଏହାର ପ୍ରଭାବ ପଡିଥାଏ । ସଂଘର୍ଷ ସହ ଜଡିତ ରାଷ୍ଚ୍ରମାନଙ୍କ ସହ ସମ୍ପର୍କ ରଖିଥିବା ଦେଶ ଉପରେ ବି ଏକ ଚାପ ପଡିଥାଏ । ପୂର୍ବତନ ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯେ, ଏଭଳି ସମୟରେ ଭାରତ ପରିପକ୍ବତାର ପରିଚୟ ଦେଇଛି । ସେ କହିଛନ୍ତି, "ମୋତେ ଲାଗୁଛି ଯେ ଭାରତ ନିଜର ଅର୍ଥନୈତିକ ହିତ ଓ ସାର୍ବଭୋମତ୍ବକୁ ଧ୍ୟାନରେ ରଖି ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ କରିଛି । ଏହା ଦେଶର ସନ୍ଦର୍ଭ ପାଇଁ ବେଶ ଭଲ ଅଟେ ।"

ଅନ୍ୟପଟେ ବିଶ୍ୱର ସର୍ବବୃହତ ଅର୍ଥବ୍ୟବସ୍ଥା ନେଇ ଭାରତର ଦାବି ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସିଂ । ସେ କହିଛନ୍ତି,"ଭବିଷ୍ୟତରେ ଅର୍ଥବ୍ୟବସ୍ଥାର ପାଓ୍ବାର ହାଉସ ହେବ ଭାରତ। ଭାରତ ନିଜର ପ୍ରାକୃତିକ ଉତ୍ସ, ଉତ୍ପାଦନ ଓ ନିର୍ମାଣ ଜରିଆରେ ବିଶ୍ୱ ଅର୍ଥବ୍ୟବସ୍ଥାର ପାଓ୍ୱାର ହାଉସ ଭାବେ ପରିଚିତ ହେବ । ସାରା ବିଶ୍ବରେ ଆଜି ଭାରତର ଶକ୍ତି ବୃଦ୍ଧି ପାଇଛି ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.